ନୂଆଦିଲ୍ଲୀ: ୨୦୧୮ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାରତର ଗୁରୁରାଜ ପୁରୁଷ ବିଭାଗ ୫୬ କେ. ଜି. ଭାରତ୍ତୋଳନ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଛନ୍ତି। ପ୍ରତି ଚାରି ବର୍ଷରେ ଥରେ ଅନୁଷ୍ଠିତ ହେଉଥିବା କ୍ରୀଡ଼ାର ଉଦ୍‌ଘାଟନୀ ଦିବସରେ ଏହା ହେଉଛି ଭାରତ ପାଇଁ ପ୍ରଥମ ପଦକ। ପ୍ରଥମ ପର୍ଯ୍ୟାୟରେ ୧୧୧ କେ. ଜି. ଭାର ଉତ୍ତୋଳନ କରି ୨୮ ବର୍ଷିୟ ଗୁରୁରାଜ ନିଜର ତୃତୀୟ ପ୍ରଚେଷ୍ଟାରେ ସମୁଦାୟ ୨୪୯ କେ. […]

ଗୋଲ୍ଡକୋଷ୍ଟ: ଅଷ୍ଟ୍ରେଲିଆର ପ୍ରାକୃତିକ ସୌନ୍ଦର୍ଯ୍ୟଭରା କୁଇନ୍ସଲ୍ୟାଣ୍ଡ ପ୍ରଦେଶର ଗୋଲ୍ଡକୋଷ୍ଟଠାରେ ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଶୁଭାରମ୍ଭ ବୁଧବାର ଅପରାହ୍ନରେ ହୋଇଯାଇଛି। ବ୍ରିଟେନର ଯୁବରାଜ ପ୍ରିନ୍ସ ଚାର୍ଲସ ଆଜି ଔପଚାରିକ ଭାବେ ଏହି ୭୧ ଦଳୀୟ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଛନ୍ତି। ଏହି ପ୍ରତିଯୋଗିତାରେ ପାଖାପାଖି ୬,୫୦୦ ପ୍ରତିଯୋଗୀ ଅଂଶ ଗ୍ରହଣ କରୁଛନ୍ତି। ଏଥିରେ ୨୭୫ ଖେଳବର୍ଗରେ ପ୍ରତିଦ୍ୱନ୍ଦିତା ହେବ। ପ୍ରତିଯୋଗିତାର ମୁଖ୍ୟ ପଡ଼ିଆ କରାରା ଷ୍ଟାଡିୟମରେ ଅନୁଷ୍ଠିତ ମନ୍ତ୍ରମୁଗ୍ଧକର ଉଦ୍‌ଘାଟନୀ ଉତ୍ସବରେ ସମସ୍ତ […]

ଏବର୍ଷ ଠାରୁ ସରକାର ବାଣ୍ଟିବେ ମାଗଣା ଜୋତା: ସଚିବ ଭୁବନେଶ୍ୱର : ଶିକ୍ଷା ଅଧିକାର ଆଇନକୁ ୯ ବର୍ଷ ପୂରିଲାଣି। ତଥାପି ଆଜି ପର୍ଯ୍ୟନ୍ତ ରାଜ୍ୟରେ ଏହା ସଠିକ୍‌ ଭାବେ କାର୍ଯ୍ୟକାରୀ ହୋଇନାହିଁ। କେଉଁଠି ବିଦ୍ୟାଳୟର ଭିତ୍ତିଭୂମି ଭୁଶୁଡ଼ି ପଡ଼ିଛି ତ ଆଉ କେଉଁଠି ଶିକ୍ଷାଦାନ ଲାଗି ପର୍ଯ୍ୟାପ୍ତ ଶିକ୍ଷକ ନାହାନ୍ତି। ଏମିତି ବି ବିଦ୍ୟାଳୟ ରହିଛି ଯେଉଁଠି ଜଣେ ଶିକ୍ଷକରେ ପାଠପଢ଼ା ଚାଲିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, […]

ଭୁବନେଶ୍ୱର : ଆଜିଠାରୁ ଘରୋଇ ବସ୍‌ ଭଡ଼ା ବଢ଼ିଛି। ସ୍ୱୟଂକ୍ରିୟ ବ୍ୟବସ୍ଥା ଜରିଆରେ ଏଭଳି ଭଡ଼ା ବୃଦ୍ଧି କରାଯାଇଛି। ରାଜ୍ୟ ସରକାର ଏହି ଭଡ଼ା ବୃଦ୍ଧିକୁ ମଞ୍ଜୁରି ଦେଇଛନ୍ତି। ଏଣିକି ଯାତ୍ରୀଙ୍କୁ ଅର୍ଡିନାରୀ ବସ୍‌ରେ କି.ମି. ପିଛା ୬୭ ପଇସାରୁ ୬୮ ପଇସା ଦେବାକୁ ହେବ। ସେହିପରି ଏକ୍ସପ୍ରେସ୍‌ ବସ୍‌ରେ କି.ମି. ପିଛା ୭୦ରୁ ୭୧ ପଇସା, ଡିଲକ୍ସ ବସ୍‌ରେ ୯୫ରୁ ୯୭ ପଇସା, ଏସି ଡିଲକ୍ସ ବସ୍‌ରେ ଟ […]

ବିବାଦକୁ ଡରି ଭିତରକୁ ପଶିଲେନି ଭୁବନେଶ୍ୱର/ପୁରୀ : ସମଗ୍ର ରାଜ୍ୟବାସୀଙ୍କର ନଜର ରହିଥିଲା ପୁରୀ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଉପରେ। ଆଶା କରିଥିଲେ, ୩୩ ବର୍ଷ ପରେ ଖୋଲିବ ମହାପ୍ରଭୁଙ୍କର ଭିତର ରତ୍ନଭଣ୍ଡାର। ଯଦିଓ ଯାଞ୍ଚ ପାଇଁ ଏହା ଖୋଲାଯାଇଥାନ୍ତା, ତଥାପି ସବୁ ମହଲରେ ଲାଗି ରହିଥିଲା ଉତ୍କଣ୍ଠା। ହେଲେ ସମସ୍ତଙ୍କୁ ନିରାଶ ହେବାକୁ ପଡିଛି। ଭିତର ଭଣ୍ଡାର ଖୋଲିପାରିନାହିଁ। ସାପ କିମ୍ବା କୌଣସି ଅଲୌକିକ କାରଣରୁ ନୁହେଁ, ବରଂ ଭଣ୍ଡାର […]

ଗୋଲ୍ଡକୋଷ୍ଟ : ରାଜ୍ୟଗୋଷ୍ଠୀ କ୍ରୀଡ଼ାର କ୍ରୀଡ଼ାଗ୍ରାମରେ ସୋମବାର ଭାରତୀୟ ଖେଳାଳିମାନେ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ। ଏକ ନିରାଡମ୍ବର ଉତ୍ସବରେ ଏହି ପାରମ୍ପରିକ କାର୍ଯ୍ୟ ସମାପନ ହୋଇଥିଲା। ୫ ଥର ବିଶ୍ୱ ବିଜେତା ମହିଳା ମୁଷ୍ଟିଯୋଦ୍ଧା ଏମ୍‌ସି ମେରିକମ ଏହି ଅବସରରେ ମନଖୋଲି ନାଚୁ ଥିବାର ଦେଖିବାକୁ ମିଳିଥିଲା। ଓଡ଼ିଆ ତାରକା ପୂର୍ଣ୍ଣିମା ହେମ୍ବ୍ରମ୍‌, ଜାଭେଲିନ୍‌ ଖେଳାଳି ନୀରଜ ଚୋପ୍ରା ସାଥୀ ଖେଳାଳିଙ୍କ ସହ ପ୍ରମୁଖ ଫଟୋ ଉଠାଇ ନିଜ ଉତ୍ସାହର […]

ଆସିଲା ଫରେନ୍‌ସିକ୍‌ ରିପୋର୍ଟ, ଲାପଟପ୍‌ରୁ ଭିଡିଓ ଡିଲିଟ୍‌ କରାଯାଇଛି ଭୁବନେଶ୍ୱର : ମଞ୍ଚେଶ୍ୱର ଥାନା ଅଧୀନ କୁଆଖାଇ ନଦପୀଠାରେ ଉନ୍ମୟ ପାଢ଼ୀଙ୍କ ହତ୍ୟା ଘଟଣାକୁ ଦୁଇ ସପ୍ତାହ ହୋଇ ଗଲା। କିନ୍ତୁ ପୁଲିସ ଏଯାଏ ଏହି ରହସ୍ୟମୟ ହତ୍ୟାକାଣ୍ଡର ପର୍ଦାଫାସ କରିବାକୁ ସକ୍ଷମ ହୋଇ ପାରିଲା ନାହିଁ। ଏ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଉନ୍ମୟଙ୍କ ବଡ଼ ଭାଇ ଚିନ୍ମୟ। କହିଛନ୍ତି ଖୁବ୍‌ ଶୀଘ୍ର ସେ ହାଇକୋର୍ଟର ଦ୍ୱାରସ୍ଥ ହେବେ। […]

ଭୁବନେଶ୍ୱର : କାଳବୈଶାଖୀ ପ୍ରଭାବରେ ସାରା ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଗତ ଦୁଇ ଦିନ ହେଲା ଉପକୂଳ ଓ ଉତ୍ତର ଓଡ଼ିଶାରେ ତାତିରୁ ତ୍ରାହି ମିଳିଥିବା ବେଳେ ଆଜି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ବି ତାପମାତ୍ରା କମିଛି। ପ୍ରତି ସ୍ଥାନରେ ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଥିବାରୁ ସାଧାରଣ ଲୋକଙ୍କୁ ତାତିରୁ ଆଶ୍ୱସ୍ତି ମିଳିଛି। କାଳବୈଶାଖୀର ପ୍ରଭାବ ବି କମିଛି। କେତେକ ସ୍ଥାନରେ ଘଣ୍ଟାପ୍ରତି ୪୦ରୁ […]

ଭୁବନେଶ୍ୱର: ପ୍ରେମମୟ ଜୟଦେବ ବାଟିକାରେ କୋଳାହଳ ଖୁବ୍‌ କମ୍‌ ଶୁଣାଯାଏ । କିନ୍ତୁ ଆଜି ଆପରାହ୍ନରେ ହଠାତ୍‌ ଶୁଣିବାକୁ ମିଳିଥିଲା ଜଣେ ଯୁବତୀଙ୍କ ଚିତ୍କାର। “ଦଉଡି ଆସ, ଦଉଡି ଆସ, କିଏ କୋଉଠି ଅଛ”। ହଠାତ୍‌ ଏମିତି ସ୍ୱର ଶୁଣି ସମସ୍ତେ ଏକାଠି ହୋଇଗଲେ। ଆଉ ଦେଖିଲେ ସାମ୍ନା ଗଛରେ ଝୁଲିଛି ଜଣେ ଯୁବକଙ୍କ ମୃତଦେହ। ଆଉ ଚିତ୍କାର କରିଥିବା ଯୁବତୀ ଜଣକ ତାଙ୍କର ପ୍ରେମିକା ବୋଲି ସେତେବେଳକୁ ସମସ୍ତେ […]

ଖୋଲିବ ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଦକ୍ଷିଣେ କଂଗ୍ରେସୀୟ ଫୁଂକିବେ ଶଙ୍ଖ ପଶ୍ଚିମେ ପଦ୍ମ ପାଇଁ ଅମିତ ଭରସା ଭୁବନେଶ୍ୱର : ଆସନ୍ତା ୪ ତାରିଖରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭିତର ରତ୍ନଭଣ୍ଡାର ଖୋଲାଯିବାକୁ ଶ୍ରୀମନ୍ଦିର ପ୍ରଶାସନ ଆଜି ନିଷ୍ପତ୍ତି ନେଇଛନ୍ତି। ଶ୍ରୀମନ୍ଦିରର ସୁରକ୍ଷା ଦୃଷ୍ଟିରୁ ଯାଞ୍ଚ ପାଇଁ ରାଜ୍ୟ ସରକାର ଅନୁମତି ଦେଇଥିଲେ ହେଁ, ଏହା ଅନେକଙ୍କୁ ଆନ୍ଦୋଳିତ କରୁଛି। କାରଣ ମିଳିଥିବା ସୂଚନା ଅନୁସାରେ, ୧୦ଜଣ ନୁହେଁ, ଏହାଠାରୁ ଯଥେଷ୍ଟ ଅଧିକ […]

Social media & sharing icons powered by UltimatelySocial