ସାଉଦୀରୁ ଫେରିଲେ ୭୩୦ ହଜ୍‌ ଯାତ୍ରୀ, ୨ ମୃତ

କଟକ : ହଜ୍‌ ପାଇଁ ପବିତ୍ର ମକ୍କା ଯାଇଥିବା ରାଜ୍ୟର ୭୩୦ ଜଣ ହଜଯାତ୍ରୀ ଆଜି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେମାନଙ୍କ ମଧ୍ୟରୁ ୨ ହଜଯାତ୍ରୀଙ୍କ ସେଠାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗତ ଜୁଲାଇ ୨୬ରେ ରାଜ୍ୟର ୭୩୨ ଜଣ ଶ୍ରଦ୍ଧାଳୁ ହଜ୍‌ ପାଇଁ ସାଉଦୀ ଯାଇଥିଲେ। ରାଜ୍ୟ ହଜ୍‌ କମିଟି ତଥା ଓ୍ଵାକଫ ବୋର୍ଡ ପକ୍ଷରୁ ସେମାନଙ୍କୁ କୋଲକାତାରେ ବିମାନ ଯୋଗେ ସାଉଦୀ ପଠାଯାଇଥିଲା। ସେଠାରେ ଜଗତ୍‌ସିଂହପୁରର ସେକ୍‌ ସକିଉଲ୍ଲା ଏବଂ ଢେଙ୍କାନାଳର ସୟଦ ଫୟାଦ ଅଲ୍ଲୀଙ୍କ ମୃତ୍ୟୁ ଘଟିଛି। କୋଲକାତା ବିମାନ ବନ୍ଦରରେ ସେମାନଙ୍କୁ ରାଜ୍ୟ ହଜ୍‌ କମିଟି ଅଧ୍ୟକ୍ଷ ସୟଦ ମହମ୍ମଦ ଅକଦାତ, ସେକ ଫଜିଉଲ୍ଲା, କର୍ପୋରେଟର ରମଜାନ ଖାନ ପ୍ରମୁଖ ସ୍ୱାଗତ କରିଥିଲେ। ଏହି ଯାତ୍ରାରେ କଟକର ୧୪୦ ଯାତ୍ରୀ ସାମିଲ ଥିଲେ।

Share Now:

Kalinga News Beuro

Leave a Reply

Next Post

ଆମ୍ବୁଲାନ୍‌ସ ଆସିଲାନି : ୧୧ କିଲୋମିଟର ଭାରରେ ବୁହାହେଲେ ସର୍ପାଘାତରେ ଭଉଣୀ ମୃତ, ଭାଇ ଗୁରୁତର

Mon Sep 17 , 2018
ହରିଚନ୍ଦନପୁର : ରାତିରେ ଶୋଇଥିଲା ବେଳେ ଭାଇଭଉଣୀଙ୍କୁ ସାପ କାମୁଡ଼ିଦେଲା। ଡାକ୍ତରଖାନା ନେବା ପାଇଁ ଘରଲୋକେ ୧୦୮କୁ ଫୋନ୍‌ କଲେ। ମାତ୍ର ଆମ୍ବୁଲାନ୍‌ସ ଆସିଲାନି। ଶେଷରେ ଦୀର୍ଘ ୧୧ କିଲୋମିଟର ଖଟିଆ ଭାରରେ ଜଣେ ପରେ ଜଣେ ବୁହାହେଲେ। ସେତେବେଳକୁ ବହୁ ବିଳମ୍ବ ହୋଇସାରିଥିଲା। ଭଉଣୀର ମୃତ୍ୟୁ ଘଟିଥିବା ବେଳେ ଭାଇ ମୃତ୍ୟୁ ସହ ଲଢ଼ୁଛି। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକର ରାସୋଳ ପଞ୍ଚାୟତ ଲିପିଂ ଗ୍ରାମରେ ଏହି ଦୁଃଖଦ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial