ଖରସ୍ରୋତା ନଦୀରେ କୁମ୍ଭୀର: ପାଣିରୁ ବାହାରି ଉପରେ ବୁଲିଲେ

ଖରସ୍ରୋତା ନଦୀରେ କୁମ୍ଭୀର

ନଠୁଆବର : ରସୁଲପୁର ବ୍ଲକ୍ ଅନ୍ତର୍ଗତ ଶ୍ରୀବନ୍ତପୁର ଗ୍ରାମ ନିକଟରେ ଆଜି ଖରସ୍ରୋତା ନଦୀରେ ଦୁଇଟି କୁମ୍ଭୀର ଭାସୁଥିବା ଦେଖି ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି। ଶ୍ରୀବନ୍ତପୁର ଓ ଯୋକଡ଼ିଆ ମଝିରେ ଥିବା ପୁରୁଣା ସେତୁର ଉପର ମୁଣ୍ଡରେ ଗୋଟିଏ କୁମ୍ଭୀର ଭାସୁଥିବା ବେଳେ ନୂଆ ସେତୁର ତଳମୁଣ୍ଡରେ ଅନ୍ୟ କୁମ୍ଭୀରଟି ଭାସୁଥିଲା। ଗୋଟିଏ କୁମ୍ଭୀର ପାଣିରୁ ବାହାରି ନଦୀକୂଳ ବୁଦୁବୁଦୁକିଆ ଅଞ୍ଚଳରେ ବୁଲୁଥିବା ଦେଖି ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି। ଫଳରେ ଶ୍ରୀବନ୍ତପୁର, ଯୋକଡ଼ିଆ, ମାର୍ଥାପୁର, ଟିକରପଡ଼ା ଓ ଆଖପାଖ ଗାଁର ଲୋକେ ନଦୀକୁ ଯିବା ବନ୍ଦ କରିଦେଇଛନ୍ତି। ସେହିପରି ନିଜର ଗୃହପାଳିତ ପ୍ରାଣୀଙ୍କୁ ନଦୀକଡ଼କୁ ଛାଡ଼ୁନାହାନ୍ତି। ପ୍ରକାଶ ଯେ, ଗତକାଲି ଏଠାରେ ଗୋଟିଏ କୁମ୍ଭୀର ନଦୀରେ ଭାସୁଥିବା ବେଳେ ଅନ୍ୟଟି ବନ୍ଧକଡ଼ରେ ଶୋଇଥିବା ଦେଖିବାକୁ ମିଳିଥିଲା। ବନବିଭାଗ ଓ ରସୁଲପୁର ତହସିଲ ପକ୍ଷରୁ ଗତକାଲି ପ୍ରଚାର କରାଯାଇ ଲୋକଙ୍କୁ ସତର୍କ କରାଯାଇଥିଲା। ହେଲେ ଆଜି ବନବିଭାଗ କିମ୍ବା ପ୍ରଶାସନ ପକ୍ଷରୁ କୌଣସି ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଅନ୍ୟପକ୍ଷରେ କୁମ୍ଭୀର ନଦୀରେ ରହିଥିବାରୁ ସ୍ଥାନୀୟ ଅଞ୍ଚଳ ଲୋକେ ଭୟଭୀତ ହୋଇପଡ଼ିଛନ୍ତି।

Share Now:

Kalinga News Beuro

Next Post

ଦୁର୍ଗାପୂଜାରେ ପଶ୍ଚିମବଙ୍ଗକୁ କେନ୍ଦ୍ରସରକାରଙ୍କ ଭେଟି

Wed Oct 21 , 2020
କୋଲକତାରେ ଆରମ୍ଭ ହେଲା ଦେଶର ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ଟ୍ରେନ୍ ସେବା କୋଲକାତା: କେନ୍ଦ୍ରସରକାର କୋଲକତାଠାରେ ବିଶ୍ୱସ୍ତରୀୟ ସୁବିଧା ଥିବା ଫୁଲବାଗାନ ଅଣ୍ଡର ୱାଟର ମେଟ୍ରୋ ଷ୍ଟେସନକୁ ସର୍ବସାଧାରଣଙ୍କୁ ଦୁର୍ଗାପୂଜା ଭେଟି ଦେଇଛନ୍ତି। ଚଳିତ ମାସରେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ କୋଲକତା ପୂର୍ବ-ପଶ୍ଚିମ କରିଡର ଫୁଲବାଗାନ ମେଟ୍ରୋ ଷ୍ଟେସନର ଉଦଘାଟନ କରିଥିଲେ। ଏହି କରିଡରର ଲମ୍ବ ୧୬.୬ କିଲୋମିଟର ରହିଛି। ହୁଗୁଳି ନଦୀର ପଶ୍ଚିମ କୂଳରୁ ହାଓଡାର ପୂର୍ବ […]
ପଶ୍ଚିମବଙ୍ଗକୁ କେନ୍ଦ୍ରସରକାରଙ୍କ ଭେଟି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial