ଆଜି ବଜାରକୁ ଆସିବ ୧୨୫ ଟଙ୍କିଆ କଏନ୍‌

ନୂଆଦିଲ୍ଲୀ: ଆଜି ଆସିବ ୧୨୫ ଟଙ୍କିଆ କଏନ୍‌। ଉପରାଷ୍ଟ୍ରପତି ଏମ୍‌.କେ ଭେଙ୍କେୟା ନାଇଡୁ ଏହି କଏନ୍‌କୁ ଉନ୍ମୋଚନ କରିବେ। ପି ସି ମହାଲନୋବିସ୍‌ଙ୍କ ୧୨୫ତମ ଜୟନ୍ତୀ ଏବଂ ପରିସଂଖ୍ୟାନ (Statistics Day ) ଦିବସ ଅବସରରେ ଏହି କଏନଙ୍କୁ ଦେଶ ଉଦ୍ଦେଶ୍ୟରେ ଜାରି କରିବେ ଭେଙ୍କେୟା। ଏଥିସହ ୫ ଟଙ୍କିଆ ନୂଆ ମୁଦ୍ରା ମଧ୍ୟ ଜାରି ହେବ। ମିଳିଥିବା ସୂଚନା ଅନୁଯାୟୀ, ପି ସି ମହାଲନୋବିସ୍‌ଙ୍କ ଜୟନ୍ତୀକୁ ସମ୍ମାନ ଜଣାଇ ଉପରାଷ୍ଟ୍ରପତି ଏହି କଏନର ଉନ୍ମୋଚନ କରିବେ। ଜୁନ୍‌ ୨୯କୁ ପ୍ରତିବର୍ଷ ପରିସଂଖ୍ୟାନ ଦିବସ ହିସାବରେ ଜାତୀୟସ୍ତରରେ ପାଳନ କରିବା ପାଇଁ ସରକାର ୨୦୦୭ରେ ନିଷ୍ପତ୍ତି ନେଥିଲେ। ସେବେଠାରୁ ଏହ ଦିବସ ପାଳନ ହୋଇ ଆସୁଛି। ୨୦୧୬ ନଭେମ୍ବର ମାସରେ ବିମୁଦ୍ରାୟନ ପରେ ସରକାର ୨୦୦, ୫୦୦ ଏବଂ ୨୦୦୦ଟଙ୍କିଆର ନୂଆ ନୋଟ ଜାରି କରିସାରିଛନ୍ତି। ଏବେ କଏନ କ୍ଷେତ୍ରରେ ପ୍ରଥମଥର ପାଇଁ ଏକ ବଡ଼ ମୂଲ୍ୟର ମୁଦ୍ରା ୧୨୫ ଟଙ୍କିଆ କଏନକୁ ଜାରି କରିବାକୁ ଯାଉଛନ୍ତି ଭାରତ ସରକାର।

Share Now:

Kalinga News Beuro

Leave a Reply

Next Post

ବିଧାୟକ ସନା ମହାକୁଡ଼ଙ୍କୁ ଇଡିର ଜେରା

Fri Jun 29 , 2018
ଭୁବନେଶ୍ୱର : ଚମ୍ପୁଆ ବିଧାୟକ ସନା ମହାକୁଡ଼ଙ୍କୁ ଗତକାଲି ପ୍ରବର୍ତ୍ତନ ନିର୍ଦେଶାଳୟ( ଇଡି) ଜେରା କରିଛି। ବିଧାୟକ ଶ୍ରୀ ମହାକୁଡ଼ କେତେକ କାଗଜପତ୍ର ଇଡିରେ ଦାଖଲ କରିଛନ୍ତି। ଗତ ଏକ ସପ୍ତାହ ତଳେ ବିଧାୟକଙ୍କୁ ନୋଟିସ୍‌ ଜାରି କରାଯାଇଥିଲା। କିନ୍ତୁ ସ୍ୱାସ୍ଥ୍ୟଗତ କାରଣରୁ ସେ ଅନୁପସ୍ଥିତ ରହୁଥିଲେ। ଆଜି ଦିନ ପ୍ରାୟ ୧୧ଟାବେଳେ ସେ ଇଡିରେ ହାଜର ହୋଇଥିଲେ। ସଂଧ୍ୟା ପ୍ରାୟ ସାଢ଼େ ୭ଟାବେଳେ ଇଡି କାର୍ଯ୍ୟାଳୟରୁ ବାହାରିଥିଲେ। ଇଡିର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial