ଷ୍ଟେଟ୍‌ ବ୍ୟାଙ୍କ୍‌ ନେଲା ବଡ଼ ନିଷ୍ପତ୍ତି; ଏଣିକି ଜଣଙ୍କ ଏସ୍‌ବିଆଇ ଆକାଉଣ୍ଟ୍‌ରେ ଅନ୍ୟ ଜଣେ କରିପାରିବେ ନାହିଁ ଅର୍ଥ ଜମା!

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌(ଏସ୍‌ବିଆଇ) ଏକ ନୂଆ ନିୟମ ଜାରି କରିଛି। ଏଣିକି ଆପଣଙ୍କ ସଞ୍ଚୟ ଖାତାରେ ଅନ୍ୟ କେହି ଟଙ୍କା ଜମା କରିପାରିବେ ନାହିଁ। ଅତ୍ୟାବଶ୍ୟକ କ୍ଷେତ୍ରରେ ଏସ୍‌ବିଆଇ ପକ୍ଷରୁ ରହିଥିବା ପ୍ରକ୍ରିୟା ଅନୁସାରେ ଜମା କରିହେବ। ଆପଣଙ୍କ ବ୍ୟାଙ୍କ୍‌ ଖାତାରେ ଯଦି ଅନ୍ୟ କେହି ଜମା କରିବାକୁ ଚାହାନ୍ତି ତେବେ ଫର୍ମରେ ଆପଣଙ୍କ ଦସ୍ତଖତ କିମ୍ବା ଆପଣଙ୍କର ଏକ ଲିିଖିତ ପତ୍ର ଦେବାକୁ ହେବ।

ବିମୁଦ୍ରାୟନ ସମୟରେ ଅନ୍ୟ ଖାତାରେ ଜମା କରିବା ସୁବିଧା ରହିଥିବା ହେତୁ ନାନା ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା। ଏମିତି ଅନେକଙ୍କ ଜମା ଖାତାରେ ଆୟଠାରୁ ଅଧିକ ଜମା ରାଶି ଦେଖି ପ୍ରଶ୍ନ କରାଯିବାରୁ ତାଙ୍କ ଖାତାରେ କିଏ ଜମା କରିଛି ସେ ଜାଣନ୍ତି ନାହିଁ ବୋଲି ସଫେଇ ଦେଇଥିଲେ ଗ୍ରାହକ। ପୂର୍ବରୁ ଅନ୍ୟ କାହା ଖାତାରେ ଜମା କରିବା ସେପରି କୌଣସି କାଠିକରପାଠ ନଥିଲା। ଜମା କରିବା ପାଇଁ କେବଳ ଫର୍ମଟିଏ ଆଣି ସେଥିରେ ଖାତାଧାରୀଙ୍କ ନାମ, ଆକାଉଣ୍ଟ୍‌ ନମ୍ବର ଓ ଜମା ପରିମାଣ ଉଲ୍ଲେଖ କରି ଟଙ୍କା ଦେଇ ଦେଉଥିଲେ ଖୁବ ସହଜରେ ଜଣେ ଅନ୍ୟ ଜଣଙ୍କ ଆକାଉଣ୍ଟ୍‌ରେ ଜମା କରି ପାରୁଥିଲେ। ଏବେ କିନ୍ତୁ ଆଉ ସେପରି ସୁବିଧା ଉପଲବ୍ଧ ହେବ ନାହିଁ। କାହାକୁ ଟଙ୍କା ପଠାଇବାର ଥିଲେ ଆପଣଙ୍କୁ ଅନ୍‌ଲାଇନ୍‌ ବ୍ୟଙ୍କିଂ କିମ୍ବା ଏଟିଏମ୍‌ ଟ୍ରାନ୍ସଫର୍‌ର ସୁବିଧା ନେବାକୁ ହେବ। ଅଥବା ବ୍ୟାଙ୍କ୍‌ ପକ୍ଷରୁ ଜାରି କରାଯାଇଥିବା ନିୟମ ଅନୁସାରେ ଆପଣ ଜମା କରିପାରନ୍ତି।

Share Now:

Kalinga News Beuro

Leave a Reply

Next Post

ଏଡିଏମଙ୍କୁ ଟେକି ଟେକି ଅଫିସ୍‌ରୁ ବାହାର କଲେ କଂଗ୍ରେସ କର୍ମୀ

Tue Sep 11 , 2018
ବାରିପଦା : ଅନ୍ୟ ସବୁ ସ୍ଥାନ ଭଳି ଆଜି ବାରିପଦାରେ ମଧ୍ୟ ‘ଭାରତ ବନ୍ଦ’ ସଫଳ ହୋଇଥିଲା। ତେବେ ବନ୍ଦ ବେଳେ ବାରିପଦା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କିଛି ଅପ୍ରୀତିକର ଦୃଶ୍ୟ ଦେଖିବାକୁ ମିଳିଥିଲା। ବନ୍ଦକୁ ଏଡ଼ାଇବା ପାଇଁ ଏଡିଏମ୍‌ ଗଙ୍ଗାଧର ନାୟକ ଶୀଘ୍ର କାର୍ଯ୍ୟାଳୟକୁ ଆସିଯାଇଥିଲେ। ତେବେ କଂଗ୍ରେସ କର୍ମୀମାନେ ପିକେଟିଂ କରି ସମସ୍ତ କାର୍ଯ୍ୟାଳୟକୁ ବନ୍ଦ କରୁଥିଲେ ମଧ୍ୟ ଏଡିଏମ୍‌ଙ୍କ ଅଫିସ୍‌ ଖୋଲାଥିଲା। ଶ୍ରୀ ନାୟକ ସେଠାରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial