ଦୂରଦର୍ଶନ,ଆକାଶବାଣୀରେ ପାକ ଅଧିକୃତ କଶ୍ମୀର ଓ ଗିଲଗିଟ-ବାଲଟିସ୍ତାନର ପାଣିପାଗ ରିପୋର୍ଟ ପ୍ରସାରଣକୁ ପାକିସ୍ତାନର ବିରୋଧ

ଇସ୍ଲାମାବାଦ: ଭାରତୀୟ ପାଣିପାଗ ବିଭାଗ, ରାଷ୍ଟ୍ରୀୟ ପ୍ରସାରଣ ସେବା ଦୂରଦର୍ଶନ ଓ ଆକାଶବାଣୀରେ ପାକ-ଅଧିକୃତ କଶ୍ମୀର, ଗିଲଗିଟ-ବାଲଟିସ୍ତାନର ପାଣିପାଗ ରିପୋର୍ଟ ପ୍ରସାରଣକୁ ପାକିସ୍ତାନ ତୀବ୍ର ବିରୋଧ କରିଛି। ଏହା ବେଆଇନ ଓ ଜାତିସଂଘ ନିୟମର ବିରୋଧୀ ବୋଲି ପାକିସ୍ତାନ ସରକାର କହିଛନ୍ତି। ପାକିସ୍ତାନ ବୈଦେଶିିକ ମନ୍ତ୍ରାଳୟ ପକ୍ଷରୁ କୁହାଯଇଛି ଭାରତ ପକ୍ଷରୁ ଗତ ବର୍ଷ ଜାରି ରାଜନୈତିକ ମାନଚିତ୍ର ଯେପରି ବେଆଇନ ଏହାର ପାଣିପାଗ ରିପୋର୍ଟ ମଧ୍ୟ ବେଆଇନ ଓ ଏହା ଜାତିସଂଘ ସୁରକ୍ଷା ପରିଷଦ ସଂକଳ୍ପର ବିରୁଦ୍ଧାଚରଣ କରୁଛି। ଏହା ଭାରତର ଦାୟିତ୍ୱହୀନ ଆଚରଣକୁ ଦର୍ଶାଉଛି। କିନ୍ତୁ ଭାରତ ସରକାରଙ୍କ ଏପରି ପଦକ୍ଷେପ କଶ୍ମୀରବାସୀଙ୍କ ଅଧିକାରର ହନନ କରିପାରିବ ନାହିଁ। ଏପରି କାର୍ଯ୍ୟ କରି ଭାରତ ବିଶ୍ୱ ସମୁଦାୟକୁ ଭ୍ରମିତ କରିପାରିବ ନାହିଁ ବୋଲି ପାକିସ୍ତାନ କହିଛି। ଭାରତର ପାଣିପାଗ ବିଭାଗ ଏବେ ପାକ ଅଧିକୃତ କଶ୍ମୀର ଓ ଗିଲଗିଟ-ବାଲଟିସ୍ତାନର ବିଭିନ୍ନ ଅଂଚଳ ପାଇଁ ପାଣିପାଗ ଦେଖାଇବା ଆରମ୍ଭ କରିଛି। ଗତ ବର୍ଷ ନଭେମ୍ବରରେ ଭାରତ ସରକାର ଭାରତର ଏକ ନୂଆ ମାନଚିତ୍ର ଜାରି କରିଥିଲେ। ସେଥିରେ ପାକ ଅଧିକୃତ କଶ୍ମୀର ଓ ଗିଲଗିଟ-ବାଲଟିସ୍ତାନକୁ ଭାରତର ଅଂଗ ବୋଲି ଦର୍ଶାଯାଇଥିଲା। ଏହି ମାନଚିତ୍ରକୁ ମଧ୍ୟ ପାକିସ୍ତାନ ବିରୋଧ କରୁଛି। ଭାରତ ଗତ ବର୍ଷ ଅଗଷ୍ଟ ମାସରେ ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଠାଇବା ସହ ଜମ୍ମୁ ଓ କଶ୍ମୀରକୁ ଏକ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଥିଲେ।

Share Now:

Kalinga News Beuro

Leave a Reply

Next Post

ମାନବିକତା, ଆଇନଗତ ଓ ବାସ୍ତବତା ଦୃଷ୍ଟିକୋଣରୁ ପ୍ରବାସୀମାନଙ୍କୁ ଆଣିବାର ଯଥାର୍ଥତା ରହିଛି : ବାଗ୍‌ଚୀ

Sat May 9 , 2020
ଓଡ଼ିଶାର ୧୨ ଲକ୍ଷ ଲୋକ ବାହାରେ ଅଛନ୍ତି, ବାହାର ରାଜ୍ୟରୁ ୮ ଲକ୍ଷ ୬୦ ହଜାର ପ୍ରବାସୀ ଆମ ରାଜ୍ୟକୁ ଆସିଛନ୍ତି: ବାଗ୍‌ଚୀ ଭୁବନେଶ୍ୱର: ଗୋଟିଏ ରାଜ୍ୟର ଲୋକେ ଅନ୍ୟ ରାଜ୍ୟକୁ ଯାଇ ଜୀବନ ଜୀବିକା ନିର୍ବାହ କରୁଛନ୍ତି। ବର୍ତ୍ତମାନ ଭାରତରେ ପ୍ରବାସୀଙ୍କ ସଂଖ୍ୟା ୨୦ କୋଟି। ୨୦୧୧ ମସିହାରେ ଏହା ୧୪ କୋଟି ଥିଲା। କିନ୍ତୁ ବିଗତ ୯ ବର୍ଷ ମଧ୍ୟରେ ଲୋକେ ବାହାର ରାଜ୍ୟକୁ ଯିବା ସଂଖ୍ୟା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial