ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି : ନଭେମ୍ବର ୩ରେ କରୋନା କଟକଣା ମଧ୍ୟରେ ବାଲେଶ୍ୱର ସଦର ଓ ତିର୍ତୋଲରେ ହେବ ମତଦାନ

ବାଜିଲା ଉପ-ନିର୍ବାଚନ ବିଗୁଲ

ଭୁବନେଶ୍ବର: ବାଜିଲା ବାଲେଶ୍ୱର ସଦର ଏବଂ ତିର୍ତୋଲ ବିଧାନସଭା ଆସନ ପାଇଁ ନିର୍ବାଚନ ବିଗୁଲ। ଏହି ଦୁଇଟି ଆସନ ପାଇଁ ଆସନ୍ତା ନଭେମ୍ବର ୩ ତାରିଖରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ। ଆଜି ଏଥିଲାଗି ପ୍ରକାଶ ପାଇଛି ବିଜ୍ଞପ୍ତି। ବିଜ୍ଞପ୍ତି ସହ ଆଜିଠୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହେଉଥିବା ବେଳେ ଅକ୍ଟୋବର ୧୬ ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି। ଅକ୍ଟୋବର ୧୭ରେ ନାମାଙ୍କନ ପତ୍ର ଯାଞ୍ଚ ହେବା ସହ ଅକ୍ଟୋବର ୧୯ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ସମୟ ଦିଆଯାଇଛି। ମତଦାନ ପରେ ନଭେମ୍ବର ୧୦ରେ ଭୋଟଗଣତି ହେବା ସହ କୋଭିଡ୍ କଟକଣା ଭିତରେ ନିର୍ବାଚନ ହେବ ବୋଲି ଜଣାପଡ଼ିଛି।

ଉପନିର୍ବାଚନରେ ବାଲେଶ୍ୱର ଏବଂ ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଥିବା ୮୦ ବର୍ଷରୁ ଅଧିକ ବୟସର ଭୋଟର, ଦିବ୍ୟାଙ୍ଗ ଭୋଟର ଏବଂ କୋଭିଡ୍‌-୧୯ ଆକ୍ରାନ୍ତ ତଥା ସନ୍ଦିଗ୍ଧ କୋଭିଡ୍‌ ଭୋଟର କିପରି ଭାବରେ ପୋଷ୍ଟାଲ‌ ବାଲାଟ‌ ମାଧ୍ୟମରେ ମତଦାନ କରି ପାରିବେ, ସେ ନେଇ ଗତକାଲି ସମୀକ୍ଷା ହୋଇଥିଲା। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ବାଲେଶ୍ବର ଓ ଜଗତସିଂହପୁର ଜିଲ୍ଲାପାଳଙ୍କ ସହିତ ଏ ନେଇ ଭିଡ଼ିଓ କନଫରେନ୍ସିଂ ଜରିଆରେ ବିଶଦ ଆଲୋଚନା କରିଛନ୍ତି। ନାମାଙ୍କନ ଦାଖଲର ପ୍ରଥମ ଦିନରୁ ପାଞ୍ଚ ଦିନ ପର୍ଯ୍ୟନ୍ତ ଅର୍ଥାତ ଅକ୍ଟୋବର ୧୪ ସୁଦ୍ଧା ଏହି ଶ୍ରେଣୀର ଭୋଟରମାନେ ପୋଷ୍ଟାଲ ବାଲାଟ୍‌ ପାଇଁ ଫର୍ମ ୧୨ (ଘ) ଜରିଆରେ ସଂପୃକ୍ତ ନିର୍ବାଚନ ଅଧିକାରୀଙ୍କୁ ଆବେଦନ କରିବା ଲାଗି କୁହାଯାଇଛି। ଅକ୍ଟୋବର ୨୧ ତାରିଖଠାରୁ ନଭେମ୍ବର ପହିଲା ପର୍ଯ୍ୟନ୍ତ ସ୍ୱତନ୍ତ୍ର ଭାବେ ନିଯୁକ୍ତି ପାଇଥିବା ପୋଲିଂ ଅଧିକାରୀଙ୍କ ଦ୍ବାରା ଘରକୁ ଘର ସଂପୃକ୍ତ ବ୍ୟକ୍ତି ଦେଇଥିବା ଠିକଣାରେ ପୋଷ୍ଟାଲ‌ ବାଲାଟ ଯୋଗାଇ ଦିଆଯିବ। ସମ୍ପୁର୍ଣ୍ଣ ଗୋପନୀୟତା ମଧ୍ୟରେ ସମ୍ପୃକ୍ତ ଭୋଟର ପୋଷ୍ଟାଲ ବାଲାଟ‌ରେ ମତଦାନ କରିସାରିବା ପରେ ମୁଦା ଲଫାପାରେ ପୋଷ୍ଟାଲ‌ ବାଲାଟ‌କୁ ପୁଣିଥରେ ପୋଲିଂ ଅଧିକାରୀଙ୍କୁ ଫେରାଇବେ। ଏହି ସଂପୂର୍ଣ୍ଣ ପ୍ରକ୍ରିୟା ନିର୍ଦ୍ଧାରିତ ଭୋଟ ଗ୍ରହଣ ଦିବସର ଏକ ଦିନ ପୂର୍ବରୁ ସରିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।

Share Now:

Kalinga News Beuro

Next Post

ପଦ୍ମ ନାଡ଼ରୁ ମାସ୍କ ତିଆରି କରୁଛନ୍ତି ଯୁବତୀ, ମୋଦି କଲେ ପ୍ରଶଂସା

Fri Oct 9 , 2020
ନୂଆଦିଲ୍ଲୀ: ମଣିପୁରର ବିସ୍‌ନୁପୁର ଜିଲ୍ଲାର ଜଣେ ୨୭ବର୍ଷୀୟ ମହିଳା ପଦ୍ମ ନାଡରୁ ସୂତା ଏବଂ କପଡା ତିଆରି କରିଛନ୍ତି। ବର୍ତ୍ତମାନ ସେ ସେହି କପଡାରୁ ମାସ୍କ ତିଆରି କରିବାର ଏକ ନିଆରା ପ୍ରୟାସ କରୁଛନ୍ତି। ମହିଳା ଜଣଙ୍କ ନାଁ ଟୋଙ୍ଗବ୍ରାମ ବିଜୟଶାନ୍ତି। ସେ ପ୍ରସିଦ୍ଧ ଲୋକଟକ ହ୍ରଦ ନିକଟରେ ଥିବା ଥାଙ୍ଗା ଟୋଙ୍ଗବ୍ରାମ ଅଞ୍ଚଳର ରହୁଛନ୍ତି। କରୋନା ମହାମାରୀ ସମୟରେ ଯେତେବଳେ ଲୋକମାନେ ଆର୍ଥିକ ଅନଟନରେ ଗତି କରୁଥିଲେ ଏବଂ […]
ପଦ୍ମ ନାଡ଼ରୁ ମାସ୍କ ତିଆରି କରୁଛନ୍ତି ଯୁବତୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial