ମାଲକାନଗିରି ପୁଲିସକୁ ବଡ଼ ସଫଳତା: ଜଣେ ଦୁର୍ଦ୍ଦାନ୍ତ ନକ୍ସଲ ମୃତ, ଏକେ-୪୭ ବନ୍ଧୁକ ଜବତ

ଜଣେ ଦୁର୍ଦ୍ଦାନ୍ତ ନକ୍ସଲ ମୃତ, ଏକେ-୪୭ ବନ୍ଧୁକ ଜବତ

ସ୍ବାଭିମାନ ଅଞ୍ଚଳର ତୋଟାଗୁଡାରେ ଏନକାଉଣ୍ଟର

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୁଲିସକୁ ମିଳିଛି ବଡ଼ ସଫଳତା। ମାଲକାନଗିରି ପୁଲିସ ଆଜି ବିଶେଷ ସୂତ୍ରରୁ ଖବର ପାଇ ଗୋରାସେତୁ ନିକଟରେ ଥିବା ତୋଟାଗୁଡା ଜଙ୍ଗଲରେ ବୁଲୁଥିବା ନକ୍ସଲମାନଙ୍କ ଉପରେ ଚଢଉ କରିଥିଲା। ପୁଲିସକୁ ଦେଖି ନକ୍ସଲ ପ୍ରଥମେ ଗୁଳି ଚଳାଇଥିବା ବେଳେ ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ। ବର୍ତ୍ତମାନ ମଧ୍ୟ ଗୁଳି ବିନିମୟ ଚାଲିଛି। ଘଟଣାସ୍ଥଳରୁ ଜଣେ ମିଲିଟ୍ରି ପ୍ଲାଟୁନ କମାଣ୍ଡରର ଶବ ଜବତ କରାଯାଇଛି।ଏହି ନକ୍ସଲକୁ ଚିହ୍ନଟ କରାଯାଇଛି। ସେ ମାଓ କମାଣ୍ଡର କିଶୋର ବୋଲି ପୁଲିସ କହିଛି। ତେବେ ଘଟଣାସ୍ଥଳରୁ ଏକେ-୪୭ ବନ୍ଧୁକ ସହ ବିସ୍ଫୋରକ ଏବଂ ମାଓ ସାମଗ୍ରୀ ଜବତ କରାଯାଇଛି। ପ୍ରକାଶ ଥାଉକି ମାଓବାଦୀ ପାର୍ଟିର ମିଲିଟ୍ରି ପ୍ଲାଟୁନର ସଦସ୍ୟମାନେ ଜଙ୍ଗଲରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଘୁରିବୁଲୁଥାନ୍ତି। ସଂଗଠନର ଯେତେବେଳେ ଏମାନଙ୍କୁ ଦରକାର ପଡେ ସେତେବେଳେ ଏମାନେ ଏମାନଙ୍କର ଶତ୍ରୁ ଉପରେ ଆକ୍ରମଣ କରିଥାନ୍ତି। ତେବେ ଗୁଇନ୍ଦା ସୂତ୍ରରୁ ଏମାନଙ୍କର ବୁଲିବା ନେଇ ପୁଲିସ ନିକଟରେ ଖବର ପହଞ୍ଚିଥିଲା। ଯାହାଫଳରେ ପୁଲିସ ଏହି ଅଞ୍ଚଳକୁ ଘେରାଉ କରିଥିଲା। ତେବେ ବହୁ ନକ୍ସଲ ଖସି ପଳାଇଯିବାରେ ସକ୍ଷମ ହୋଇଛନ୍ତି। କିନ୍ତୁ ପୁଲିସ ନକ୍ସଲ ପିଛା କରି ଗୁଳି ଚଳାଉଥିବା ଜଣାପଡିଛି। ବର୍ତ୍ତମାନ ଗୁଳିବିନିମୟ ଚାଲୁଥିବାରୁ ଏସପି ରିଶିକେଷ ଖିଲାରି କୌଣସି ସବିଶେଷ ବିବରଣୀ ପ୍ରଦାନ କରିହେବ ନାହିଁ ବୋଲି କହିଥିଲେ। ତେବେ ଜଣେ ଦୁର୍ଦ୍ଦାନ୍ତ ନକ୍ସଲର ମୃତ୍ୟୁ ହୋଇଥିବା କହିଥିଲେ। ସ୍ବାଭିମାନ ଅଞ୍ଚଳକୁ ସୁରକ୍ଷାକର୍ମୀ ଧୀରେ ଧୀରେ ନିଜ କବଜାକୁ ନେଉଥିବା ବେଳେ ବ୍ୟାକଫୁଟରେ ନକ୍ସଲ ଚାଲିଯାଇଛନ୍ତି। ଏବେ ବି ବହୁ ଅଞ୍ଚଳକୁ ନିଜ କବଜାକୁ ନେଇ ନକ୍ସଲ ନିଜର ପତିଆରା ଦେଖାଉଛନ୍ତି। ତେବେ ପୁଲିସ ଏହି ଅଞ୍ଚଳକୁ ମଧ୍ୟ ନିଜ କବଜାକୁ ନେବ ବୋଲି କହିଛି।ଲୋକଙ୍କୁ ନକ୍ସଲ ଦାଉରୁ ରକ୍ଷା କରିବା ପାଇଁ ଅଣ୍ଟାଭିଡିଛି ପୁଲିସ। ତେବେ ଆଗାମୀ କିଛି ବର୍ଷ ଭିତରେ ସ୍ବାଭିମାନ ଅଞ୍ଚଳରୁ ନକ୍ସଲ ମୂଳପୋଛ ହେବେ ବୋଲି କୁହାଯାଇଛି।

Share Now:

Kalinga News Beuro

Next Post

ବିସ୍ଫୋରଣ ପରେ ବି ଚେତା ପଶୁନି : ପେଟ୍ରୋଲ ପମ୍ପରେ ଖୋଲାଖୋଲି ନିୟମ ଉଲ୍ଲଂଘନ

Thu Nov 26 , 2020
ଭୁବନେଶ୍ୱର : ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ହୋଇଥିବା ବିସ୍ଫୋରଣ ମାମଲା କେବଳ ରାଜଧାନୀ ନୁହେଁ, ସମଗ୍ର ରାଜ୍ୟରେ ଆତଙ୍କ ଖେଳାଇ ଦେଇଥିଲା। ବିସ୍ଫୋରଣର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟଭାବେ ଜଣାପଡ଼ି ନ ଥିଲେ ମଧ୍ୟ ତେଲ କମ୍ପାନିଗୁଡ଼ିକ ପକ୍ଷରୁ ଏ ନେଇ ସତର୍କ ସୂଚନା ଜାରି କରାଯାଇଛି। ପମ୍ପ ଗୁଡ଼ିକରେ ଫ୍ଲେକ୍ସ ବୋର୍ଡ ଲଗାଯିବା ସହ କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ମାତ୍ର କିଛି ପମ୍ପ […]
ପେଟ୍ରୋଲ ପମ୍ପରେ ଖୋଲାଖୋଲି ନିୟମ ଉଲ୍ଲଂଘନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial