କାନପୁର: ବିଳମ୍ବିତ ରାତିରେ ଟ୍ରେନରେ ଯାଉଥିବା ଜଣେ ନାବାଳିକାଙ୍କୁ ଅସଦାଚରଣ କରିବା ପରେ ଟ୍ରେନର ଅନ୍ୟ ବଗିରେ ଲୁଚିଥିବା ଯୁବକକୁ ଯାତ୍ରୀମାନେ ଧରି ପୁଲିସର ଜିମା ଦେଇଛନ୍ତି। କାନପୁରରେ ଏଭଳି ଏକ ଘଟଣା ଘଟିଛି। ମିଳିଥିବା ସୂଚନା ମୁତାବକ କାନପୁର ସହରରେ ରହୁଥିବା ଜଣେ ଓକିଲ ତାଙ୍କ ପରିବାର ସହିତ ମାତା ଵୈଷ୍ଣୋ ଦେବୀଙ୍କୁ ଦର୍ଶନ କରିବାକୁ ଜମ୍ମୁ ଯାଇଥିଲେ। ଆଉ ଦର୍ଶନ ପରେ ସେ ବୁଧବାର ଦିନ ପରିବାର […]
ଭୁବନ: ଏନଏସି ଭଦଳିଆପଶି ଗ୍ରାମର କାଳନ୍ଦୀ ଚରଣ ସାହୁଙ୍କ ଘରୁ ପ୍ରାୟ ୧୨ଲକ୍ଷ ଟଙ୍କାର ସୁନା ଓ ରୁପା ନଗଦ ଟଙ୍କା ଚୋରି ହୋଇଥିବା ନେଇ ଥାନାରେ ଏତଲା ଦିଆଯାଇଛି। ଘର ମାଲିକ କାଳନ୍ଦୀ ଚରଣ ସାହୁ ପୁରୀ ଜଗନାଥ ଦର୍ଶନ କରିବାକୁ ଯାଇଥିବା ବେଳେ କେହି ଦୁର୍ବୃତ୍ତ ଝରକା ତାଡି ଆଲମିରାରୁ ତାଲା ଖୋଲି ୧୨ଭରି ସୁନା ୧୭ଭରି ରୁପା ନଗଦ ୧.୪୦ଲକ୍ଷ ଟଙ୍କା ଚୋରି କରି ନେଇଥିବା […]
ନୂଆଦିଲ୍ଲୀ: ଦେଶରୁ ସଂପୂର୍ଣ୍ଣ ଭାବେ ହଟିନାହିଁ କରୋନା ସଂକଟ। ଦେଶରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଗୁରୁବାର ଗଣମାଧ୍ୟମ ସହ ଆଲୋଚନା କରିଛନ୍ତି। ସେ କହିଛନ୍ତି, କରୋନା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଗତ ସପ୍ତାହର ତଥ୍ୟ ଅନୁଯାୟୀ, ବିଶ୍ୱରେ ଦୈନିକ ୯୩୯୭୭ ମାମଲା ସାମ୍ନାକୁ ଆସୁଛି। ଆମେରିକାରେ ୧୯%, ରୁଷିଆରେ ୧୨.୬%, ଚାଇନାରେ ୮.୩%, ଦକ୍ଷିଣ କୋରିଆରେ ୮% ଏବଂ […]
ଖଣ୍ଡଗିରି: ଗତ ପ୍ରାୟ ଏକ ଦଶନ୍ଧିରୁ ଉର୍ଦ୍ଧ୍ୱ କାଳ ହେଲା ବିଏମ୍ସି ୬୪ ନମ୍ବର ୱାର୍ଡ ରାଜଧାନୀର ଏକ ପ୍ରମୁଖ ଅଞ୍ଚଳ ପାଲଟିଛି। ଆଇଟିଇଆର୍ ଇଂଜିନିୟରିଂ କଲେଜ ପ୍ରତିଷ୍ଠା ପରଠାରୁ ଧୀରେଧୀରେ ପଞ୍ଚସଖାନଗର, କସ୍ମୋପଲିସ୍, ନୀଳାଦ୍ରିନଗର ଭଳି ବଡ଼ବଡ଼ ଆବାସିକ କଲୋନି ଗଢ଼ିଉଠିଛି। ତେଣୁ ରାଜଧାନୀର ସର୍ବବୃହତ୍ ହାଉସିଂବୋର୍ଡ କଲୋନି(ଡୁମୁଡୁମା) ସଂଲଗ୍ନ ଏହି ୱାର୍ଡର ଗୁରୁତ୍ୱ ବଢ଼ିଛି। ବଡ଼ କଥା ହେଉଛି ଏହି ୱାର୍ଡରେ ରହିଛି ଯଦୁପୁର, ବେଗୁନିଆ ଓ […]
ପାଇକମାଳ : ନୃସିଂହନାଥ ପୀଠରେ ବୈଶାଖ ମେଳା ପାଇଁ ଏକ ପ୍ରସ୍ତୁତି ବୈଠକ ପଦ୍ମପୁର ଭାରାପ୍ରାପ୍ତ ଉପ ଜିଲ୍ଲାପାଳ ସଦାକର କୁମ୍ଭାରଙ୍କ ଅଧ୍ୟକ୍ଷତାରେ ନୃସିଂହନାଥ ଭୋଗମଣ୍ତପ ଠାରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ପାଇକମାଳ ବିଡିଓ ତଥା ମନ୍ଦିର ଟ୍ରଷ୍ଟି ସୁରେନ୍ଦ୍ର ସାହୁ ବୈଶାଖ ମେଳା ଆସନ୍ତା ମେ ୧ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବା ବୋଲି ସୁଚନା ଦେଇଥିଲେ। ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ଗତ […]
ମୁମ୍ବାଇ: ବୁଧବାର ଦିନ ଦୁବାଇ-ମୁମ୍ବାଇ ଇଣ୍ଡିଗୋ ବିମାନରେ ମଦ୍ୟପାନ କରି ସହଯାତ୍ରୀ ଏବଂ ବିମାନ ପରିଚାରକମାନଙ୍କୁ ଗାଳିଗୁଲଜ କରି ଉଚ୍ଛୃଙ୍ଖଳ ଆଚରଣ ପ୍ରଦର୍ଶନ କରିଥିବା ଦୁଇଜଣ ଯାତ୍ରୀଙ୍କୁ ଗିରଫ କରାଯାଇଛି। ପୁଲିସ କହିବା ଅନୁସାରେ, ଉପସାଗରୀୟ ରାଷ୍ଟ୍ରରେ କାମ କରି ବର୍ଷେ ପରେ ଫେରୁଥିବା ସେ ଦୁଇଜଣ ଯାତ୍ରୀ ଟିକସ-ମୁକ୍ତ ଦୋକାନରୁ ମଦ କିଣିଥିଲେ। ବିମାନରେ ବସି ସେମାନେ ଉକ୍ତ ମଦ ପିଇ ନିଶାସକ୍ତ ଅବସ୍ଥାରେ ପାଟିତୁଣ୍ଡ କରିଥିଲେ। ସହଯାତ୍ରୀମାନେ […]
ଭୁବନେଶ୍ୱର: ଦୈତ୍ବ ନଗରୀ କଟକ ଓ ଭୁବନେଶ୍ୱରରେ ସକ୍ରିୟ ଥିବା ତାମିଲନାଡ଼ୁର ଏକ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି କମିସନରେଟ ପୁଲିସର ସ୍ପେଶାଲ ସ୍କ୍ୱାର୍ଡ। ଡିସିପି ପ୍ରତୀକ ସିଂଙ୍କ ସୂଚନା ଅନୁଯାୟୀ, କଟକ ଓ ଭୁବନେଶ୍ୱରରେ ମାତିଥିବା ଏହି ଆନ୍ତରାଜ୍ୟ ଲୁଟେରା ଗ୍ୟାଙ୍ଗ ଗତ ୩ ମାସ ଧରି ଲୁଟପାଟ କରୁଥିଲେ। ଏହି ଗ୍ୟାଙ୍ଗକୁ ଗ୍ୟାଙ୍ଗର ସମସ୍ତ ସଦସ୍ୟ ରାଜ୍ୟ ବାହାରର। ସେମାନେ ଅଭିନବ ଢଙ୍ଗରେ କରୁଥିଲେ ଲୁଟ। […]
ଭୂତଳ ଜଳ ଟାଣୁଛନ୍ତି ଆପାର୍ଟମେଣ୍ଟ,ସଂରକ୍ଷଣ ପାଇଁ ଆକ୍ସନ୍ ପ୍ଲାନ୍ ହେଉ ଭୁବନେଶ୍ୱର: ରାଜଧାନୀ ଦୁଇ ପାର୍ଶ୍ଵରେ ଥିବା କୁଆଖାଇ ଓ ଦୟା ନଦୀ ଶୁଖିଲା ପଡ଼ିଛି। ପାଣି ନାହିଁ। ନଦୀର ଗୋଟିଏ ପାର୍ଶ୍ଵରେ ଗୋଟିଏ ଧାରର ଜଳସ୍ରୋତ। ଯୁଆଡ଼େ ଚାହିଁଲେ ଖାଲି ବାଲି। ସହରରେ ଥିବା ଜଳାଶୟ, ପୋଖରୀ କଥା ନ କହିବା ଭଲ। କେଉଁଠି ମାଟି ଫାଟି ଆଁ କରିଛି ତ କେଉଁଠି ଦଳ ଭର୍ତ୍ତି ହୋଇଗଲାଣି। କେନାଲରେ […]
ଭୁବନେଶ୍ୱର: ଶିଶୁଭବନ ଛକରେ ସକାଳୁ ସକାଳୁ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ୪୦ ଫୁଟ ଉଚ୍ଚ ହୋର୍ଡିଂ ଟାୱାର ଉପରେ ଚଢି ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେ ବେକରେ ଜିଆଇ ତାର ଗୁଡାଇ ଆତ୍ମହତ୍ୟା ଉଦ୍ୟମ କରୁଥିଲେ। ଅଧଘଣ୍ଟାର ରେସ୍କ୍ୟୁ ଅପରେସନ ପରେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି ଯୁବକ। ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏହି ଯୁବକଙ୍କ ନାମ ଟୁଲୁ ପାତ୍ର ଓ […]
ପୁରୀ: ପୁରୀର ଶାମୁକା ପ୍ରକଳ୍ପ ଅଞ୍ଚଳରେ ମଙ୍ଗଳା ନଦୀକଡ଼ରେ ‘ପଶ୍ଚିମବଙ୍ଗ ଭବନ’ ନିର୍ମାଣ ପାଇଁ ମିଳିଥିବା ଜାଗାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପସନ୍ଦ କରିଛନ୍ତି। ଏହା ପରେ ମମତା ବାନାର୍ଜୀ ଆଜି ଅପରାହ୍ଣ ୪ଟାରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ପ୍ରଥମେ ସେ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହିତ ଆଶୀର୍ବାଦ ନେଇଥିଲେ। ପରେ ସେ ମନ୍ଦିର ପରିସରରେ ମା’ ଲକ୍ଷ୍ମୀ, ବିମଳା ତଥା ଅନ୍ୟ ଦେବାଦେବୀଙ୍କୁ ଦର୍ଶନ କରିଥିଲେ। ମହାପ୍ରଭୁଙ୍କୁ ମମତାଙ୍କ […]