ବାଲ୍ୟ ବିବାହ କରୁଥିବା ପୁରୁଷଙ୍କୁ ହୋଇପାରେ ଆଜୀବନ କାରାଦଣ୍ଡ : ଆସାମ ମୁଖ୍ୟମନ୍ତ୍ରୀ

କମ ବୟସର ଝିଅଙ୍କୁ ବିବାହ

ନୂଆଦିଲ୍ଲୀ: ଆସାମ ପୁଲିସ ରାଜ୍ୟରେ ବାଲ୍ୟ ବିବାହ ଘଟଣାକୁ ନେଇ ଗୁରୁବାର ଏକ ବଡ଼ ପଦକ୍ଷେପ ନେଇଛି। ପୁଲିସ ଏଯାବତ ବାଲ୍ୟ ବିବାହ ଘଟଣାରେ ସମ୍ପୃକ୍ତ ଥିବା ନେଇ ୧୮୦୦ଜଣଙ୍କୁ ଗିରଫ କରିଛି ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ସୂଚନା ଦେଇଛନ୍ତି। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ କହିଥିଲେ କି ବାଲ୍ୟ ବିବାହକୁ ନେଇ ରାଜ୍ୟରେ ୪୦୦୪ ମାମଲା ରୁଜୁ କରାଯାଇଛି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଗୁରୁବାର ସୂଚନା ଦେଇ କହିଛନ୍ତି, ‘ ଆମର ସରକାର ରାଜ୍ୟରେ ବାଲ୍ୟ ବିବାହ ଶେଷ କରିବାକୁ ଦୃଢ଼ ସଂକଳ୍ପ ନେଇଛି। କେବଳ ଏତିକି ନୁହେଁ, ଏହି ଘଟଣାର କାର୍ଯ୍ୟାନୁଷ୍ଠାନ ଫେବୃଆରୀ ୩ରୁ ଆରମ୍ଭ ହୋଇଯିବ ‌ବୋଲି ବି କୁହାଯାଇଥିଲା। ହିମନ୍ତ ବିଶ୍ବଶର୍ମା ଟୁଇଟ କରି କହିଛନ୍ତି, ‘ଆସାମ ପୁଲିସ ରାଜ୍ୟରେ ବାଲ୍ୟ ବିବାହର ୪୦୦୪ ମାମଲା ରୁଜୁ କରିଛନ୍ତି। ଏଦିଗ‌ରେ ପୁଲିସର କାର୍ଯ୍ୟାନୁଷ୍ଠାନ ଫେବ୍ରୁଆରି ୩ ତାରିଖରୁ ଆରମ୍ଭ ହୋଇଯାଇଛି। ମୁଁ ସମସ୍ତଙ୍କୁ ସହଯୋଗର ନିବେଦନ କରୁଛି। ଗତ ମାସରେ କ୍ୟାବିନେଟରେ ବାଲ୍ୟ ବିବାହ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।
ଏଥିସହିତ ୧୪ବର୍ଷରୁ କମ ବୟସର ପିଲାଙ୍କୁ ବିବାହ କରୁଥିବା ପୁରୁଷଙ୍କ ବିରୋଧରେ ପୋକ୍ସୋ ଆକ୍ଟ ଜରିଆରେ ଯାଞ୍ଚ ହେବା ନେଇ ମଞ୍ଜୁରୀ ମିଳିଯାଇଛି। ୫ରୁ ୬ ମାସ ମଧ୍ୟରେ ଏମିତି ହଜାରହଜାର ଲୋକଙ୍କୁ ଗିରଫ କରାଯିବ। କାରଣ ୧୪ବର୍ଷରୁ କମ ବୟସରେ ଝିଅମାନଙ୍କ ସହିତ ଶାରିରୀକ ସମ୍ପର୍କ ରଖିବା ଅପରାଧ ଅଟେ। ଏଥିସହିତ ଝିଅଙ୍କ ବିବାହ ବୟସ ୧୮ବର୍ଷ ରହିଛି। ଏହାଠାରୁ କମ ବୟସର ଝିଅଙ୍କୁ ବିବାହ କରୁଥିବା ପୁରୁଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯିଏବି ଏଥିରେ ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଆଜୀବନ କାରାଦଣ୍ଡ ହୋଇପାରେ।’

Share Now:

Kalinga News Beuro

Next Post

ଘରୋଇ ନର୍ସିଂହୋମରେ ମହିଳାଙ୍କ ଅପରେସନରେ ତ୍ରୁଟି ଯୋଗୁଁ ମୃତ୍ୟୁ

Fri Feb 3 , 2023
ବ୍ୟାପକ ଭଙ୍ଗାରୁଜା କଲେ ପରିବାର ଓ ଗ୍ରାମବାସୀ ସୋର: ବାଲେଶ୍ବର ଜିଲ୍ଲା ସୋର ପୌରପାଳିକା ଅନ୍ତର୍ଗତ ଏକ ଘରୋଇ ନର୍ସିଂହୋମରେ ଗତବର୍ଷ ଡିସେମ୍ବର ୨୫ ତାରିଖରେ ଜଣେ ମହିଳାଙ୍କର ପ୍ରସବ ପାଇଁ ଅପରେସନ କରାଯାଇଥିଲା। ପରେ ତାଙ୍କର ଅପରେସନରେ ତ୍ରୁଟି ପାଇଁ ମୃତ୍ୟୁ ହୋଇଯାଇଥିବାର ଅଭିଯୋଗରେ ଆଜି ଉକ୍ତ ନର୍ସିଂହୋମରେ ମୃତକଙ୍କ ପରିବାର ଏବଂ ଗ୍ରାମବାସୀମାନେ ପହଞ୍ଚି ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଅଭିଯୋଗ ଅନୁସାରେ ସୋର ଥାନା ୱାଦା ଗ୍ରାମର […]
ଘରୋଇ ନର୍ସିଂହୋମରେ ମହିଳାଙ୍କ ମୃତ୍ୟୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial