ଖାଇଗଲେ ମାସ୍କ ଫାଇନ ଆଦାୟ ଟଙ୍କା: ଏଏସ୍ଆଇ ନିଲମ୍ବିତ

ମାସ୍କ ଫାଇନ ଆଦାୟ ଟଙ୍କା ହଡ଼

ଭୁବନେଶ୍ୱର : କରୋନା କଟକଣା ସମୟରେ ଆଦାୟ କରାଯାଉଥିବା ଜରିମାନାକୁ ପୁଲିସ ହଡ଼ପ କରୁଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ଆସିଥିଲା। ଏବେ ଏହାର ପ୍ରମାଣ ପାଇଛନ୍ତି ବରିଷ୍ଠ ଅଧିକାରୀ। ମାସ୍କ ଜରିମାନାରେ ହେରଫେର୍‌ ନେଇ ଏୟାରପୋର୍ଟ ଥାନାରେ କାର୍ଯ୍ୟରତ ଥିବା ଏଏସ୍ଆଇ ପ୍ରକାଶ ବେହେରାଙ୍କୁ ଡିସିପି ଉମାଶଙ୍କର ଦାଶ ଚାକିରିରୁ ନିଲମ୍ବିତ କରିଛନ୍ତି। ତାଙ୍କଠାରୁ ରସିଦ୍ ବହି ମଧ୍ୟ ଜବତ କରାଯାଇଛି। ସୂଚନା ଅନୁସାରେ, ଏଏସ୍ଆଇ ପ୍ରକାଶଙ୍କୁ କୋଭିଡ୍ ଡ୍ୟୁଟି ପାଇଁ ଏୟାରପୋର୍ଟ ଥାନା ସହ ଆଟାଚ୍ କରାଯାଇଥିଲା। କୋଭିଡ୍ ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ତାଙ୍କୁ ଦାୟିତ୍ବ ଦିଆଯାଇଥିଲା। ମାସ୍କ ନ ପିନ୍ଧି ଆଇନ ଉଲ୍ଲଂଘନ କରିଥିବା ଜଣେ ବ୍ୟକ୍ତିଙ୍କଠାରୁ ଗତକିଛି ଦିନ ତଳେ ପ୍ରକାଶ ଜରିମାନା ଆଦାୟ କରିଥିଲେ। ଶହେ ଟଙ୍କାର ଜରିମାନ ଆଦାୟ କରି ୫୦ ଟଙ୍କାର ରସିଦ୍ ଦେଇଥିଲେ। ବ୍ୟକ୍ତି ଜଣକ ଏହାର ବିରୋଧ କରିଥିଲେ। କିନ୍ତୁ କିଛି ଲାଭ ହୋଇ ନ ଥିଲା। ଏ ନେଇ ସେ ଡିସିପିଙ୍କୁ ଅଭିଯୋଗ କରିଥିଲେ। ତେବେ ତଦନ୍ତ ପରେ ପ୍ରକାଶଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ଏଠାରେ ପ୍ରଶ୍ନ ଉଠୁଛି, କେବଳ ପ୍ରକାଶ ନା ଆହୁରି ଅନେକ ସ୍ଥାନରେ ଏଭଳି ଜାଲିଆତି ହୋଇଛି? ଭୁବନେଶ୍ୱରର ଗଳିକନ୍ଦିରେ ଆଦାୟ କରାଯାଉଥିବା ଫାଇନ ପ୍ରକୃତରେ ସରକାରୀ ତହବିଲରେ ପହଁଚୁଛି ନା ପୋଲିସ ବାବୁଙ୍କ ପକେଟ ଗରମ କରୁଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ?

Share Now:

Kalinga News Beuro

Next Post

ଫାଇଲେରିଆ ନିରାକରଣରେ ସରକାର ବିଫଳ : ଏମ୍‌ଡିଏରେ ସାମିଲ ହେଲା ଆଉ ୭ ଜିଲ୍ଲା

Fri Dec 11 , 2020
ଫେବୃଆରୀରେ ଲୋକଙ୍କୁ ଦିଆଯିବ ବଟିକା ଭୁବନେଶ୍ୱର : ରାଜ୍ୟରେ ଫାଇଲେରିଆ ସ୍ଥିତି ବିଗିଡ଼ି ଗଲାଣି। ଫାଇଲେରିଆ ନିରାକରଣ ଲକ୍ଷ୍ୟ ହାସଲ କରିବାରେ ସରକାର ବିଫଳ ହୋଇଛନ୍ତି। କେବଳ ସେତିକି ନୁହେଁ, ଏକାଧିକ ଜିଲ୍ଲା ଫାଇଲେରିଆ ତାଲିକାରେ ଯୋଡ଼ି ହୋଇ ଗଲାଣି। ଏପରିକି ଫାଇଲେରିଆ ଜିଲ୍ଲାୱାରୀ ଯେଉଁ ତାଲିକା ପ୍ରକାଶ ପାଉଛି ତାହା ମଧ୍ୟ ସନ୍ଦେହ ଘେରରେ। ଏଭଳି ପରିସ୍ଥିତିରେ ଏହି ରୋଗର ନିରାକରଣ ପାଇଁ ନିଆଯାଉଥିବା ପଦକ୍ଷେପକୁ ନେଇ ସନ୍ଦେହ […]
ରାଜ୍ୟରେ ବିଗିଡ଼ିଲାଣି ଫାଇଲେରିଆ ସ୍ଥିତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial