ରାଇରଙ୍ଗପୁର: ଜଣେ ଆଜୀବନ ସଜା କାଟୁଥିବା କଏଦୀ ଜେଲରୁ ଫେରାର ହୋଇଥିବା ଖବର ସାମ୍ନାକୁ ଆସିଛି। ଜେଲ କର୍ତ୍ତୁପକ୍ଷ ଓ କର୍ମଚାରୀଙ୍କୁ ଚକମା ଦେଇ ଆଜୀବନ ସଜା କାଟୁଥିବା ଆସାମୀ ଫେରାର ହେବାରେ ସକ୍ଷମ ହୋଇଛି। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପକାରାଗାରରୁ ଆସାମୀ ଫେରାର ହୋଇଯାଇଛି। କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଆସାମୀ ଜଣକ ଜେଲରୁ ଫେରାର ହୋଇଯାଇଛି। ଜେଲ କର୍ତ୍ତୁପକ୍ଷ ଓ ରାଇରଙ୍ଗପୁର ଟାଉନ ଥାନା ପୁଲିସ ଆସାମୀ […]

ନୂଆଦିଲ୍ଲୀ: ବିହାରରେ କୁହୁଡ଼ି ପାଇଁ ଲୋକେ ଯାତାୟାତରେ ଅନେକ ଅସୁବିଧାର ସାମ୍ନା କରୁଛନ୍ତି। ଏହି କୁହୁଡ଼ି ପାଇଁ ସଡ଼କ ଦୁର୍ଘଟଣା ବି ଘଟୁଛି। ନିକଟରେ ଭାଗଲପୁର ନବଗଛିଆରେ ଏକ ଭୟାବହ ସଡ଼କ ଦୁର୍ଘଟଣାରେ ତିନିଜଣଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ଏହି ମୃତକ ତିନିଜଣସାଙ୍ଗ ଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ତିନିଜଣ ସାଙ୍ଗ ନବଗଛିଆର ମକନପୁରକୁ ଜଣେ ସାଙ୍ଗଙ୍କ ଜନ୍ମଦିନ ଭୋଜିରେ ସାମିଲ ହେବାକୁ ଯାଇଥିଲେ। ଭୋଜି ସାରି ହସଖୁସିରେ ଏକ ବାଇକ […]

ନୂଆଦିଲ୍ଲୀ: ଛତିଶଗଡ଼ର ଜଣେ ସ୍କୁଲ ଶିକ୍ଷକଙ୍କୁ ନକ୍ସଲଙ୍କ ସମର୍ଥକ ହେବା ଅଭିଯୋଗକୁ କେନ୍ଦ୍ର କରି ଗିରଫ କରାଯାଇଛି। ପୁଲିସ ସୂତ୍ରରୁ ପ୍ରକାଶ, ଛତିଶଗଡ଼ର ଅମ୍ବାଗଢ଼ ଜିଲ୍ଲାରେ ଜଣେ ୨୫ବର୍ଷର ସ୍କୁଲ ଶିକ୍ଷକଙ୍କୁ ନକ୍ସଲଙ୍କ ସମର୍ଥନ କରୁଥିବା ଅଭିଯୋଗରେ ଗିରଫ କରାଯାଇଛି। ଶିକ୍ଷକ ଗିରଫ ହେବାପରେ ସ୍କୁଲ ପିଲାଙ୍କ ସମେତ ଗ୍ରାମବାସୀଙ୍କ ଏକ ସମୁହ ଏକାଠି ହୋଇ ଶିକ୍ଷକଙ୍କୁ ଛାଡ଼ିବା ପାଇଁ ପୁଲିସ ଷ୍ଟେସନ ସାମ୍ନାରେ ବିରୋଧ ପ୍ରଦର୍ଶନ କରିଛନ୍ତି।ଜଣେ ଅଧିକାରୀଙ୍କ […]

କୋଲ୍‌କାତା: ଆଜି ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ‘ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ’ର ଏକ ଟିମ୍‌ ଉପରେ ଆକ୍ରମଣ କରାଯାଇଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି। ରେସନ୍‌ ବଣ୍ଟନରେ ହୋଇଥିବା ଦୁର୍ନୀତି ଅଭିଯୋଗ ନେଇ ଚଢ଼ଉ କରିବାକୁ ଯାଇଥିବା ବେଳେ ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ‘ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ’ ଟିମ୍‌ ଆକ୍ରମଣର ସରବ୍ୟ ହୋଇଥିଲେ। ‘ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ’ ଟିମ୍‌ ‘ତୃଣମୂଳ କଂଗ୍ରେସ’ ନେତା ଜାହାନ୍‌ ଶେଖ୍‌ଙ୍କ ବାସଭବନରେ ପହଞ୍ଚିବାକ୍ଷଣି ସେମାନଙ୍କ ଉପରେ ଆକ୍ରମଣ କରାଯାଇଥିଲା। […]

ଭୁବନେଶ୍ୱର: ଭୁବନେଶ୍ୱର ରିଜର୍ଭ ଅଫିସରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଟ୍ରେନିଂ ବେଳେ ଜଣେ ହୋମଗାର୍ଡଙ୍କ ଜୀବନ ଯାଇଛି। ମୃତ ହୋମଗାର୍ଡ ହେଲେ ବାସୁଦେବ ମାନସିଂ। ରିଫ୍ରେସର କୋର୍ସ ପାଇଁ ଟ୍ରେନିଂ ଦିଆଯାଉଥିବା ବେଳେ ହୋମଗାର୍ଡ ବାସୁଦେବ ମାନସିଂଙ୍କ ମୃତ୍ୟୁ ଘଟିଛି। ତାଙ୍କର ମୃତଦେହକୁ କ୍ୟାପିଟାଲ ହସ୍ପିଟାଲରେ ରଖାଯାଇଛି। ସୂଚନା ଅନୁଯାୟୀ, ବାସୁଦେବ ଏୟାରଫିଲଡ ଥାନାରେ ଡ୍ୟୁଟି କରୁଥିଲେ। ସହିଦନଗର ଥାନା ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ସୋର: ବାଲେଶ୍ୱର ଜିଲ୍ଲା ସୋର ପୌରାଞ୍ଚଳ ରାଇପୁର ଗ୍ରାମରୁ ନିଖୋଜ ଅଢେ଼ଇ ବର୍ଷର ଶିଶୁ ଶୁଭମର ମୃତଦେହ ପାଖାପାଖି ୨୪ ଘଣ୍ଟା ପରେ ଉଦ୍ଧାର କରାଯାଇଛି। ଆଜି ସକାଳୁ ଘର ନିକଟରେ ଥିବା ପୋଖରୀକୁ ଶୁଖାଯାଉଥିଲା। ହେଲେ ସେଠାରୁ ତାର ପତ୍ତା ମିଳି ନଥିଲା। ହେଲେ ପାଖରେ ଥିବା ଅନ୍ୟ ଏକ ଗଡ଼ିଆ ଭିତରୁ ଶୁଭମର ମୃତଦେହ ଉଦ୍ଧାର ହୋଇଛି। ତାର ବେକରେ କ୍ଷତ ଚିହ୍ନ ଥିବାରୁ ତାକୁ କେହି […]

ଘୁ ଉଦୟଗିରି: ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଜିଲ୍ଲା ପରିବହନ ବିଭାଗ ଓ ସ୍ଥାନୀୟ ପୁଲିସର ମିଳିତ ସହଯୋଗରେ ସ୍ଥାନୀୟ ଶ୍ରୀରାମପଦା ଠାରେ ପରିବହନ ଅଧିକାରୀ ପ୍ରଶାନ୍ତ କୁମାର ଦାସ, କନେଷ୍ଟେବଳ ଜ୍ୟୋତି ରଞ୍ଜନ ପରିଡ଼ା ଓ ସ୍ଥାନୀୟ ପୁଲିସ ଏସଆଇ ଅନନ୍ତ କୁମାର ପ୍ରଧାନଙ୍କ ନେତୃତ୍ୱରେ ସମସ୍ତ ଯାନବାହନ ଯାଞ୍ଚ୍ କରାଯାଇଥିଲା। ଯାଞ୍ଚ୍ ବେଳେ ଚାଳକମାନଙ୍କ ଲାଇସେନ୍ସ, ହେଲମେଟ, ହାଇ ସିକ୍ୟୁରିଟି ନମ୍ୱର ପ୍ଲେଟ, ଇନ୍ସୁରାନସ୍ କାଗଜ […]

ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାରକୁ ଆତଙ୍କବାଦୀ ଘୋଷଣା କଲେ କେନ୍ଦ୍ର ସରକାର। ୟୁଏପିଏ (ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ ୧୯୬୭) ଅନୁଯାୟୀ ସରକାର ତାକୁ ଆତଙ୍କବାଦୀ ଘୋଷଣା କରିଥିବା ଜଣାପଡ଼ିଛି। ଗୃହ ମନ୍ତ୍ରାଳୟ ଦ୍ୱାରା ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ନିଷିଦ୍ଧ ଖାଲିସ୍ତାନୀ ସଂଗଠନ ବବ୍ବର ଖାଲସା ଇଣ୍ଟରନ୍ୟାସନାଲ ସହିତ ଗୋଲ୍ଡି ବ୍ରାର ଜଡିତ ଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।ଗୃହ ମନ୍ତ୍ରାଳୟ ପକ୍ଷରୁ ଆହୁରି କୁହାଯାଇଛି ଯେ, ସୀମା ବାହାରେ […]

ନୂଆଦିଲ୍ଲୀ: ଚଳିତ ବର୍ଷ ମାର୍ଚ୍ଚ ଏବଂ ଜୁଲାଇ ମାସରେ ଆମେରିକା, ଲଣ୍ଡନ ଏବଂ କାନାଡାରେ ଭାରତୀୟ ଦୂତାବାସକୁ ଟାର୍ଗେଟ କରାଯାଇଥିଲା। ଅନୁସନ୍ଧାନକାରୀ ସଂସ୍ଥା ଏନ୍ଆଇଏ ଏପର୍ଯ୍ୟନ୍ତ ଏହି ମାମଲାରେ ୪୩ଜଣ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିଛି। ଏହି ଘଟଣାକୁ ନେଇ ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶରେ ଏନଆଇଏ ଏକ ମାମଲା ରୁଜୁ କରିଥିଲା। ପରେ କ୍ରାଉଡ୍ ସୋର୍ସିଂ ମାଧ୍ୟମରେ ଏନଆଇଏ ସନ୍ଦିଗ୍ଧମାନଙ୍କୁ ଚିହ୍ନଟ କରିଥିବା ଜଣାପଡ଼ିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ୫୦ରୁ ଅଧିକ […]

କଟକ: କଟକ ଜିଲ୍ଲା ବାଙ୍କୀ ଥାନା ଡମପଡା କୋ ଅପରେଟିଭ ବ୍ୟାଙ୍କ ଶାଖାରୁ ୧୫ ଲକ୍ଷରୁ ଅଧିକ ଟଙ୍କା ଲୁଟର ଅଭିଯୋଗ ଆସିଛି। ବାଙ୍କୀ ଥାନା ଡମପଡା କୋ ଅପରେଟିଭ ବ୍ୟାଙ୍କ ଶାଖାରୁ ଲକର ତାଡ଼ି ନେଇଛନ୍ତି ଦୁର୍ବୃତ୍ତ। ଗତକାଲି ବିଳମ୍ବିତ ରାତିରେ ଲକର ତାଡ଼ି ପ୍ରାୟ ୧୫ ଲକ୍ଷ ଟଙ୍କା ଓ କମ୍ପୁଟର ହାର୍ଡ ଡିସ୍କ ସହିତ ଅନ୍ୟାନ୍ୟ ସାମଗ୍ରୀ ଦୁର୍ବୃତ୍ତମାନେ ନେଇଯାଇଥିବା କୁହାଯାଇଛି। ସେପଟେ ଘଟଣାସ୍ଥଳରେ ବାଙ୍କୀ […]

Social media & sharing icons powered by UltimatelySocial