‘ରାବଣ’ ଦେଲା ସଚେତନତାର ବାର୍ତ୍ତା

ଭୁବନେଶ୍ୱର: ଭୁବନେଶ୍ୱରରେ ଦିନକୁ ଦିନ ଇ-ବର୍ଜ୍ୟବସ୍ତୁ ପରିମାଣ ବଢ଼ିବାରେ ଲାଗିଛି। ଏଥିପାଇଁ ପରିବେଶ ପ୍ରଦୂଷିତ ହେବା ସହ ଲୋକମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏ ନେଇ ସଚେତନତା ସୃଷ୍ଟି କରିବା ପାଇଁ ଭୁବନେଶ୍ୱରର ୪ଜଣ ଛାତ୍ର ଅଭିନବ ପ୍ରାୟସ କରିଛନ୍ତି। ବିଏମ୍‌ସି ସହାୟତାରେ ସେମାନେ ଇ-ବର୍ଜ୍ୟବସ୍ତୁକୁ ନେଇ ଏକ ‘ରାବଣ’ ପ୍ରସ୍ତୁତ କରିଛନ୍ତି। ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଆଜି ଜୟଦେବ ବିହାରଠାରେ ଏହି ‘ରାବଣ’ର ଉଦ୍‌ଘାଟିତ ହୋଇଛି। ଏଣେତେଣେ ପଡ଼ୁଥିବା ଇଲେକ୍ଟ୍ରୋନିକ୍ସ ସାମଗ୍ରୀକୁ ଏକାଠି କରି ଏହି ରାବଣ ତିଆରି କରାଯାଇଛି। ଏହି ମୂର୍ତ୍ତି ତିଆରି କରିବା ପାଇଁ ୬ ଦିନ ସମୟ ଲାଗିଛି। ବିଭିନ୍ନ ପ୍ରକାର ଇ-ବର୍ଜ୍ୟବସ୍ତୁ ଯଥା କମ୍ପ୍ୟୁଟର ମନିଟର, ମୋବାଇଲ, ପ୍ରିଣ୍ଟର, ଫ୍ରିଜ୍‌, କୁଲର, ଫ୍ୟାନ୍‌, ଏସି, ସରଭର, ସିଲିକନ୍‌, କପର ଆଦି ଇଲେକ୍ଟ୍ରାନିକ ଜିନିଷକୁ ବ୍ୟବହାର କରି ଏହି ୧୫ଫୁଟ ବିଶିଷ୍ଟ ରାବଣ ତିଆରି କରାଯାଇଛି। ଆସନ୍ତା ସେପ୍ଟେମ୍ବର ପର୍ଯ୍ୟନ୍ତ ଏହା ଲୋକଙ୍କୁ ସଚେତନ କରାଇବ। ପିନାକୀ ମହାନ୍ତି ଏହାକୁ ନିର୍ମାଣ କରିଥିବା ବେଳେ ତାଙ୍କୁ ବିଦ୍ୟାଧର ମାଝି, ରାଜୁ ଭୋଇ ଓ ମହେଶ ସହଯୋଗ ଯୋଗାଇ ଦେଇଛନ୍ତି। ଆଜି ଏହି ‘ରାବଣ’ର ଉଦ୍‌ଘାଟନ ଅବସରରେ ପିନାକୀ କହିଛନ୍ତି ଯେ ଲୋକମାନେ ଯଦି ଇ-ବର୍ଜ୍ୟବସ୍ତୁକୁ ସୂଚାରୁରୂପେ ପରିଚାଳିତ ନ କରିବେ, ତେବେ ଏହା ଅସୁର ରୂପ ନେଇ ପୃଥିବୀର ବିନାଶ କରିବ। ତେଣୁ ବିଭିନ୍ନ ସେକ୍ଟରରୁ ବାହାରୁଥିବା ଇ-ବର୍ଜ୍ୟବସ୍ତୁକୁ ଏଣେତେଣେ ନ ଫୋପାଡ଼ିବା ପାଇଁ ସେ ଅନୁରୋଧ କହିଛନ୍ତି। ଯଦି କୌଣସି ସଂସ୍ଥା, କମ୍ପାନି ନିକଟରେ ଏଭଳି କୌଣସି ସାମଗ୍ରୀ ରହିଥିବ, ତେବେ ଯୋଗାଯୋଗ କଲେ ତାହାକୁ ନେବା ସହ ଏହାର ଠିକ୍‌ ମୂଲ୍ୟ ଦିଆଯିବ। ଏଥିପାଇଁ ଯେ କେହି େଓ୍ଵବସାଇଟ୍‌ www.cleanbhubaneswar.in ଓ ଟୋଲଫ୍ରି ନଂ-18001202723ରେ ଯୋଗଯୋଗ କରିପାରିବେ। ଆଜିର ଏହି କାର୍ଯ୍ୟକ୍ରମରେ ମେୟର ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱଚ୍ଛ ଇ-ଭୁବନେଶ୍ୱର ଗଢ଼ିବା ପାଇଁ ହୋଇଥିବା ‘ରାବଣ’କୁ ଉଦ୍‌ଘାଟନ କରିଥିଲେ। ଏଭଳି କାରିଗରୀ କୌଶଳକୁ ପ୍ରଶଂସା କରି ସ୍ମାର୍ଟସିଟିର ଅନ୍ୟାନ୍ୟ ଖୋଲା ସ୍ଥାନରେ ଏପରି କାରୁକାର୍ଯ୍ୟ କରାଯାଉ ବୋଲି ମନ୍ତବ୍ୟ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏସ୍‌ଡିଆରସିର ପରିଚାଳକ ନରସିଂହ ପାଣିଗ୍ରାହୀ, ସୋଫିସ୍‌ର ଏମ୍‌ଡ଼ି ଦିପାଲୀ ସିହ୍ନା କ୍ଷେତ୍ରିଓ୍ଵାଲ, ଆଇଏଫ୍‌ସିର କରୀନା ଭୋଲ, ବିଭୂତି ବାରିକ ପ୍ରମୁଖ ଯୋଗ ଦେଇଥିଲେ।

Share Now:

Kalinga News Beuro

Leave a Reply

Next Post

ମନ୍ଦିରରୁ ମିଳିଲା ମୃତଦେହ

Wed Jun 6 , 2018
ଭୁବନେଶ୍ୱର: କାନନବିହାର ସ୍ଥିତ କପିଳେଶ୍ୱର ମନ୍ଦିର ପରିସରରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣଙ୍କ ହେଲେ ଦିଲୀପ ପରିଚ୍ଛା। ତାଙ୍କ ଘର ଭଦ୍ରକ ଜିଲ୍ଲା ଆଗରପଡ଼ାରେ। ପୋଲିସ ଘଟଣା ତଦନ୍ତ କରୁଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଦିଲୀପଙ୍କ ମୃତଦେହ ନିକଟରୁ ଏକ ସୁଇସାଇଡ୍ ନୋଟ୍ ଜବତ ହୋଇଛି। ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି ବୋଲି ସୁଇସାଇଡ୍‌ ନୋଟରେ ଲେଖାଯାଇଛି। ଏହା ଦିଲୀପଙ୍କ ହାତ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial