ଆସନ୍ତାକାଲି ଅନ୍ତର୍ଜାତୀୟ ଯୋଗ ଦିବସ: ସକାଳ ୬.୩୦ରେ ଦେଶବାସୀଙ୍କ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

ଆସନ୍ତାକାଲି ଅନ୍ତର୍ଜାତୀୟ ଯୋଗ ଦିବସ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରିବେ। ସକାଳ ୬ଟା ୩୦ରେ ସମ୍ବୋଧନ କରିବା ନେଇ ସେ ଟ୍ୱିଟ କରି ସୂଚନା ଦେଇଛନ୍ତି। କରୋନା ମହାମାରୀ ପାଇଁ ଏଥର ଭର୍ଚୁଆଲ ମାଧ୍ୟମରେ ଯୋଗ କରାଯିବ। ପ୍ରଧାନମନ୍ତ୍ରୀ ଟ୍ୱିଟ କରି ଲେଖିଛନ୍ତି, କାଲି ୨୧ ଜୁନରେ ଆମେ ସପ୍ତମ ଯୋଗ ଦିବସ ପାଳନ କରିବୁ। ଏଥର ଥିମ ରହିଛି ଯୋଗ ଫର ୱେଲନେସ, ଯାହା ଶାରୀରିକ ଓ ମାନସିକ ରୋଗ ପାଇଁ ଅଭ୍ୟାସ କରାଯିବ। କାଲି ସକାଳ ୬ଟା ୩୦ ମିନିଟରେ ମୁଁ ଯୋଗ ଦିବସ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବି। ତେବେ ଆନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମ ଜୁନ୍ ୨୧ରେ ସମସ୍ତ ଦୂରଦର୍ଶନ ଚ୍ୟାନେଲରେ ସକାଳ ୬.୩୦ରେ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମକୁ ରାଜ୍ୟ ମନ୍ତ୍ରୀ ଆୟୁଷ କିରେନ ରିଜିଜୁ ମଧ୍ୟ ସମ୍ବୋଧିତ କରିବା ସହିତ ମୋରାରଜୀ ଦେଶାଇ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଯୋଗ ପକ୍ଷରୁ ଲାଇଭ୍ ଯୋଗ ପ୍ରଦର୍ଶନ ମଧ୍ୟ ଅନ୍ତର୍ଭୁକ୍ତ ହେବ।

Share Now:

Kalinga News Beuro

Next Post

ରାଜଧାନୀରୁ କମୁଛି ସଂକ୍ରମଣ : ଚିହ୍ନଟ ‌ହେଲେ ୨୮୭ଜଣ କରୋନା ଆକ୍ରାନ୍ତ

Sun Jun 20 , 2021
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରୁ ଗତ ୨୪ ଘଣ୍ଟା ମଧ୍ୟରେ ୨୮୭ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ଆଜି ଚିହ୍ନଟ ସଂଖ୍ୟାକୁ ଦେଖିଲେ ଧୀରେ ଧୀରେ ଭୁବନେଶ୍ବରରୁ କରୋନା ସଂକ୍ରମଣ କମୁଥିବା ଅନୁମାନ କରାଯାଉଛି। ତେବେ ଆଜି କରୋନାରୁ ୫୩୭ଜଣ ସୁସ୍ଥ ହୋଇଛନ୍ତି। ଗତ ୨୪ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ୨୮୭ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩୨ଜଣ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା […]
ଆଗାମୀ ୧୨୫ଦିନ ସତର୍କ ରହିବାକୁ ହେବ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial