ନୂଆ ବର୍ଷରୁ ଶ୍ରୀମନ୍ଦିରରେ ମୋବାଇଲ୍‌ ନିଷେଧ

ପୁରୀ: ନୂଆ ବର୍ଷରୁ ଶ୍ରୀମନ୍ଦିରରେ ନୂଆ କଟକଣା ଲାଗୁ ହେବାକୁ ଯାଉଛି। କୌଣସି ଅଣପଞ୍ଜୀକୃତ ମୋବାଇଲ୍‌ ହାଣ୍ଡସେଟ୍‍ ଶ୍ରୀମନ୍ଦିର ପ୍ରବେଶ କରିବ ନାହିଁ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱୀକୃତିପ୍ରାପ୍ତ ଦୁଇ ସଂସ୍ଥା ପକ୍ଷରୁ ଯୋଗାଇ ଦିଆଯାଉଥିବା ପଞ୍ଜୀକୃତ ମୋବାଇଲ୍‌ ହାଣ୍ଡ୍‌ସେଟ୍‌ ଛଡ଼ା କେହି ଅନ୍ୟ ମୋବାଇଲ ଫୋନ୍‌ ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସକ(ନୀତି) ପ୍ରଦୀପ କୁମାର ଦାଶ ସୂଚନା ଦେଇଛନ୍ତି। କେବଳ ନିର୍ଦ୍ଦିଷ୍ଟ ଅଧିକାରୀ, କର୍ମଚାରୀ, ସେବକଙ୍କ ଛଡ଼ା କେହି ମୋବାଇଲ ବ୍ୟବହାର କରିପାରିବେ ନାହିଁ।

ଅନ୍ୟପଟେ ଏଭଳି ନିଷ୍ପତ୍ତିକୁ ନେଇ ସେବାୟତ ମହଲରେ ଅସନ୍ତୋଷ ଓ ଦ୍ୱନ୍ଦ୍ୱ ବଢ଼ିବାରେ ଲାଗିଛି। ଦାମୋଦର ମହାସୁଆର ନୂଆ ମୋବାଇଲ୍‌ ସଂଯୋଗ ଓ ହ୍ୟାଣ୍ଡସେଟ୍‌ ନ ନେବା ପାଇଁ ସେବାୟତମାନଙ୍କୁ ଅନୁରୋଧ କରିଥିବାବେଳେ ଭକ୍ତମାନଙ୍କୁ ମଧ୍ୟ ଅନୁରୂପ ସୁଯୋଗ ଦେବାପାଇଁ ଦାବି କରିଛନ୍ତି। ଏହି ମୋବାଇଲ ହାଣ୍ଡସେଟ୍‌କୁ ନେଇ ମଧ୍ୟ ଭିନ୍ନ ବିବାଦ ଦେଖାଦେଇଛି। ଭୋଡାଫୋନ୍‍ କମ୍ପାନି ଯୋଗାଉଥିବା ଚାଇନା ମୋବାଇଲ୍‌ର ଆଇଏମ୍‍ଇଆଇ ନମ୍ବର ଟ୍ୟାମ୍ପରିଂ ହୋଇପାରିବ ବୋଲି କୁହାଯାଉଛି। ଏଣୁ ସେବାୟତଙ୍କୁ ଯୋଗାଇ ଦିଆଯାଉଥିବା ମୋବାଇଲ୍‌ ଆଉ କାହା ନାମରେ ମଧ୍ୟ ବ୍ୟବହାର କରାଯାଇ ପାରିବ। ଏଣୁ ସେବାୟତଙ୍କ ପାଇଁ ଏହା ବିପଦ ହେବା ଆଶଙ୍କା ରହିଛି। ଗୋଟିଏ ପଟେ କଟକଣା। ଅନ୍ୟପଟେ ଯୋଗାଇ ଦିଆଯାଉଥିବା ପଞ୍ଜୀକୃତ ମୋବାଇଲର ଅପବ୍ୟବହାର ଏହି ଦୁଇଟି ପ୍ରସଙ୍ଗ ଏକ ବିରାଟ ସମସ୍ୟା ଛିଡ଼ା କରିଛି।

Share Now:

Kalinga News Beuro

Leave a Reply

Next Post

ସିସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ

Wed Dec 20 , 2017
କଟକ: ସିସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ୩ଟି ମାମଲାରେ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଟିଟିଲାଗଡ, ନବରଙ୍ଗପୁର ଓ ଯାଜପୁର ଟାଉନ ଥାନାରେ ସିସୋର ଠକେଇ ନେଇ ୨୦୧୩ରେ ରୁଜୁ ହୋଇଥିବା ମାମଲାରେ ତାଙ୍କୁ ଜାମିନ୍‌ ମିଳିଛି। ଜଷ୍ଟିସ ଜେ.ପି.ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଗତ ୬ ତାରିଖରେ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ଆଜି ରାୟ ପ୍ରକାଶ ପାଇଛି। Share Now:

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial