କେରଳର କୋଚିରେ କରୋନାଭାଇରସଜନିତ ପ୍ରଥମ ମୃତ୍ୟୁ

ତିରୁବନନ୍ତପୁରମ୍: ଶନିବାର ଦିନ କେରଳ କୋଚିରେ କରୋନାଭାଇରସଜନିତ ପ୍ରଥମ ମୃତ୍ୟୁ ଘଟିଥିବା କଥା ରାଜ୍ୟ ସରକାର ଘୋଷଣା କରିଛନ୍ତି । ୬୯ ବର୍ଷିୟ ଏହି କରୋନାଭାଇରସ୍ ଆକ୍ରାନ୍ତ ବ୍ୟକ୍ତିଜଣକ କୋଚିସ୍ଥିତ କଲାମାସେରି ମେଡିକାଲ୍ କଲେଜରେ ଚିକିତ୍ସିତ ହେଉଥିଲେ । ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି ଯେ ସମ୍ପୃକ୍ତ ବ୍ୟକ୍ତିଜଣକ ଦୁବାଇ ଯାଇଥିଲେ । ତାଙ୍କ ଠାରେ ନିମୋନିଆ ଲକ୍ଷଣ ଦେଖାଦେବାରୁ ମାର୍ଚ ୨୨ ତାରିଖ ଦିନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ତାଙ୍କୁ ଭେଣ୍ଟିଲେଟର୍ ସହାୟତାରେ ରଖାଯାଇଥିଲା । ହୃଦରୋଗଜନିତ ସମସ୍ୟା ନିମନ୍ତେ ସେ ଚିକିତ୍ସିତ ହେଉଥିଲେ । ତାଙ୍କର ଉଚ୍ଚ ରକ୍ତଚାପ ମଧ୍ୟ ଥିଲା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ଅନୁସାରେ ଏହା ପୂର୍ବରୁ କରୋନାଭାଇରସ୍ ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ୧୯ ଥିଲା । ଭାରତରେ କରୋନାଭାଇରସ ସଂକ୍ରମିତ ହେବାରେ କେରଳ ପ୍ରଥମ ରାଜ୍ୟ । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାଭାଇରସ୍ ଆକ୍ରାନ୍ତ ହୋଇଥିବା ୧୭୬ ଜଣଙ୍କ ମଧ୍ୟରୁ ୧୧ ଜଣ ହେଉଛନ୍ତି ବିଦେଶୀ ନାଗରିକ ।

Share Now:

Kalinga News Beuro

Leave a Reply

Next Post

ମଙ୍ଗଳବାର ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା, ଘୁର୍ଣ୍ଣିଝଡ଼ ଆଶଙ୍କା, ବୁଧବାରଠାରୁ ତାପମାତ୍ରା ବଢିବ

Sat Mar 28 , 2020
ଭୁବନେଶ୍ୱର : ଆଜିଠାରୁ ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଓ କେତେକ ଜିଲ୍ଲାରେ କୁଆପଥର ସହ ବର୍ଷା ହୋଇପାରେ । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଶନିବାର ଦିନ ରାଜ୍ୟର ସୁନ୍ଦରଗଡ଼, କେନ୍ଦୁଝର, କୋରାପୁଟ ମୟୁରଭଞ୍ଜ, ବରଗଡ଼, ଝାରସୁଗୁଡ଼ା, ନୂଆପଡ଼ା, ବଲାଙ୍ଗୀର,କଳାହାଣ୍ଡି ଆଦି ଜିଲ୍ଲାର କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏସବୁ ଜିଲ୍ଲାଗୁଡ଼ିକୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial