ପରିବା ଦର ଆକାଶ ଛୁଆଁ ,ପୋଟଳ ଶହେ, କଞ୍ଚାଲଙ୍କା ଦୁଇ ଶହ ବାଲିଅନ୍ତା : ଯେଉଁ ବାଲିପାଟଣା ଓ ବାଲିଅନ୍ତା ଅଞ୍ଚଳ ରାଜଧାନୀକୁ ସଦ୍ୟ ପରିବା ଯୋଗାଉଥିଲା, ଆଜି ସେଠି ପରିବା ଦର ଆକାଶ ଛୁଆଁ ହୋ‌ଇଛି। କୁଆଖାଇ, କୁଶଭଦ୍ରା ଏବଂ ଭାର୍ଗବୀ ନଦୀ ବନ୍ୟାରେ ବ୍ୟାପକ ପରିବା ଫସଲ ଜମି ପଚିସଢ଼ି ନଷ୍ଟ ହୋଇଯାଇଥିବାରୁ ଏବେ ବିଲରେ ପରିବା କଷିଟିଏ ଦେଖିବାକୁ ମିଳୁନି। ତେଣୁ ଯେଉଁ ଅଞ୍ଚଳ ପରିବା […]

ଦେଶରେ ଦିନକରେ ୭୮ହଜାରରୁ ଅଧିକ କରୋନା ସଂକ୍ରମିତ  ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୭ ଲକ୍ଷ ଟପିଯାଇଛି। ସେପ୍ଟେମ୍ବର ମାସର ପ୍ରଥମ ଦିନରେ ଦେଶରେ ୭୮ ହଜାର ୩୫୭ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଆରୋଗ୍ୟଙ୍କ ସଂଖ୍ୟା ୨୯ ଲକ୍ଷ ଟପିବା ସହ ଆରୋଗ୍ୟ ହାର ୭୬.୯୮ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା‌ ମଧ୍ୟରେ ପୁଣି ୧.୦୪୫ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। […]

ଚୀନ, ନେପାଳ, ଭୁଟାନ ସୀମାରେ ସୁରକ୍ଷା ବଢ଼ିଲା ନୂଆଦିଲ୍ଲୀ : ପୂର୍ବ ଲଦାଖର ପାଙ୍ଗଙ୍ଗ ସୋ ହ୍ରଦ ନିକଟରେ ଚୀନ ସେନା ଦୁଇ ଦିନର ବ୍ୟବଧାନରେ ଦୁଇଥର ଅତିକ୍ରମଣ ଉଦ୍ୟମ କରିଛି। ଦୁଇଥରର ଉଦ୍ୟମକୁ ଭାରତର ବୀର ଯବାନମାନେ ପଣ୍ଡ କରିଦେଇଛନ୍ତି। କିନ୍ତୁ ଚୀନ ସେନାର ଏଭଳି ବଦମାସୀ ଯୋଗୁ ସୀମାରେ ଉତ୍ତେଜନା ଜାରି ରହିଛି। ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ଭାରତ ସୀମାରେ ଅଧିକ ସେନା ମୁତୟନ କରିବା […]

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ନୂଆଗାଁ ନିକଟସ୍ଥ ଦୟା ନଦୀକୁ ଡେଇଁ ଆଜି ଅପରାହ୍ନରେ ଜଣେ ଯୁବକ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଆଜି ଅପରାହ୍ନରେ ଜଣେ ଯୁବକ ଦୟା ନଦୀ ନିକଟକୁ ଆସି ଗାଡ଼ିରୁ ଓହ୍ଲାଇ ପୋଲ ଉପରେ ଛିଡ଼ା ହୋଇଥିଲେ। କିଛି ସମୟ ଏପରି ଛିଡ଼ା ହେବା ପରେ ହଠାତ୍‌ ସେ ଦୟା ନଦୀକୁ ଡେଇଁ ପଡ଼ିଥିଲେ। ସ୍ଥାନୀୟଲୋକେ ଯୁବକଙ୍କୁ ନଦୀକୁ ଡେଇଁ ପଡ଼ିବା ଦେଖି ସଙ୍ଗେସଙ୍ଗେ ଅଗ୍ନିଶମ […]

ପୁରୁଣା ଭୁବନେଶ୍ବର : ଗତ କିଛି ଦିନ ହେଲା ଭୁବନେଶ୍ବର ତହସିଲ କାର୍ଯ୍ୟାଳୟର ଭିତରୁ ତାଲା ପଡ଼ୁଥିବାକୁ ନେଇ ଆଜି ଉତ୍ତେଜନା ଦେଖା ଦେଇଥିଲା। ଓକିଲ ଓ ସାଧାରଣ ଲୋକଙ୍କୁ ଭିତରକୁ ନ ଛାଡ଼ିବା ପାଇଁ ଗେଟ୍‌ ବନ୍ଦ ରହୁଥିବାରୁ ଲୟର୍ସ ଗୃପ ପକ୍ଷରୁ ବିରୋଧ କରାଯାଇଥିଲା। କିନ୍ତୁ କର୍ମଚାରୀମାନେ କର୍ଣ୍ଣପାତ ନ କରିବାରୁ ପାଟିତୁଣ୍ଡ ହେବା ପର୍ଯ୍ୟନ୍ତ କଥା ଯାଇଥିଲା। ଶେଷରେ ଟୋକନ୍ ବ୍ୟବସ୍ଥା ଲାଗୁ କରି ଗେଟ୍‌ […]

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ପାଟକୁରା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଡେରାବିଶ ବ୍ଲକ ବେଣୀପୁର ପଞ୍ଚାୟତ ତଥା ବେଣୀପୁର ଗ୍ରାମରେ ଘେରି ବନ୍ଧ ଭାଙ୍ଗିଯିବାରୁ ବିରୂପା ନଦୀର ବନ୍ୟା ଜଳ ପଶିଛି। ଫଳରେ ଘେରି ଭିତରେ ଥିବା ୫ଟି ୱାର୍ଡର ୨୫୦୦ରୁ ଅଧିକ ଲୋକ ଓ ସେମାନଙ୍କ ଗୃହପାଳିତ ପଶୁପକ୍ଷୀ ନାନା ଅସୁବିଧାର ସମୁଖୀନ ହେଉଛନ୍ତି। ଗ୍ରାମରେ ଥିବା ସର୍ବ ପୁରାତନ ସ୍କୁଲ ଘର ସହିତ ସମସ୍ତ ଅସବାବପତ୍ର ବନ୍ୟା ପାଣିରେ ନଷ୍ଟ […]

ଭୁବନେଶ୍ୱର : ହୀରାକୁଦ ନଦୀବନ୍ଧରେ ଜଳସ୍ତର କମିବା ସହ ମହାନଦୀରେ ବନ୍ୟା ପରିସ୍ଥିତି ଦିନକୁ ଦିନ ସ୍ୱାଭାବିକ ହେବାରେ ଲାଗିଛି। ଜଳସଂପଦ ବିଭାଗ ସୁତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ହୀରାକୁଦ ଜଳ ଭଣ୍ଡାରର ଏବେ ୨୪ଟି ଗେଟ ଖୋଲା ରହିଛି। ତା’ ମଧ୍ୟରେ ବାମ ସ୍ପିଲେଓ୍ଵର ୧୫ଟି ଓ ଡାହାଣ ସ୍ପିଲେଓ୍ଵର ୯ଟି ଗେଟ ଅନ୍ତର୍ଭୁକ୍ତ। ଏହାର ଜଳଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ଏବେ ୬୨୫.୫୬ ଫୁଟ ଜଳ […]

ଅତି ଆବଶ୍ୟକ ନଥିଲେ କୌଣସି କାର୍ଯ୍ୟାଳୟ ଯାଆନ୍ତୁନି: ବିଏମ୍‌ସି ଭୁବନେଶ୍ୱର : ରାଜଧାନୀରେ ଏବେ କେଉଁଦିନ ୫୦୦ରୁ ଅଧିକ ଆକ୍ରାନ୍ତ ବାହାରୁଛନ୍ତି ତ କେଉଁଦିନ ୩୦୦ରୁ ଅଧିକ। ଅଗଷ୍ଟ ମାସ ଯାକ ତ ପ୍ରାୟ ପ୍ରତିଦିନ ୩୦୦ରୁ ଅଧିକ ଆକ୍ରାନ୍ତ ବାହାରିଲେ। ଏବେ ସବୁ ଅଫିସ, ମଲ୍‌, ଦୋକାନ ବଜାର ଖୋଲିଦିଆଯାଇଛି। କେଉଁଠି କାହା ଉପରେ କିଛି କଟକଣା ନାହିଁ। ହେଲେ ରାଜଧାନୀର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଯେପରି କରୋନା […]

ଭୁବନେଶ୍ୱର : ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧ ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ କରି ଏହି ସୂଚନା ଦିଆଯାଇଛି। ଏହା ଫଳରେ ରାଜ୍ୟରେ .କୋଭିଡ୍ ଜନିତ ମୃତ୍ୟୁସଂଖ୍ୟା ୫୧୪ରେ ପହଞ୍ଚିଛି। ଘୋଷିତ ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଥିବାବେଳେ ୮ ଜଣ ପୁରୁଷ ଅଛନ୍ତି। ମୃତ ୩ ମହିଳାଙ୍କ ମଧ୍ୟରୁ ଭୁବନେଶ୍ୱରର ଜଣେ ୫୭ […]

ବସ୍‌ ମାଲିକ ସଂଘ କହିଲା ଭୟ ଯୋଗୁ ଲୋକେ ବସକୁ ଆସୁନାହାନ୍ତି ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ଆଦେଶ ମୁତାବକ ରାଜ୍ୟ ସରକାର ସମଗ୍ର ରାଜ୍ୟରେ ଲକ୍‌ ଡାଉନ୍‌ ଓ ସଟ୍‌ ଡାଉନ୍‌ କଟକଣା ସମ୍ପୂର୍ଣ୍ଣ ହଟାଇଛନ୍ତି। ଏବେ ଯାତ୍ରୀବାହୀ ବସ୍‌ ଚଳାଚଳ ସ୍ବାଭାବିକ ହେବ। ଆଜି ଏପରି ଆଶା ବ୍ୟକ୍ତ କରି କହିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଅନ୍ୟପଟେ ରାଜ୍ୟ ଘରୋଇ ବସ୍‌ ମାଲିକ […]

Social media & sharing icons powered by UltimatelySocial