ନିରବ ମୋଦୀ ପଳାତକ ଆର୍ଥିକ ଅପରାଧୀ ଘୋଷିତ

ମୁମ୍ବାଇ: ଫେରାର ବ୍ୟବସାୟୀ ନିରବ ମୋଦୀଙ୍କୁ ଆଜି ସ୍ପେସାଲ୍‌ ପ୍ରିଭେନ୍‌ସନ୍‌ ଅଫ୍‌ ମନି ଲଣ୍ଡରିଙ୍ଗ୍‌ ଆକ୍ଟ୍‌ (ପିଏମ୍‌ଏଲ୍‌ଏ) କୋର୍ଟ ‘ଫଜିଟିଭ୍‌ ଇକୋନମିକ୍‌ ଅଫେଣ୍ଡର୍ସ ଆକ୍ଟ୍‌’ ଅଧୀନରେ ପଳାତକ ଆର୍ଥିକ ଅପରାଧୀ ବୋଲି ଘୋଷଣା କରିଛି। ସେ ଏବଂ ଅନ୍ୟ କେତେକ ୩, ୦୦୦ କୋଟି ଟଙ୍କା ପଞ୍ଜାବ ନ୍ୟାସ୍‌ନାଲ୍‌ ବ୍ୟାଙ୍କ୍‌ ଦୁର୍ନୀତି ମାମଲାରେ ଅଭିଯୁକ୍ତ ଅଟନ୍ତି।
ପଳାତକ ଆର୍ଥିକ ଅପରାଧୀ ଘୋଷିତ ହେବାରେ ନିରବ ହେଉଛନ୍ତି ଦ୍ୱିତୀୟ। ପ୍ରଥମେ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ପଳାତକ ଆର୍ଥିକ ଅପରାଧୀ ଘୋଷିତ କରାଯାଇଥିଲା। ନିରବ ମୋଦୀଙ୍କୁ ମାର୍ଚ ମାସରେ ଲଣ୍ଡନରେ ଗିରଫ କରାଯାଇଥିଲା ଏବଂ ସେ ସେଠାରେ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ତାଙ୍କୁ ଭାରତ ପ୍ରତ୍ୟର୍ପଣ ପାଇଁ ଆଇନଗତ ପ୍ରକ୍ରିୟା ଚାଲୁ ରହିଛି। ବିବାଦୀୟ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ପଳାତକ ଆର୍ଥିକ ଅପରାଧୀ ଘୋଷଣା କରିବାକୁ ଏ ବର୍ଷ ଜାନୁଆରିରେ ସ୍ୱତନ୍ତ୍ର ପିଏମ୍‌ଏଲ୍‌ଏ କୋର୍ଟ ପ୍ରବର୍ତ୍ତନ ନିର୍ଦେଶାଳୟକୁ ଅନୁମତି ଦେଇଥିଲେ। ତାଙ୍କ ସମ୍ପତ୍ତି ବ୍ୟାଜାପ୍ତ କରିବା ଆଦେଶ ଉପରେ ଏ ପର୍ଯ୍ୟନ୍ତ ନିଷ୍ପତ୍ତି ନିଆଯାଇ ନାହିଁ। ନୂଆ ଆଇନ୍‌ରେ ଏହା ହେଉଛି ଏ ପ୍ରକାରର ପ୍ରଥମ ଆଦେଶ।

Share Now:

Kalinga News Beuro

Leave a Reply

Next Post

କର୍ଣ୍ଣାଟକ ଉପନିର୍ବାଚନ : ୧୫ଟି ଆସନ ନିର୍ଦ୍ଧାରଣ କରିବ ୟେଦ୍ୟୁରାପ୍ପା ସରକାରର ଭବିଷ୍ୟତ

Thu Dec 5 , 2019
ବାଙ୍ଗାଲୁରୁ : ଆଜି କର୍ଣ୍ଣାଟକରେ ୧୫ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେଇଛି । ଅନ୍ୟ କୌଣସି ଉପନିର୍ବାଚନ ତୁଳନାରେ ଏହି ଉପନିର୍ବାଚନର ଗୁରୁତ୍ୱ ବେଶ ଅଧିକ କାରଣ ଏହାର ଫଳାଫଳ ଉପରେ କର୍ଣ୍ଣାଟକରେ ଶାସନ କରୁଥିବା ବିଜେପି ସରକାରର ଭବିଷ୍ୟତ ନିର୍ଭର କରୁଛି । ଏହି ୧୫ଟି ଆସନରୁ ବିଜେପିକୁ ଅତି କମରେ ୭ଟି ଜିତିବାକୁ ପଡିବ, ନୋଚେତ ସରକାର ଭାଙ୍ଗିବା ନିଶ୍ଚିତ। ଏସବୁ ଆସନର ପ୍ରତିନିଧିତ୍ୱ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial