ପ୍ରଥମରୁ ହିଁ ଆଇଆରସିଟିସି ଓ୍ୱେବସାଇଟ୍ ଅଚଳ:ସମସ୍ୟାରେ ଯାତ୍ରୀ

ନୂଆଦିଲ୍ଲୀ : ମଙ୍ଗଳବାରଠାରୁ ଆଂଶିକ ଭାବେ ଯାତ୍ରୀବାହୀ ରେଳସେବା ଆରମ୍ଭ ହେଉଥିବାବେଳେ ଆଜି ଅପରାହ୍ନ ୪ଟାରୁ ଆଇଆରସିଟିସି ପୋର୍ଟାଲରେ ବୁକିଂ ଆରମ୍ଭ ହୋଇଛି। ତେବେ ବୁକିଂ ଖୋଲିବାର ଅଳ୍ପ କିଛି ସମୟ ମଧ୍ୟରେ ହିଁ ପ୍ରବଳ ଟ୍ରାଫିକ ଯୋଗୁଁ ଆଇଆରସିଟିସି ପୋର୍ଟାଲଟି ଅଚଳ ହୋଇଯାଇଥିଲା। ଯାତ୍ରୀମାନେ ତାହାକୁ ବୁକିଂ କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ଏହା ପରେ ରେଳ ମନ୍ତ୍ରାଳୟ ପକ୍ଷରୁ ଏକ ବୟାନ ଜାରି କରି କୁହାଯାଇଛି ଯେ ସ୍ପତନ୍ତ୍ର ଟ୍ରେନଗୁଡ଼ିକ ସଂପର୍କିତ ଡାଟା ଆଇଆରସିଟିସି ଓ୍ୱେବସାଇଟରେ ଫିଡ କରାଯାଉଛି। ଖୁବଶୀଘ୍ର ବୁକିଂ ସେବା ଆରମ୍ଭ ହେବ। ସଂଧ୍ୟା ୬ଟାରେ ପୁଣି ଥରେ ବୁକିଂ ଆରମ୍ଭ ହୋଇଥିଲେ ମଧ୍ୟ ପୁଣି ସମସ୍ୟା ଦେଖାଦେଇଛି। ଗତକାଲି ଯାତ୍ରୀବାହୀ ରେଳ ଚଳାଚଳ ସଂପର୍କରେ ରେଳ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୧୫ ଯୋଡ଼ା ଟ୍ରେନ (୩୦ ଫେରନ୍ତା ଯାତ୍ରା) ଚଳାଚଳ ଆରମ୍ଭ କରାଯିବ। ଏହି ଟ୍ରେନଗୁଡ଼ିକ ସ୍ଵତନ୍ତ୍ର ଟ୍ରେନ ଭାବେ ନୂଆଦିଲ୍ଲୀ ଷ୍ଟେସନରୁ ଦିବ୍ରୁଗଡ଼, ଅଗରତାଲା, ହାଓଡ଼ା, ପାଟନା, ବିଳାସପୁର, ରାଞ୍ଚି, ଭୁବେନଶ୍ଵର, ସିକନ୍ଦରାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ଥିରୁଅନନ୍ତପୁରମ, ମଡ଼ଗାଓଁ, ମୁମ୍ବାଇ ସେଣ୍ଟ୍ରାଲ, ଅହମ୍ମଦାବାଦ ଏବଂ ଜମ୍ମୁ ତାୱିକୁ ଚଳାଚଳ କରିବ। ତେବେ ଏସବୁ ଟ୍ରେନରେ ଯାତ୍ରା କରିବାକୁ ଆଜି ସରକାରଙ୍କ ପକ୍ଷରୁ କେତେକ ଗାଇଡଲାଇନ ଜାରି କରାଯାଇଥିଲା। ଏହା ଅନୁସାରେ ଯାତ୍ରୀମାନେ କେବଳ ଆଇଆରସିଟିସି ମାଧ୍ୟମରେ ଟିକେଟ ବୁକିଂ କରିପାରିବେ। ଟ୍ରେନ ମଧ୍ୟରେ ସାମାଜିକ ଦୂରତ୍ୱ,ମାସ୍କ ପନ୍ଧିବା ବାଧ୍ୟତାମୂଳକ ହେବ। ଟ୍ରେନ ଛାଡ଼ିବାର ୩ ଘଣ୍ଟା ପୂର୍ବରୁ ଷ୍ଟେସନରେ ପହଞ୍ଚିବାକୁ ହେବ।

Share Now:

Kalinga News Beuro

Leave a Reply

Next Post

‘ଲକ୍‌ଡାଉନ୍‌ ଯୋଗୁ ନିୟନ୍ତ୍ରଣରେ କରୋନା’

Mon May 11 , 2020
ନୂଆଦିଲ୍ଲୀ: ଦେଶରେ ସଂକ୍ରମଣର ମାତ୍ରା ଦ୍ରୁତ ଗତିରେ ବଢ଼ି ଚାଲିଛି। ସଂକ୍ରମଣ ବଢ଼ି ଚାଲିଥିଲେ ମଧ୍ୟ ଲକ୍‌ଡାଉନ୍‌ ଏହାକୁ ଅନେକ ମାତ୍ରାକୁ ନିୟନ୍ତ୍ରଣ କରିହୋଇଛି। ମେ’ ୧୭ ତାରିଖ ପର୍ଯ୍ୟନ୍ତ ଯଦି ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ସଠିକ୍‌ ଭାବେ କାର୍ଯ୍ୟକାରୀ ହୁଏ ତେବେ ଅକ୍ଟୋବର ବେଳକୁ ଦେଶରେ ପ୍ରାୟ ୩୦ ଲକ୍ଷ ଲୋକ କରୋନା ଆକ୍ରାନ୍ତ ହେବାର ସମ୍ଭାବନା ରହିଛି। କିନ୍ତୁ ଯଦି ଲକ୍‌ଡାଉନ୍‌ ନଥାନ୍ତା ତେବେ ଅକ୍ଟୋବର ବେଳକୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial