ପୁଣି ଲଘୁଚାପ, ୩୦ରୁ ବର୍ଷା!

ଭୁବନେଶ୍ୱର: ଉପକୂଳବର୍ତୀ ଚାଷୀଙ୍କ ପାଇଁ ଆଉ ଗୋଟିଏ ବିପର୍ଯ୍ୟୟ ଘନେଇ ଆସୁଛି। ଯଦି ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ସତ ହୁଏ, ତେବେ ଆସନ୍ତା ୩୦ ତାରିଖରୁ ତିନିଦିନ ଧରି ହେବାକୁ ଥିବା ଲଘୁଚାପ ବର୍ଷା ଉପକୂଳ ଚାଷୀଙ୍କ ବିଲରେ ଅମଳ ଅପେକ୍ଷାରେ ଥିବା ଧାନ ଫସଲକୁ ଉଜାଡ଼ି ଦେବା ନିଶ୍ଚିତ। ନୂଆବର୍ଷ ୨୦୧୮ର ରଙ୍ଗ ବି ଫିକା ପଡ଼ିବ। ପହିଲି ଦିନରୁ ଉପକୂଳବାସୀ ବର୍ଷାରେ ଜଡ଼ସଡ଼ ହେବାର ଡର ରହିଛି। ଏଭଳି ଲଘୁଚାପ ପ୍ରଭାବରେ ୨୮ ତାରିଖରୁ ଉପକୂଳରେ ସକାଳୁଆ ଘନ କୁହୁଡ଼ି ସୃଷ୍ଟି ହେବ।

ଆଜି ଏଭଳି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ପୂର୍ବାନୁମାନ ଅନୁଯାୟୀ ଆଜି ଦକ୍ଷିଣ ଆଣ୍ଡାମାନ ସମୁଦ୍ର ଏବଂ ଆଖପାଖ ବଙ୍ଗୋପ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏ ନେଇ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ବୟାନ କରୁଛି ଯେ ଆସନ୍ତା ୩୦ ତାରିଖ ରାତିରୁ ଉପକୂଳବର୍ତୀ ସ୍ଥାନଗୁଡ଼ିକରେ ଏହାର ପ୍ରଭାବରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଆରମ୍ଭ ହୋଇଯିବ।
୧ ତାରିଖ ପର୍ଯ୍ୟନ୍ତ ବର୍ଷିବ। ତେବେ ଲଘୁଚାପର ଗତି, ପ୍ରଭାବ ସଂପର୍କିତ ରୂପରେଖ ଦିନେ ଦୁଇଦିନ ଭିତରେ ଆହୁରି ସ୍ପଷ୍ଟ ହେବ। ପାଣିପାଗ କେନ୍ଦ୍ର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁଙ୍କ କହିବାନୁଯାୟୀ ୩୦ ବେଳକୁ ଉପକୂଳରେ ଭଲ ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତ୍‌ସିଂହପୁର, କଟକ ଆଦି ଜିଲ୍ଲାରେ ଲଘୁଚାପ ବର୍ଷିବ। ଏହା ସହିତ ଦକ୍ଷିଣ ଉପକୂଳବର୍ତୀ ଗଂଜାମ, ମାଲକାନଗିରି, କୋରାପୁଟ, ପୁରୀ, ଖୋର୍ଧାର କିଛି ଅଂଶରେ ବି ବର୍ଷା ହୋଇପାରେ।

Share Now:

Kalinga News Beuro

Leave a Reply

Next Post

ଘରକୁ ଫେରିବ ଜଗା

Tue Dec 26 , 2017
ନୂଆଦିଲ୍ଲୀ: ଜଗା-ବଳିଆଙ୍କ ଯୋଡ଼ାମୁଣ୍ଡ ଅଲଗା ପାଇଁ ସଫଳ ଅସ୍ତ୍ରୋପଚାରକୁ ଦୁଇ ମାସ ପୂରିଛି। ନିୟମିତ ବ୍ୟବଧାନରେ ଡାକ୍ତରୀ ଦଳ ସମସ୍ତ ପ୍ରକାର ଯାଞ୍ଚ କରି ତ୍ୱରିତ ପଦକ୍ଷେପ ନେଉଛନ୍ତି। ଏହା ଭିତରେ ଜଗା ସ୍ୱାସ୍ଥ୍ୟରେ କୌଣସି ବଡ଼ ଧରଣର ସମସ୍ୟା ଦେଖାଯାଇନାହିଁ। ସେ ଦ୍ରୁତ ଗତିରେ ଆରୋଗ୍ୟ ଲାଭ କରୁଛି। ଅପରପକ୍ଷେ, ବଳିଆର ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିଥିବା ଏମ୍ସ ସୂତ୍ରରୁ ଜଣାପଡ଼ିଛି। Share Now:

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial