ମାଲକାନଗିରି: ମାଲ୍ୟବନ୍ତ ମହୋତ୍ସବର ଶୁଭାରମ୍ଭ ରବିବାର ଠାରୁ ହେଉଥିବା ବେଳେ ଏହି ଅବସରରେ ଆଜି ଜଗନ୍ନାଥ ମନ୍ଦିରରୁ କଳସ ଯାତ୍ରା ବାହାରି ଡିଏନକେ ପଡିଆ ନିକଟରେ ପହଞ୍ଚିଥିଲା। ଆଜି ସକାଳୁ ଜଗନ୍ନାଥ ମନ୍ଦିରରେ ଜିଲ୍ଲାପାଳ ବିଶାଲ ସିଂଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇ ସଂଗ୍ରହ କରାଯାଇଥିବା ପବିତ୍ର ଜଳକୁ ମହିଳାମାନେ ନିଜ ମୁଣ୍ଡରେ କଳସ ଧରି ବାହାରିଥିଲେ। ଏହି ଶୋଭାଯାତ୍ରାରେ ପ୍ରଶାସନିକ ଅଧିକାରୀ ଏବଂ ଲୋକ ପ୍ରତିନିଧି ତଥା ଜନସାଧାରଣ ଉପସ୍ଥିତ […]

ଭୁବନେଶ୍ୱର: ଆସନ୍ତା ୨୮ତାରିଖରୁ ଆରମ୍ଭ ହେବାକୁ ଯାଉଛି ଖଣ୍ଡଗିରି ମେଳା। ଏହାକୁ ଶୃଙ୍ଖଳିତ କରିବା ପାଇଁ ବିଏମ୍‌ସି ଏକ ଏସ୍‌ଓପି ଜାରି କରିଛି। ଆୟୋଜକ କମିଟି ସହ ଯାତ୍ରା ମାଲିକମାନେ ଏହି ଏସ୍‌ଓପି ଆଧାରରେ ଯାତ୍ରା ପରିବେଷଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ବିଏମ୍‌ସିରେ ଆୟୋଜକ କମିଟି, ଯାତ୍ରା ମାଲିକ, ପୁଲିସ ଓ ବିଭିନ୍ନ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷମାନଙ୍କୁ ନେଇ ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତା‌ରେ ବସିଥିବା ପ୍ରସ୍ତୁତି ବୈଠକରେ […]

ଯାଜପୁର: ପୁରା ଓଡ଼ିଶା ଦେଖିବ ସୁଉଚ୍ଚ ଧ୍ୟାନମଗ୍ନ ଶିବ ମୂର୍ତ୍ତି। ଏହି ମୂତ୍ତି ସାରା ଓଡିଶାରେ ସବୁ ଠାରୁ ଉଚ୍ଚତମ ମୂର୍ତ୍ତି ରହିବ। କାରଣ ପୂର୍ବରୁ ରାଉଲକେଲାରେ ଥିବା ହନୁମାନ ବାଟିକାରେ ୭୫ ଫୁଟର ହୁନମାନ ମୂର୍ତ୍ତି ରହିଥିବା ବେଳେ କୋ‌ରାପୁଟର ଦାମନଯୋଡି ଠାରେ ୧୦୮ ଫୁଟ ଉଚ୍ଚତାର ହନୁମାନ ମୂର୍ତ୍ତି ରହିଛି। କିନ୍ତୁ ଯାଜପୁରକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ୧୨୩ ଫୁଟର ଧ୍ୟାନମଗ୍ନ ଶିବ ମୂର୍ତ୍ତି ନିର୍ମାଣ ଚାଲିଛି, […]

କଟକ: ମାଟିରୁ ୩ ଫୁଟ୍‌ ୬ ଇଞ୍ଚ ଉପରକୁ ଉଠିଛି ଶିବ ମନ୍ଦିର। କଟକର ଫ୍ରେଣ୍ଡସ କଲୋନି ଠାରେ ଥିବା ୪୫ ବର୍ଷ ପୁରୁଣା ସର୍ପେଶ୍ୱର ମନ୍ଦିରକୁ ଆଜି ବୈଷୟିକ ଜ୍ଞାନ କୌଶଳକୁ ଉପଯୋଗ କରାଯାଇ ୪୦ଟି ଜଗ୍‌ ସାହାଯ୍ୟରେ ଉଠା ଯାଇଛି। ବର୍ଷାଦିନେ ମନ୍ଦିର ପରିସରେ ପାଣି ପଶୁଥିବା ‌ବେଳେ ଏହି ସମସ୍ୟାକୁ ଦୂର କରିବା ପାଇ ସର୍ପେଶ୍ୱର ମନ୍ଦିର କମିଟି ଓ ଫ୍ରେଣ୍ତସ କଲୋନି ଡେଭଲପମେଣ୍ଟ କମିଟିର […]

ଭୁଲିଗଲା ଗଡ଼ଖାଇ ଖନନ, ‌ବୋଟିଂ ବ୍ୟବସ୍ଥା କଟକ: ପ୍ରାକୃତିକ ଜଳ ଉତ୍ସ ‘ଝର’ର ଅଭାବ ନାହିଁ। ବ‌ର୍ଷ ସାରା ଲହଡି ମାରୁଛି ପାଣି। ଲମ୍ବ, ଓସାର, ଗଭୀରତାରେ ବି କିଛି କମ୍ ନୁହେଁ। ଏଭଳି ପର୍ଯ୍ୟାପ୍ତ ପ୍ରାକୃତିକ ଭିତ୍ତିଭୂମି ଥିଲେ ମଧ୍ୟ ‘ଗଡଖାଇ’ ଅବହେଳିତ ହୋଇପଡ଼ିଛି। କେଉଁଠି ଦଳ ମାଡିଗଲାଣି ତ ଆଉ କେଉଁଠି ପୋତି ହେଲାଣି। ୧୦ବର୍ଷ ତଳେ ଆରମ୍ଭ ‌ହୋଇଥିବା ‘ଗଡ଼ଖାଇ’ର ଖନନ ଅଧା ହୋଇ ପଡ଼ିଛି। […]

ପୁରୀ: ୧୯ ତାରିଖ ଶନିବାର ମାର୍ଗଶିର-କୃଷ୍ଣ ଦଶମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ନ ୫ଟା ରୁ ରାତ୍ର୯ ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଭୁବନେଶ୍ୱର: ଜରିପାଟଣାସ୍ଥିତ କୁଆଖାଇ ନଦୀପଠାରେ ଭୁବନେଶ୍ୱର ବାଲିଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହୋଇଛି। ଉଦ୍‌ଘାଟନୀ ଉତ୍ସବରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶାର ନୌବାଣିଜ୍ୟ ପରମ୍ପରାକୁ ଜନମାନସରେ ଉଜ୍ଜୀବିତ ରଖିବାରେ ଆୟୋଜକ ଅନୁଷ୍ଠାନର ଏପରି ଉଦ୍ୟମକୁ ପ୍ରଶଂସା କରିଥିଲେ। ଆଗାମୀ ଦିନରେ ଏହି ବାଲିଯାତ୍ରାକୁ ସୁଦୂରପ୍ରସାରୀ କରିବା ପାଇଁ ସମସ୍ତଙ୍କୁ ନିବେଦନ କରିଥି‌ଲେ। ସ୍ଥାନୀୟ ବିଧାୟକ ସୁଶାନ୍ତ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ […]

ଭୁବନେଶ୍ୱର: ରାଜଧାନୀରେ ବାଲିଯାତ୍ରା ପୂର୍ବରୁ ଆଇନଶୃଙ୍ଖଳା, ଟ୍ରାଫିକ ସମସ୍ୟା, ପାର୍କିଂ ଆଦି ପ୍ରସଙ୍ଗରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ଯୋଗ ଦେଇଥିଲେ। ବିଧାୟକଙ୍କ ସହ ବାଲିଯାତ୍ରା କମିଟିର କର୍ମକର୍ତ୍ତା ଯୋଗ ଦେଇ ବିଭିନ୍ନ ସମସ୍ୟା ସମ୍ପର୍କରେ ଡିସିପିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ସୂଚନାଯୋଗ୍ୟ, ୨୦୧୭ରୁ ଆରମ୍ଭ ହୋଇଥିବା ଏହି ବାଲିଯାତ୍ରା ୨୦୧୯ […]

ରାଉରକେଲା: ସେକ୍ଟର-୫ସ୍ଥ ଭଞ୍ଜଭବନ ମୁକ୍ତାକାଶ ମଞ୍ଚରେ ଭଞ୍ଜ କଳା କେନ୍ଦ୍ର ଆନୁକୂଲ୍ୟରେ ବେଦବ୍ୟାସ ସଙ୍ଗୀତ ନୃ୍ତ୍ୟୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇ ଉଦ୍‌ଘାଟନ କରିଥିଲେ। ରାଜ୍ୟ ସଂସ୍କୃତି ବିଭାଗର ସହଯୋଗରେ ଆ‌ୟାଜିତ ଏଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ପର୍ଯ୍ୟଟନର ବିକାଶରେ ବିଶେଷ ରୂପେ ସହାୟକ ହୋଇପାରିବ ବୋଲି ସେ କହିଥିଲେ। ଭଞ୍ଜ କଳା କେନ୍ଦ୍ରର ବିଦ୍ୟାର୍ଥୀମାନଙ୍କ ଦ୍ୱାରା ସମବେତ କଣ୍ଠରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ପ୍ରଥମ […]

କଟକ: ବାଲିଯାତ୍ରାକୁ ଚଳିତବର୍ଷ ଏକ ଭିନ୍ନ ଢଙ୍ଗରେ, ଭିନ୍ନ ରୂପରେ ଦର୍ଶକଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରଶାସନ ପକ୍ଷରୁ ଲେଜର ଲାଇଟ ସୋ ବ୍ୟବସ୍ଥା କରାଯାଇଛି। ଲେଜର ଲାଇଟ ସୋରେ ଲାଇଟ ଆଣ୍ଡ ସାଉଣ୍ଡ ବ୍ୟବହାର କରି କଟକର ଐତିହସ୍ଥାନ ଓ ମହାନ ବ୍ୟକ୍ତିତ୍ୱଙ୍କ ଜୀବନୀକୁ ନେଇ ଏହା ପ୍ରଦର୍ଶନ କରାଯିବ। ଏନେଇ ଆଜି ବାଲିଯାତ୍ରା ପଡିଆଠାରେ ଲେଜର ଲାଇଟ ସୋ ଟ୍ରାଏଲ କରାଯାଇଛି। ଟ୍ରାଏଲରେ ପ୍ରଥମେ ଥ୍ରୀଡି ଆନିମେସନ […]

Social media & sharing icons powered by UltimatelySocial