ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର ବରମୁଣ୍ଡାଠାରେ ୫-ଟି ଉପକ୍ରମରେ ନବନିର୍ମିତ ବାବା ସାହେବ ଭୀମ୍‌ରାଓ ଆମ୍ବେଦକର ବସ୍‌ ଟର୍ମିନାଲର ଶୁଭ ଉଦ୍‌ଘାଟନ କରିଛନ୍ତି। ବରମୁଣ୍ଡା ବସଷ୍ଟାଣ୍ଡ ଭାବେ ପୂର୍ବରୁ ପରିଚିତ ଥିବା ଏହି ବସଷ୍ଟାଣ୍ଡ ଓଡିଶାର ଏକ ବ୍ୟସ୍ତବହୁଳ ବସଷ୍ଟାଣ୍ଡ। ଦୈନିକ ଶହ ଶହ ବସ୍‌ ଓ ହଜାର ହଜାର ଯାତ୍ରୀଙ୍କର ଏଠାରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଓ ରାଜ୍ୟ ବାହାରକୁ ଯାତାୟତ ହୋଇଥାଏ। ଯାତ୍ରୀମାନଙ୍କ ଅସୁବିଧାକୁ […]

ଲାଞ୍ଜିଗଡ଼: ବିଦ୍ୟୁତ୍‌ ସମସ୍ୟା ନେଇ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ଲାଖବାହାଲି ପଞ୍ଚାୟତ ଅନ୍ତର୍ଗତ କନ୍ଦସାର୍ଲି ଗ୍ରାମବାସୀ ଶୁକ୍ରବାର ରାସ୍ତା ଅବରୋଧ କରିଥିଲେ। ବିଶ୍ୱନାଥପୁରରୁ କଲ୍ୟାଣସିଂହପୁର ରାସ୍ତା ଅବରୋଧ ଯୋଗୁଁ ଯାନବାହନ ଚଳାଚଳ ଠପ୍‌ ହୋଇଯାଇଥିଲା।ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, କୁମାରଗୁଡ଼ାରୁ କନ୍ଦସାର୍ଲି ଗାଁକୁ ସଂଯୋଗ କରୁଥିବା ବିଦ୍ୟୁତ୍‌ ତାର ୩ ମାସ ହେଲା ଛିଣ୍ଡି ଯାଇଛି। ବାରମ୍ବାର ଅଭିଯୋଗ କଲେ ବି ବିଦ୍ୟୁତ ବିଭାଗର କର୍ମଚାରୀ ଶୁଣୁନାହାନ୍ତି। ବର୍ତ୍ତମାନ ସ୍କୁଲ, […]

ରାୟଗଡା: ଆଜି ରାୟଗଡା ଜିଲ୍ଲା ଚାନ୍ଦିଲି ନିକଟସ୍ଥ ନାଗାବଳୀ ନଦୀରେ ଦୁଇ ନାବାଳିକା ବୁଡି ମୃତ୍ୟୁବରଣ କରିଛନ୍ତି। ଘଟଣା ଅନୁଯାୟୀ ଚାନ୍ଦିଲି ମହିମା ପଡା ଅଞ୍ଚଳର ରାଜକୁାମର ସୁନାଙ୍କ ଝିଅ ହେମାବତୀ ସୁନା(୧୧) ଏବଂ ତୁଳସା ଅବଦୁଲଙ୍କ ଝିଅ ଅନୁ ଅବଦୁଲ(୧୦) ସ୍କୁଲ ଛୁଟି ପରେ ଗାଧୋଇବା ପାଇଁ ନିକଟସ୍ଥ ନାଗାବଳୀ ନଦୀକୁ ଯାଇଥିଲେ। ତେବେ ଗାଧୋଉଥିବା ବେଳେ ହଠାତ୍ ପାଣିରେ ଦୁହେଁ ଭାସିଯାଇଥିଲେ।ତେବେ ଦୁଇ ଜଣଯାକ ପାଣିରେ ଭାସିଯିବା […]

ଭୁବନେଶ୍ୱର: ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌)ର କୋଟିକୋଟି ଟଙ୍କା ଖର୍ଚ୍ଚରେ ମାଳାମାଳ ପ୍ରକଳ୍ପ ପ୍ରସ୍ତୁତ ହେଲା। ହେଲେ ସେଥିରୁ ଅଧାରୁ ଅଧିକ ଖତ ଖାଇ ରାଜଧାନୀବାସୀଙ୍କୁ ସେବା ଦେଇ ପାରୁନାହିଁ। ଏବେ ସ୍ମାର୍ଟ ସିଟି ବନ୍ଦ ହେବାକୁ ବସିଲାଣି। ଅପରପକ୍ଷରେ ବିଏମ୍‌ସି ମଧ୍ୟ ଜନସାଧାରଣଙ୍କ ସ୍ବାର୍ଥ ପାଇଁ କୋଟି କୋଟି ଟଙ୍କାରେ ପ୍ରକଳ୍ପ ପ୍ରସ୍ତୁତ କରୁଛି। ହେଲେ ସେଥିରୁ ଅନେକ କାମରେ ଲାଗି ପାରୁନାହିଁ। ପ୍ରକଳ୍ପଗୁଡ଼ିକରେ କେବଳ ଠିକାଦାର […]

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପ୍ରମୋଦ କୁମାର ମିଶ୍ରଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟର ୫୩ତମ ସମାବର୍ତ୍ତନ ସମାରୋହରେ ସମ୍ମାନସୂଚକ ଡି.ଲିଟ୍‌ ଉପାଧିରେ ସମ୍ମାନିତ କରାଯାଇଛି। ବିଶ୍ୱବିଦ୍ୟାଳୟ ପରିସରରେ ଆଜି ଆୟୋଜିତ ଭବ୍ୟ ସମାବର୍ତ୍ତନ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡକ୍ଟର ମିଶ୍ରଙ୍କୁ ଡି. ଲିଟ୍‌ ଉପାଧିରେ ସମ୍ମାନିତ କରିଥିଲେ। ଏହି ଅବସରରେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ଉପସ୍ଥିତ ଥିଲେ।୧୯୭୨ ବ୍ୟାଚ୍‌ ଭାରତୀୟ […]

ଭୁବନେଶ୍ୱର: ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳର ମହିଳାଙ୍କ ନିରନ୍ତର ଜୀବିକା ନିର୍ବାହ ପାଇଁ ଦୃଢ଼ ପ୍ଲାଟଫର୍ମ ହେବ ମିଶନ ଶକ୍ତି ବଜାର। ଏହା ମହିଳା ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବା ସହିତ ୫-ଟି ଅନ୍ତର୍ଗତରେ ସେମାନଙ୍କ କାର୍ଯ୍ୟକୁ ବିକଶିତ କରିବ। ୟୁନିଟ୍‌-୮ରେ ମିସନ ଶକ୍ତି ବଜାରର ଉଦ୍‌ଘାଟନ ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କିଛି ଦିନ ପୂର୍ବରୁ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ମିଶନ […]

ଭୁବନେଶ୍ୱର : ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସି ମୟୂରଭଞ୍ଜରେ ପହଞ୍ଚିଛନ୍ତି। ବାୟୁସେନାର ସ୍ୱତନ୍ତ୍ର ବିମାନ ଝାଡ଼ଖଣ୍ଡର ରାଞ୍ଚିରେ ଅବତରଣ କଲା ପରେ ସେଠାରୁ ଏକ ହେଲିକପ୍ଟରରେ ଆସି ହେଲିପ୍ୟାଡରେ ଐତିହାସିକ ଖିଚିଂରେ ପହଞ୍ଚିଛନ୍ତି। ଖିଚିଂରେ ପହଞ୍ଚିଲା ପରେ ମା’ କିଚକେଶ୍ବରୀଙ୍କୁ ପୂଜାର୍ଚ୍ଚନା କରିଛନ୍ତି। ଏହା ପୂର୍ବରୁ ଖିଚିଂରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବାକୁ ବ୍ୟାପକ ପ୍ରସ୍ତୁତ କରାଯାଇଥିଲା। ଖିଚିଂର ମା’ କିଚକେଶ୍ୱରୀଙ୍କ ମନ୍ଦିରରେ ରାଷ୍ଟ୍ରପତି […]

କୋରାପୁଟ: ଓଡ଼ିଶାର କୋଟିଆ ଉପରୁ ଆନ୍ଧ୍ରପ୍ରଦେଶର ଲୟ ହଟୁ ନାହିଁ। କୋଟିଆକୁ ନେଇ ବିବାଦ ଜାରି ରହିଥିବା ବେଳେ ଆନ୍ଧ୍ରପ୍ରଦେଶର ପ୍ରଶାସନ ଏଠାକୁ ଆସି ଜନସାଧାରଣଙ୍କୁ ବିଭିନ୍ନ ଯୋଜନା ଓ ସେବା ଆଳରେ ଆକର୍ଷିତ କରୁଛନ୍ତି। ଆନ୍ଧ୍ର ପୁଲିସ କୋଟିଆରେ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିଛି। କୋଟିଆର ନେରେଡିଭାଲସାରେ ସ୍ୱାସ୍ଥ୍ୟ ଶିବିର ଲଗାଇ ୪୦୦ ରୋଗୀଙ୍କ ଚିକିତ୍ସା କରିଛି। ପାର୍ବତୀପୁରମ ମାନ୍ୟମ ଜିଲ୍ଲା ଅତିରିକ୍ତ ପୁଲିସ ଅଧୀକ୍ଷକ ସୁନୀଲ […]

ଭୁବନେଶ୍ୱର : ରାଜଧାନୀ ଉପକଣ୍ଠରେ ହାତୀ-ମଣିଷ ଲଢ଼େଇ ରୋକିବାକୁ ବନ ବିଭାଗ ଅଭିନବ ପନ୍ଥା ଆପଣାଇଛି। ହାତୀଗୁଡ଼ିକ ଯେପରି ଜନବସତି ଆଡ଼କୁ ନ ଆସିବେ, ସେଥିପାଇଁ ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ଭରତପୁର ସଂରକ୍ଷିତ ଜଙ୍ଗଲରେ ହାଙ୍ଗିଙ୍ଗ୍‌ (ଝୁଲନ୍ତା) ସୋଲାର୍‌ ଫେନ୍ସ (ବାଡ଼) ବ୍ୟବସ୍ଥା ହୋଇଛି। ଅନ୍ଧାରୁଆର ଡାହାଣ ପାର୍ଶ୍ବର ସୌଉରା ବାଙ୍କ ନିକଟରେ ୧,୧୦୦ ମିଟର ଲମ୍ବର ଫେନ୍ସ ନିର୍ମାଣ କରାଯାଇଛି। ଏହାଦ୍ୱାରା ହାତୀ-ମଣିଷ ଲଢ଼େଇକୁ କିଛି ମାତ୍ରାରେ ରୋକା ଯାଇ […]

କଟକ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଐତିହାସିକ ବାରବାଟୀ ଷ୍ଟାଡିୟମର ପୁନଃନିର୍ମାଣ କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି। ଷ୍ଟାଡିୟମକୁ ନୂଆ ରୂପରେ ଗଢ଼ି ତୋଳିବା ସହ ବାରବାଟୀରେ ଅତ୍ୟାଧୁନିକ ସୁବିଧା-ସୁଯୋଗ ଏବଂ ଷ୍ଟାଡିୟମର କ୍ଷମତା ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ଏଠାରେ ସ୍ପୋର୍ଟ୍ସ କମ୍ପେ୍ଲକ୍ସ, ଅତ୍ୟାଧୁନିକ ଜିମ୍ ସେଣ୍ଟର, ମଲ୍, ଅଫିସ୍, ଷ୍ଟାର ହୋଟେଲ ଆଦି ସୁବିଧା ରହିବ। ଷ୍ଟାଡିୟମ ସମ୍ମୁଖକୁ ସାଧାରଣ ଲୋକଙ୍କ ପାଇଁ ମଧ୍ୟ ବିକଶିତ […]

Social media & sharing icons powered by UltimatelySocial