ପୋଲିସ୍-ମାଓବାଦୀ ଗୁଳିବିନିମୟ: ବିପୁଳ ମାଓ ସାମଗ୍ରୀ ଜବତ

ବଣାଇ: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଲୁଙ୍ଗା ପାହାଡ଼ରେ ପୋଲିସ୍ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଲୁଙ୍ଗା ପାହାଡରେ ଏକ ମାଓ କ୍ୟାଂପ କରିଥିଲେ ମାଓବାଦୀ। ବିଶେଷ ସୂତ୍ରରୁ ଖବର ପାଇ ଏସ୍‌ପିଙ୍କ ନେତୃତ୍ୱରେ ଏସଓଜି ଓ ଡିଭିଏଫ ଯବାନମାନେ ଚଢ଼ାଉ କରିଥିଲେ। ଏହି ସମୟରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।
ଗତ ରାତି ୧୧ଟାରୁ ଭୋର ୪ ଟା ପର୍ଯ୍ୟନ୍ତ ଗୁଳି ବିନିମୟ ଜାରି ରହିଥିଲା। ସୁରକ୍ଷାବାହିନୀ ଏକ ମାଓ କ୍ୟାମ୍ପ୍ ଠାବ କରିଛନ୍ତି। ଏହାସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଥିବା ସୂଚନା ମିଳିଛି।

Share Now:

Kalinga News Beuro

Leave a Reply

Next Post

ମାଡ଼ି ଚାଲିଛି ‘ସାହାରା’: ୧୦୦ ବର୍ଷରେ ବଢ଼ିଛି ୯ ଲକ୍ଷ ବର୍ଗ କିଲୋମିଟର

Sun Apr 8 , 2018
ସାହାରା ମରୁଭୂମି କାୟା ବିସ୍ତାର କରିବାରେ ଲାଗିଛି। ଦିନକୁ ଦିନ ଏହାର ସୀମା ବଢ଼ିବାରେ ଲାଗିଛି। ଏବେ ଭାବୁଥିବେ ଏହାର କ’ଣ ହାତଗୋଡ ଅଛି ଯେ ସୀମା ବଢ଼ିଯିବ। ହେଲେ ଏହା ସମ୍ପୂର୍ଣ୍ଣ ସତ। ଗତ ୧୦୦ ବର୍ଷ ଭିତରେ ସାହାର ମରୁଭୂମିର ସୀମା ୧୦ ପ୍ରତିଶତ ବଢ଼ିଯାଇଛି। ଆମେରିକାର University of Maryland ପକ୍ଷରୁ କରାଯାଇଥିବା ଏବ ସର୍ଭେରୁ ଏହି ଭୟଙ୍କର ସତ ପଦାକୁ ଆସିଛି। ଗତ ୧୦୦ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial