୨୦୨୪ରେ ଦୁଇ ତୃତୀୟାଂଶ ଆସନ ସହ ବିଜେପି ଓଡ଼ିଶାରେ ସରକାର ଗଢିବ: ଜୟନାରାୟଣ ମିଶ୍ର

୨୦୨୪ରେ ବିଜେପି ଓଡ଼ିଶାରେ ସରକାର ଗଢିବ

ଭୁବନେଶ୍ୱର: ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ପରେ ବାହାସ୍ଫୋଟ ମାରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ଆସନ୍ତା ୨୦୨୪ରେ ଦୁଇ ତୃତୀୟାଂଶ ଆସନ ସହ ବିଜେପି ଓଡ଼ିଶାରେ ସରକାର ଗଢିବ। ଗୁଜରାଟ ମଡେଲକୁ ଆଧାର କରି ଭୋଟରଙ୍କ ପାଖରେ ପହଞ୍ଚିବ ବିଜେପି। ଆଉ ବିଜେପି ଅଧିକରୁ ଅଧିକ ଆସନ ହାତେଇବା ପାଇଁ ଯୁବବର୍ଗଙ୍କୁ ଫୋକସରେ ରଖିବ। ଏନେଇ ଜାତୀୟ କାର୍ଯ୍ୟକାରିଣୀରେ ରଣନୀତି ପ୍ରସ୍ତୁତ ହୋଇଥିବା କହିଛନ୍ତି ଜୟନାରାୟଣ ମିଶ୍ର। ଜୟନାରାୟଣ ଆହୁରି ବି କହିଛନ୍ତି, ‘ପ୍ରଥମ ଥର ଭୋଟ ଦେଉଥିବା ଭୋଟର ସବୁବେଳେ ଉତ୍ସାହିତ ଥାଆନ୍ତି। ତେଣୁ ସେମାନଙ୍କୁ ନିଜ ସପକ୍ଷକୁ ଆଣିବାକୁ ବିଜେପି ଉଦ୍ୟମ କରିବ। ଯୁବବର୍ଗଙ୍କୁ ନେଇ ଦଳର ଆଭିମୁଖ୍ୟ କଣ ଏବଂ ବିଜେଡି ଓ କଂଗ୍ରେସ ଆଭିମୁଖ୍ୟ କଣ ସେ ବାବଦରେ ଅବଗତ କରିବ। ଏହାପରେ ଯୁବବର୍ଗ ବିଚାର କରିବେ କାହା ସପକ୍ଷରେ ଭୋଟ ଦେବେ। ସେହିଭଳି କୁଶାସନ ଓ ସୁଶାସନର ବାର୍ତ୍ତା ନେଇ ଭୋଟରଙ୍କ ପାଖରେ ବିଜେପି ପହଞ୍ଚିବ। ସବୁ କ୍ଷେତ୍ରରେ କିଭଳି ଓଡ଼ିଶାରେ କୁଶାସନ ବଢିଚାଲିଛି। ବିନା ଟଙ୍କାରେ କିଭଳି ଗୋଟିଏ ବି କାମ ହେଉନାହିଁ, ଭୋଟ ସର୍ବସ୍ୱ ରାଜନୀତି କିଭଳି ସବୁ ବର୍ଗର ଲୋକଙ୍କ ଅଣ୍ଟା ଭାଙ୍ଗି ଦେଇଛି ସେ ବାର୍ତ୍ତା ଓଡ଼ିଶାର ପ୍ରତିଟି ଲୋକଙ୍କ ପାଖରେ ପହଞ୍ଚାଇବୁ। ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଓଡ଼ିଶା କିଭଳି ସବୁ କ୍ଷେତ୍ରରେ ତଳ ଆଡୁ ପ୍ରଥମ ହେଉଛି ତାହାର ସତ୍ୟତା ସାମ୍ନାକୁ ଆଣିବୁ। ସେହିଭଳି ଗୁଜରାଟ ମଡେଲର ଉଦାହରଣ ଦେଇ ବିଜେପିର ସୁଶାସନର ବାର୍ତ୍ତା ରାଜ୍ୟବାସୀଙ୍କ ପାଖରେ ପହଞ୍ଚାଇବାକୁ ବିଜେପି ରଣନୀତି କରିଛି।’
ଅନ୍ୟପଟେ ୨୦୨୪ରେ ଓଡ଼ିଶାରେ ବିଜେପି ସରକାର ଗଢିବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ଜୟନାରାୟଣ। ଦୁଇ ତୃତୀୟାଂଶ ଆସନ ଶାସନ କ୍ଷମତାରେ ବସିବୁ ବୋଲି ଜୟନାରାୟଣ କହିଛନ୍ତି। ୧୪୭ ଆସନରେ ଲଢେଇ କରିବୁ, ଆଉ ଲୋକଙ୍କ ଆଶୀର୍ବାଦ ହାତେଇବୁ ବୋଲି ଜୟନାରାୟଣ କହିଛନ୍ତି। ତେବେ ଦଳର ଚେହେରା କିଏ ହେବ ତାହାକୁ ନେଇ ସ୍ପଷ୍ଟ କରିନାହାନ୍ତି। ବିଜେପି କୌଣସି ବ୍ୟକ୍ତିବିଶେଷଙ୍କୁ ନେଇ ନୁହେଁ ବରଂ ଟିମକୁ ନେଇ ଆଗକୁ ବଢେ। କେନ୍ଦ୍ରୀୟ ନେତୃତ୍ୱ ଏ ବାବଦରେ ଯାହା ନିଷ୍ପତ୍ତି ନେବେ ତାହାକୁ ଗ୍ରହଣ କରିବୁ। ଯେହେତୁ ଏବେ ନିର୍ବାଚନ ଆସିନାହିଁ ତେଣୁ ସେ ବାବଦରେ କୌଣସି ଚର୍ଚ୍ଚା ଆଲୋଚନା ହୋଇନାହିଁ। ବିଜେପି ଶାସିତ ଅନେକ ରାଜ୍ୟରେ ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ବଛାଯାଇଛନ୍ତି। ଓଡ଼ିଶାରେ ମଧ୍ୟ ସେହି ଫର୍ମୁଲାକୁ ନେଇ ଏବେ ଆଗକୁ ବଢୁଛି ବିଜେପି। ଆଗକୁ କେନ୍ଦ୍ରୀୟ ନେତୃତ୍ୱ ଏବାବଦରେ କୌଣସି ନିଷ୍ପତ୍ତି ନେଲେ ତାହା ସମସ୍ତେ ଜାଣିବେ।

Share Now:

Kalinga News Beuro

Next Post

ୟୁକ୍ରେନରେ ହେଲିକପ୍ଟର ଦୁର୍ଘଟଣା : ଗୃହମନ୍ତ୍ରୀଙ୍କ ସମେତ ୧୬ଜଣଙ୍କ ମୃତ୍ୟୁ

Wed Jan 18 , 2023
କିବ୍: ହେଲିକପ୍ଟର ଦୁର୍ଘଟଣାରେ ୟୁକ୍ରେନ ଗୃହମନ୍ତ୍ରୀଙ୍କ ସମେତ ୧୬ଜଣଙ୍କ ମୃତ୍ୟୁ। ୟୁକ୍ରେନର ରାଜଧାନୀ କିବ୍ ବାହାରେ ଥିବା ଏକ କିଣ୍ଡରଗାର୍ଡେନ ନିକଟରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାପରେ ଦୁଇ ଶିଶୁ ଏବଂ ୟୁକ୍ରେନର ଗୃହମନ୍ତ୍ରୀଙ୍କ ସମେତ ୧୬ଜଣଙ୍କର ମୃତ୍ୟୁ ଘଟିଛି। ସ୍ଥାନୀୟ ପୁଲିସର ମୁଖ୍ୟ ଇଗୋର କ୍ଲେମେଙ୍କୋ କହିଛନ୍ତି ଯେ, ଘଟଣାଟି ବ୍ରୋବେରୀରେ ଥିବା କିଣ୍ଡରଗାର୍ଡେନ ନିକଟରେ ଘଟିଛି। ବର୍ତ୍ତମାନ ସମୁଦାୟ ୧୬ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ମୃତକଙ୍କ ମଧ୍ୟରେ […]
ହେଲିକପ୍ଟର ଦୁର୍ଘଟଣାରେ ୟୁକ୍ରେନ ଗୃହମନ୍ତ୍ରୀଙ୍କ ମୃତ୍ୟୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial