ପଳାଶୁଣି ଛକରେ ମର୍ମନ୍ତୁଦ ଦୁର୍ଘଟଣା: ଦୁଇ ଟ୍ରକ୍ ମଝିରେ ଚାପି ହୋଇ କାର ଚାଳକଙ୍କ ମୃତ୍ୟୁ

ପଳାଶୁଣି ଛକରେ ମର୍ମନ୍ତୁଦ ଦୁର୍ଘଟଣା

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ପଳାଶୁଣି ଛକରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପଳାଶୁଣି ଛକ ନିକଟରେ ଏକ ଟ୍ରକର ବ୍ରେକ୍ ଫେଲ ହୋଇ ରାସ୍ତାରେ ଠିଆ ହୋଇଥିଲା। ତାକୁ ଏକ କାର ଧକ୍କା ଦେଇଥିଲା। ତାପରେ ଆଉ ଏକ ଟ୍ରକ୍ କାରକୁ ପଛପଟୁ ଧକ୍କା ଦେଇଥିଲା। ୨ଟି ଟ୍ରକ ମଝିରେ ଚାପି ହୋଇଯାଇଥିଲା କାରଟି। ତାପରେ ସେହି କାର ଚାଳକ ଚାପି ହୋଇଯାଇଥିଲେ ଏବଂ ଘଟଣାସ୍ଥଳରେ କାର ଚାଳକଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ସକାଳ ୭ଟା ପାଖାପାଖି ସମୟରେ ଘଟିଥିଲା। ଏହାପରେ ପ୍ରାୟ ୫ ଘଣ୍ଟା ଧରି ରାସ୍ତା ଜାମ୍ ହୋଇଥିଲା। ଏଥିଯୋଗୁ ଶହଶହ ଗାଡ଼ି ରାସ୍ତାରେ ଅଟକି ରହିଥିବାର ଦେଖିବାକୁ ମିଳିଥିଲା। ଖାଲି ସେତିକି ନୁହେଁ, ରାସ୍ତା ଉପରେ ପ୍ରବଳ ଭିଡ଼ ଲାଗି ରହିଥିଲା। ମୃତକ ଯାଜପୁର ଜିଲ୍ଲା ଧର୍ମଶାଳା ବିଦ୍ୟୁତ୍ ବିଭାଗର ଏସଡିଓ ସୁମନ୍ତ ଦାସ ବୋଲି ଜଣାଯାଇଛି। ସେ ଆଜି ସକାଳେ ନିଜ କାରରେ ଭୁବନେଶ୍ୱରରୁ ଧର୍ମଶାଳା ଅଭିମୁଖେ ଯାଉଥିଲେ।

Share Now:

Kalinga News Beuro

Next Post

ଗୋରଖନାଥ ମନ୍ଦିର ଆକ୍ରମଣ ସଂପର୍କରେ ଗୁଇନ୍ଦା ବିଭାଗ ମାର୍ଚ୍ଚ ୩୧ରେ ସତର୍କ କରାଇଦେଇଥିଲା

Mon Apr 4 , 2022
ଗୋରଖପୁର : ଗୋରଖପୁରର ପ୍ରସିଦ୍ଧ ଗୋରଖନାଥ ମନ୍ଦିର ଉପରେ ଗତ ରବିବାର ହୋଇଥିବା ଆକ୍ରମଣ ପଛରେ ଆତଙ୍କବାଦୀ ଲିଙ୍କ୍ ଥିବା ଉତ୍ତରପ୍ରଦେଶ ପୁଲିସ ସଂଦେହ କରୁଛି। ତେବେ ଏହି ଆକ୍ରମଣ ସଂପର୍କରେ ଗୁଇନ୍ଦା ଏଜେନ୍ସି ଗୁଡ଼ିକ ପୂର୍ବରୁ ସତର୍କ କରାଇଦେଇଥିଲେ । ଗତ ମାର୍ଚ୍ଚ ୩୧ ତାରିଖରେ ଗୁଇନ୍ଦା ଏଜେନ୍ସି ଗୁଡ଼ିକ ଗୋରଖନାଥ ମନ୍ଦିର ଉପରେ ଆକ୍ରମଣ ଆଶଙ୍କା ନେଇ ଉତ୍ତରପ୍ରଦେଶ ପୁଲିସକୁ ନିର୍ଦ୍ଦିଷ୍ଟଭାବେ ସୂଚୀତ କରିଥିଲେ। ମାର୍ଚ୍ଚ ୩୧ରେ […]
ଓଏନଜିସି କାରଖାନାରେ ଅଗ୍ନିକାଣ୍ଡ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial