ନୂଆଦିଲ୍ଲୀ: ପବନ କୁମାର ବଂଶଲଙ୍କୁ ହଟାଇ ରବିବାର ଦିନ କଂଗ୍ରେସ ଦଳର ବରିଷ୍ଠ ନେତା ଅଜୟ ମାକନ୍‌ଙ୍କୁ ତା’ର ନୂଆ କୋଷାଧ୍ୟକ୍ଷ ଭାବେ ନିଯୁକ୍ତ କରିଛି। କିଛି ମାସ ହେବ ରାଜସ୍ଥାନ କଂଗ୍ରେସର ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଥିବା ଅଜୟ ମାକନ୍‌ ରାହୁଲ୍‌ ଗାନ୍ଧୀଙ୍କର ଘନିଷ୍ଠ ବୋଲି ବିଚାର କରାଯାଏ। ସେବେଠାରୁ ସେ ଦଳର କୌଣସି ପଦବଦବୀରେ ନ ଥିଲେ। କଂଗ୍ରେସର ସାଧାରଣ ସମ୍ପାଦକ କେ. ସି. ବେଣୁଗୋପାଳ […]

ବିରୋଧୀଙ୍କୁ ମୁଖ୍ୟମନ୍ତ୍ରୀ ଜନ ବିରୋଧୀ କହିବା ଠିକ୍ ନୁହେଁ ଭୁବନେଶ୍ୱର : ଗାନ୍ଧୀ ମାର୍ଗରେ ଆନ୍ଦୋଳନକାରୀଙ୍କ ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ସେ ଗୃହରେ ଶୂନ୍ୟକାଳରେ ଦୃଷ୍ଟି ଆକର୍ଷଣ କରି କହିଥିଲେ, ଆନ୍ଦୋଳନକାରୀଙ୍କ ଭୁଲ୍ କଣ? କଣ ହକ ମାଗିପାରି ବେନି ସେମାନେ। ସିଏମଓ କାହିଁକି ତାଙ୍କ ସମସ୍ୟା ବୁଝିବାକୁ ଯାଉନି ବୋଲି ସେ ପ୍ରଶ୍ନ କରିଛନ୍ତି। ଗୃହରେ କହୁଛନ୍ତି କି ସିଏମଓ ଯାଉଛି […]

ଭୁବନେଶ୍ୱର: ଆଜି ବିଧାନସଭା ଅଧିବେଶନରେ କୃଷି, ଗଣଶିକ୍ଷା, ଉଚ୍ଚଶିକ୍ଷା, ପଶୁ ସମ୍ପଦ ଓ ଯୋଗାଣ ବିଭାଗ ଆଦି‌କୁ ନେଇ ଆଲୋଚନା ଚାଲିଥିବା ବେଳେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଘେରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ କଂଗ୍ରେସ ବିଧାୟକ ତାରା ବାହିନୀପତି। ଆଜି ପ୍ରଶ୍ନକାଳରେ ବିଭିନ୍ନ ପ୍ରଶ୍ନର ଉତ୍ତର କ୍ରମରେ ମନ୍ତ୍ରୀ ରଖିଥିବା ତଥ୍ୟକୁ ନେଇ ସମାଲୋଚନା କରିଥିଲେ ଶ୍ରୀ ମିଶ୍ର ଓ ଶ୍ରୀ […]

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ଵାଧିକାର ଭଙ୍ଗ ପ୍ରସ୍ତାବ ଅଣାଯିବା ସହ ବିରୋଧୀ ଦଳ ନେତା ଅନ୍ୟ ଏକ ଅଭିଯୋଗ କରିବା ପରେ ବିଧାନସଭାରେ ପ୍ରବଳ ହଟ୍ଟଗୋଳ ସୃଷ୍ଟି ହୋଇଥିବାରୁ ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି। ଏଥିସହ ଶୂନ୍ୟକାଳରେ ପୂର୍ତ୍ତ ମନ୍ତ୍ରୀଙ୍କ ବିରୋଧରେ ସ୍ଵାଧିକାର ଭଙ୍ଗ ନୋଟିସ ଆଣିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା। ସେ ଏହି ପ୍ରସଙ୍ଗ ଉଠାଇ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ […]

ମୁମ୍ବାଇ: ତାମିଲନାଡୁରେ ବିଜେପିକୁ ଝଟକା ଲାଗିଛି। ଅଖିଳ ଭାରତୀୟ ଆନ୍ନା ଦ୍ରାବିଡ଼ ମୁନେତ୍ରା କଜଗମ (ଏଆଇଏଡିଏମକେ) ସୋମବାର ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ସହ ମେଣ୍ଟ ଭାଙ୍ଗିବାକୁ ଔପଚାରିକଭାବେ ଘୋଷଣା କରିଛି। ସୋମବାର ବସିଥିବା ଏଆଇଏଡିଏମକେ ବୈଠକରେ ଏ ନେଇ ଏକ ପ୍ରସ୍ତାବ ଗୃହୀତ ହୋଇଛି। ଦଳ ପକ୍ଷରୁ କୁହାଯାଇଛି ଯେ, ଗତ ଏକ ବର୍ଷ ଧରି ବିଜେପିର ରାଜ୍ୟ ନେତୃତ୍ୱ ଆମର ପୂର୍ବତନ ନେତା, ଆମର […]

ଅମରାବତୀ: ଆଜି ‘ଆଣ୍ଟି-କରପ୍‌ସନ୍‌ ବ୍ୟୁରୋ’ (ଏସିବି) ଅଦାଲତ ‘ତେଲୁଗୁ ଦେଶମ୍‌ ପାର୍ଟି’ର ମୁଖ୍ୟ ଏନ୍‌. ଚନ୍ଦ୍ରବାବୁ ନାଇଡୁଙ୍କ ‘ଜୁଡିସିଆଲ୍‌ ରିମାଣ୍ଡ୍‌’ ଅବଧି ସେପ୍ଟେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛି। ସେପଟେ, ରାଜ୍ୟ ବିଧାନସଭା ଅଧିବେଶନରେ ବ୍ୟାଘାତ ସୃଷ୍ଟି କରି ତାଙ୍କ ଦଳ ପ୍ରତିବାଦ ଆରମ୍ଭ କରିବାରୁ ବିଧାନସଭା ମୁଲତବୀ ରଖାଯାଇଛି।ସୂଚନାଯୋଗ୍ୟ, ବହୁକୋଟି ଟଙ୍କାର ଆନ୍ଧ୍ରପ୍ରଦେଶ ଦକ୍ଷତା ବିକାଶ ନିଗମ ଦୁର୍ନୀତିରେ ସମ୍ପୃକ୍ତି ଥିବାରୁ ନାଇଡୁଙ୍କୁ ଗିରଫ କରାଯାଇ ଜେଲ୍‌ରେ […]

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳ ବୈଠକ ପରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଇତିହାସ ସୃଷ୍ଟି ହୋଇଛି ପ୍ରଥମ ଥର ମହିଳା ବାଚସ୍ପତି ହୋଇଛନ୍ତି। ତେଣୁ ସମସ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ। ସମସ୍ତେ ଏହାକୁ ସମର୍ଥନ କରିଥିବାରୁ ମୁଖ୍ୟମନ୍ତ୍ରୀ ବି ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି।ସେ ଆହୁରି କହିଛନ୍ତି, ପ୍ରସଙ୍ଗ ନେଇ ବିରୋଧୀ ଆସିବେ, ଆମେ ସଠିକ […]

ଭୁବନେଶ୍ୱର: ପୁଣି ପ୍ରମାଣିତ ହେଲା ସଚିବ ସର୍ବଶକ୍ତିମାନ୍। ତାଙ୍କ ବିରୁଦ୍ଧରେ ଆଲେଖ୍ୟକୁ ସହ୍ୟ କରିପାରିଲେନି ୫-ଟି ସଚିବ। ଅବଶେଷରେ ଭିନ୍ନ ଆଳ ଦେଖାଇ ମୁଖ୍ୟମନ୍ତ୍ରୀଙ୍କ ଜରିଆରେ ଗ୍ରହଣ କରିଲେ କାର୍ଯ୍ୟାନୁଷ୍ଠାନ। ବିଜେଡିରୁ ବହିଷ୍କୃତ ହୋଇଛନ୍ତି ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ଏଥିସହିତ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କୁ ମଧ୍ୟ ଦଳରୁ ବିଦା କରାଯାଇଛି। ଏନେଇ ନିଜେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। […]

ଶହେ ସରିକି ଆସନରେ ନୂଆ-ପୁରୁଣା ଲଢ଼େଇ ଭୁବନେଶ୍ୱର: ବିଜେଡି ଭିତରେ ଟିକେଟ୍‌ ଆଶାୟୀଙ୍କ ସଂଖ୍ୟା ଯେତିକି ବୃଦ୍ଧି ପାଉଛି, ନିର୍ବାଚନମଣ୍ଡଳୀ ଵାରି ଅସନ୍ତୋଷ ସେତିକି ତେଜିବାରେ ଲାଗିଲାଣି। ଠିକ୍ ଏମିତି ସ୍ଥିତିରେ ବୃଦ୍ଧି ପାଉଥିବା ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ଯେଉଁ ଥୋପ କାର୍ପଟଦାର ଗୋଷ୍ଠୀ ପକାଇଥିଲେ, ତାହା ଫୁସ୍‌କିଯିବାକୁ ବସିଛି। ଓଡ଼ିଶା ସରକାରଙ୍କ ବିଧାନ ପରିଷଦ ଗଠନ ସଂକ୍ରାନ୍ତ ପ୍ରସ୍ତାବକୁ କେନ୍ଦ୍ର ସରକାର ମୋହର ମାରିବାକୁ ନାରାଜ। ବାରମ୍ବାର […]

ଭୁବନେଶ୍ୱର: ଯାଜପୁର ବିଞ୍ଛାରପୁର ବିଧାୟିକା ତଥା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ବାଚସ୍ପତି ପ୍ରାର୍ଥୀ ଭାବେ ବିଜେଡି ଘୋଷଣା କରିଛି। ନୂଆଁଖାଇ ପାଇଁ ୨୧ ପରିବର୍ତ୍ତେ ୨୨ ତାରିଖରେ ବାଚସ୍ପତି ନିର୍ବାଚନ ହେବ। ୨୧ ତାରିଖରେ ନାମାଙ୍କନ ଦାଖଲ ହେବାକୁ ଥିବା ବେଳେ ୨୨ ତାରିଖ ସକାଳ ୯.୩୦ରେ ନିର୍ବାଚନ ହେବ। ସେପ୍ଟେମ୍ବର ୨୨ରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ଏହିଦିନ ସକାଳ […]

Social media & sharing icons powered by UltimatelySocial