ନବବଧୂଙ୍କୁ ତଣ୍ଟି ଚିପି ହତ୍ୟା: ମଞ୍ଚେଶ୍ୱର ଥାନାରେ ଅଭିଯୋଗ କଲେ ମୃତକଙ୍କ ପରିବାର

ବଧୂଙ୍କୁ ତଣ୍ଟି ଚିପି ହତ୍ୟା

ଭୁବନେଶ୍ୱର: ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଜଳିପାଟଣା ଗ୍ରାମରେ ବଧୂଙ୍କୁ ତଣ୍ଟି ଚିପି ହତ୍ୟା ଅଭିଯୋଗ ହୋଇଛି। ସ୍ୱାମୀ ଓ ଶ୍ୱଶୁରଘର ଲୋକେ ମିଶି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର। ମୃତକ ହେଉଛନ୍ତି ଜଗତସିଂପୁର ଜିଲ୍ଲା ଡିଆସାହିର ଲକ୍ଷ୍ମୀପ୍ରିୟା ମହାନ୍ତି। ସୂଚନା ଅନୁଯାୟୀ, ଲକ୍ଷ୍ମୀପ୍ରିୟା ଜଲିପାଟଣାର ପ୍ରଭାତ ପରିଡ଼ାଙ୍କୁ ଗତ ୨ ବର୍ଷ ୨ ମାସ ତଳେ ବିବାହ କରିଥିଲେ। ଗତକାଲି ରାତିରେ କୌଣସି କାରଣକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାଯାଇଛି। ତେବେ କାହିଁକି ଲକ୍ଷ୍ମୀପ୍ରିୟାଙ୍କର ହତ୍ୟା ହୋଇଛି, ତାହା ଜଣା ପଡ଼ିନଥିବା ବେଳେ, ତାଙ୍କ ପରିବାର ମଞ୍ଚେଶ୍ୱର ଥାନା ପୁଲିସର ଦ୍ୱାରସ୍ଥ ହୋଇଛନ୍ତି।

Share Now:

Kalinga News Beuro

Next Post

ଲିଫ୍ଟ ଦେବା ବାହାନାରେ ଯୁବତୀଙ୍କୁ ଦୁଷ୍କର୍ମ : ଅଭିଯୁକ୍ତ ଗିରଫ

Thu Mar 9 , 2023
ଭୁବନେଶ୍ୱର: ଯୁବତୀଙ୍କୁ ଲିଫ୍ଟ ଦେବା ବାହାନାରେ ନିକାଞ୍ଚନ ଜାଗାକୁ ଡାକି ନେଇ ଦୁଷ୍କର୍ମ ଉଦ୍ୟମ କରିବା ଅଭିଯୋଗରେ ଜଣେ ଅଭିଯୁକ୍ତ ଗିରଫ ହୋଇଥିବା ଜଣାଯାଇଛି। ସୂଚନା ଅନୁଯାୟୀ, ଯାଜପୁରର ଜଣେ ଯୁବତୀଙ୍କୁ ଲିଫ୍ଟ ଦେବା ଆଳରେ ନିକାଞ୍ଚନ ଜାଗାକୁ ଡାକି ନେଇ ସତ୍ୟ ନାରାୟଣ ସାହୁ ନାମକ ଯୁବକ ଦୁଷ୍କର୍ମ ଉଦ୍ୟମ କରିଥିଲା। ଯୁବତୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଅଭିଯୁକ୍ତକୁ ଧରି ନିର୍ଧୂମ ପିଟିବା ପରେ, ପିସିଆରକୁ କଲ […]
ଲିଫ୍ଟ ଦେବା ବାହାନାରେ ଦୁଷ୍କର୍ମ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial