ସତ୍ୟ ନଗର କରୋନା ଆକ୍ରାନ୍ତଙ୍କ ସଂପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲା ବିଏମସି:ନିର୍ଦ୍ଦିଷ୍ଟ ଓମଫେଡ୍ ବୁଥକୁ ସେ ବାରମ୍ବାର ଯାଉଥିଲେ

ଭୁବନେଶ୍ୱର: ଆଜି ସକାଳେ ଭୁବନେଶ୍ୱରର ସତ୍ୟନଗରରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କୁ ନେଇ ବଡ଼ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ। ସତ୍ୟନଗରରୁ ଚିହ୍ନଟ ହୋଇଥିବା ୪ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସତ୍ୟନଗରର ତୋଷାଳି ଭବନ ସମ୍ମୁଖରେ ଥିବା ଏକ ଓମଫେଡ ପାର୍ଲରକୁ ଯାଉଥି‌ଲେ ବୋଲି ବିଏମସି ସୂଚନା ଦେଇଛି। ଏହି ନିର୍ଦ୍ଦିଷ୍ଟ ପାର୍ଲରକୁ ସେ ବାରମ୍ବାର ଆସୁଥିବା ସୂଚନା ବିଏମସିକୁ ହସ୍ତଗତ ହୋଇଛି। ଏଥିସହ ସତ୍ୟନଗରର ସାଧାରଣ ବାସିନ୍ଦାଙ୍କୁ ବିଏମସି ପକ୍ଷରୁ କୁହାଯାଇଛି କି ଯଦି ସେମାନେ ଗତ ୧୪ ଦିନ ମଧ୍ୟରେ ଉକ୍ତ ସ୍ଥାନକୁ ଯାଇଥାଆନ୍ତି ତେବେ ହୋମ୍ କ୍ବାରେଣ୍ଟାଇନରେ ରହନ୍ତୁ। ଯଦି କରୋନାର ଲକ୍ଷଣ ଦେଖିବାକୁ ପାଆନ୍ତି ତେବେ ସଙ୍ଗେ ସଙ୍ଗେ ୧୦୪କୁ କଲ୍ କରନ୍ତୁ। ଏଥିସହ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଅଧିକ ସୂଚନା ଲାଗି ଜନସାଧାରଣଙ୍କ ସହଯୋଗ କାମନା କରିଛି।
ଆଜି ଭୁବନେଶ୍ୱର ମହାନଗର ନିଗମର କମିସନର ପ୍ରେମଚନ୍ଦ୍ର ଚୌଧୁରୀ ଏକ ସାମ୍ବାଦିକ ସମ୍ମିଳନୀ କରି ଭୁବନେଶ୍ୱର ସହରର କେଉଁ ଅଞ୍ଚଳ‌ରେ କେତେଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ତାହାର ସୂଚନା ଦେଇଛନ୍ତି। ତାଙ୍କ ତଥ୍ୟ ଅନୁସାରେ, ସହିଦନଗରରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୟୁନିଟ-୪ ଓ ୟୁନିଟ-୫ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ସୂର୍ଯ୍ୟନଗରରେ ୮ ଜଣ, କପିଳପ୍ରସାଦରେ ଜଣେ, ବମିଖାଲରୁ ୧୪ ଜଣ, ଝାରପଡ଼ାରୁ ଆଉ ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଜିମଖାନା ପାମ ହାଇଟ୍ସରୁ , ବିଜେବି ନଗର ଗଧିଆଖାଲ ଓ ଭରତପୁର ଅଞ୍ଚଳରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Share Now:

Kalinga News Beuro

Leave a Reply

Next Post

କଳା ବଜାରି ବିରୋଧରେ କଠୋର ଆଇନ କାର୍ଯ୍ୟକାରୀ କରିବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର

Wed Apr 8 , 2020
ନୂଆଦିଲ୍ଲୀ: ଅତ୍ୟାବଶ୍ୟକ ଦ୍ରବ୍ୟକୁ ସଂଚୟ କରି ରଖିବା ସହ ଏହାର କଳା ବଜାରିରେ ଲିପ୍ତ ଥିବା ଲୋକଙ୍କୁ ଦଣ୍ଡ ଦେବା ପାଇଁ କେନ୍ଦ୍ର ସରକାର ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଏକ କଠୋର ଆଇନ ପ୍ରଣୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଲକଡାଉନର ସୁବିଧା ନେଇ କିଛି ଲୋକ ଅତ୍ୟାବଶ୍ୟକ ଜିନିଷକୁ ମହଜୁଦ ରଖି କଳା ବଜାରି କରୁଥିବାରୁ କେନ୍ଦ୍ର ସରକାର ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ଜିନିଷକୁ ମହଜୁଦ ରଖି କଳା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial