ସିମେଣ୍ଟ ବୋଳି ଲୁଚାଇବାକୁ ଉଦ୍ୟମ କେନ୍ଦ୍ରାପଡ଼ା : କାମ ସରିବାର ମାତ୍ର ବର୍ଷକ ମଧ୍ୟରେ ସାଢେ ଚାରିକୋଟିର ଡେରାବିଶ ବେଣୀପୁର ଘେରିବନ୍ଧ ଭାଙ୍ଗିବା ଘଟଣାକୁ ନେଇ ଚର୍ଚ୍ଚା ଥମିନି। କେନ୍ଦ୍ରାପଡ଼ା ଜଳସମ୍ପଦ ବିଭାଗର ବିଭାଗୀୟ କର୍ତୃପକ୍ଷ ଘଟଣାକୁ ମିଳିମିଶି ଚାପି ଦେବାକୁ ଜୋରସୋର‌୍‌ ଉଦ୍ୟମ ଚଳାଇଥିବାବେଳେ ଏବେ ଆଉ ଏକ ଅତ୍ୟନ୍ତ ନିମ୍ନମାନର କାମ ସାମ୍ନାକୁ ଆସିଛି। ନିର୍ମାଣକୁ ମାସେ ପୂରିନି, ନଦୀବନ୍ଧ କଂକ୍ରିଟ କାନ୍ଥ(ଗାର୍ଡ ୱାଲ‌) ଦବିଯିବା ସହ […]

ପୁଣେ : ବିଶ୍ବରେ କରୋନା ମହାମାରୀ ଦ୍ୱାରା ପାଖାପାଖି ୨ କୋଟି ୭୨ ଲକ୍ଷ ଲୋକ ଆକ୍ରାନ୍ତ ହେବା ସହ ୮ଲକ୍ଷ ୮୫ ହଜାରରୁ ଅଧିକ ଆଖି ବୁଜି ସାରିଲେଣି। ଏଭଳି ସ୍ଥିତିରେ ପ୍ରତ୍ୟେକ ରାଷ୍ଟ୍ର ଯେତେ ଶୀଘ୍ର ସମ୍ଭବ କୌଣସି ଗୋଟିଏ କୋଭିଡ୍‌ ଟିକା ଆହରଣ ପାଇଁ ଚାହିଁ ବସିଛନ୍ତି। ଏପରିକି ସମ୍ଭାବ୍ୟ ଟିକାର ସାର୍ବଜନୀନ ବ୍ୟବହାର ପାଇଁ ଅନୁମତି ପ୍ରଦାନରେ କୋହଳ ମନୋଭାବ ପୋଷଣ ଲାଗି ମଧ୍ୟ […]

ଲେହ :ଚୀନ ସେନାର ଅତିକ୍ରମଣ ଉଦ୍ୟମକୁ ପଣ୍ଡ କରି ପାଙ୍ଗଙ୍ଗ୍ ସୋ ହ୍ରଦର ଉଭୟ ଉତ୍ତର ଓ ଦକ୍ଷିଣ ପାର୍ଶ୍ବରେ ଗୁରୁତ୍ବପୂର୍ଣ୍ଣ ପର୍ବତ ଶିଖର ଗୁଡ଼ିକୁ ଭାରତୀୟ ସେନାର ବୀର ଯବାନମାନେ ନିଜ କବ୍‌ଜାକୁ ନେଇଛନ୍ତି। ମୋଲଡୋଠାରେ କ୍ୟାମ୍ପ ପକାଇଥିବା ଚୀନ ସେନାର ଯବାନଙ୍କ ଉପରେ ସେହିସବୁ ପର୍ବତ ଶିଖରରୁ ଭାରତୀୟ ଯବାନମାନେ ତୀକ୍ଷ୍‌ଣ ନଜର ରଖିଛନ୍ତି। ଚୀନ ସେନାଙ୍କୁ ଆଗୁଆ ଘାଟିରେ ଜଗିଥିବା ଭାରତୀୟ ସେନାଙ୍କ ମନୋବଳ ବଢ଼ାଇବା […]

ଭାଇ ପାଖରୁ ଭଉଣୀକୁ ଛଡ଼ାଇନେଲେ, ଖଣ୍ଡା, ବାଇକ ଜବତ ‌ଶେରଗଡ଼ : ବଳି ପାଇଁ ଜଣେ ୧୨ ବର୍ଷର ନାବାଳିକାକୁ ଅପହରଣ ଉଦ୍ୟମ। ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍ ଓ ଆସିକା ଥାନା ଅଧୀନ ଚଷାପିତଳ ଗ୍ରାମରେ ଏଭଳି ଏକ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ହେଲେ ଠିକଣା ସମୟରେ ପୁଲିସ ଚଢ଼ଉ କରି ୩ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ସେମାନଙ୍କଠାରୁ ଗୋଟିଏ ପଲ‌ସର ବାଇକ (ଓଡ଼ି-୧୯ଡି-୫୫୩୫) ଓ […]

ଇନ୍ଦୁପୁର : ଯୁକ୍ତ ୨ ଧନ୍ଦାମୂଳକ ଶିକ୍ଷାରେ ୫୪୧ ନମ୍ୱର୍ ରଖି ରାଜ୍ୟରେ ଟପର ହୋଇଛନ୍ତି କେନ୍ଦ୍ରାପଡା ଜୁନିୟର କଲେଜ ଛାତ୍ରୀ ମୈତ୍ରୀ ରାଉତ। ଆର୍ଥିକ ଅନାଟନ ସତ୍ତ୍ବେ ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ କରି ମୈତ୍ରୀ ଏହି ସଫଳତା ପାଇଛନ୍ତି। ସେ ଦିନକୁ ପାଖାପାଖି ୧୨ ଘଣ୍ଟା ପରିଶ୍ରମ କରୁଥିଲେ। ଭବିଷ୍ୟତରେ ଜଣେ ଶିକ୍ଷୟିତ୍ରୀ ହୋଇ ପିଲାଙ୍କୁ ସହଜରେ ଶିକ୍ଷା ଯୋଗାଇ ଦେବେ ବୋଲି ଲକ୍ଷ୍ୟ ରଖିଛନ୍ତି […]

ଭୁବନେଶ୍ୱର : ବିଏମ୍‌ସି ପକ୍ଷରୁ ଗତକାଲି ନୂଆପଲ୍ଲୀ ପୁଲିସ ଷ୍ଟେସନଠାରୁ ଆରମ୍ଭ କରି ଆଇଡି ମାର୍କେଟ, ସାଲିଆସାହି ଓ ସିଆର୍‌ପିଏଫ୍‌ ଛକର ଉଭୟ ପାର୍ଶ୍ବରେ ଥିବା ପ୍ରାୟ ୧୦୦ରୁ ଊର୍ଦ୍ଧ୍ବ ଉଠା ଦୋକାନକୁ ଉଚ୍ଛେଦ କରିଛି। କିନ୍ତୁ ସନ୍ଧ୍ୟାବେଳକୁ ପୁଣି ପୂର୍ବ ସ୍ଥାନରେ କିଛି ଦୋକାନ ମୁଣ୍ଡ ଟେକିଛି। ବିନା ନୋଟିସ୍‌ରେ ଏହି ଉଚ୍ଛେଦ କରାଯାଇଥିବାରୁ ଅସନ୍ତୁଷ୍ଟ କିଛି ବ୍ୟବସାୟୀ ପୁଣି ରାସ୍ତା କଡ଼ରେ ସେମାନଙ୍କ ପସରା ମେଲାଇଛନ୍ତି। ତେଣୁ […]

ଥିରୁବନନ୍ତପୁରମ୍: କେରଳର ଥିରୁବନନ୍ତପୁରମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ କରୋନା ଆକ୍ରାନ୍ତଙ୍କ ସହ ଡାକ୍ତରଖାନା ନେଇ ଯାଉଥିବା ଜଣେ ଆମ୍ବୁଲାନ୍ସ ଚାଳକ ଦୁଷ୍କର୍ମ କରିବ‌ା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଘଟଣାଟି କେରଳ ପଠାନାମଥୀତାରେ ଘଟିଛି। ଘଟଣାଟି ଶନିବା‌ର ରାତିରେ ଘଟିଥିବା ବେଳେ ଅଭିଯୁକ୍ତ ଚାଳକକୁ ଚାକିରିରୁ ବାହାର କରିଦିଆଯାଇଥିବା ଜଣା ପଡ଼ିଛି। ପୁଲିସର କହିବା ମୁତାବକ, ଶନିବାର ଜ‌ଣେ ବୃଦ୍ଧା ଏବଂ ପୀଡ଼ିତାଙ୍କୁ […]

ଦେବଗଡ଼: ଦେବଗଡ଼ ଥାନା ଅନ୍ତର୍ଗତ ଚିଲାଣ୍ଡିଖୋଳ ଗ୍ରାମରେ ଶନିବାର ବୋମା ତିଆରି ବେଳେ ବିସ୍ଫୋରଣ ଘଟି ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ୨ ଜଣ ହେଲେ ରଞ୍ଜିତ ଭୋଇ ଏଵଂ ସନ୍ତୋଷ ପଟା। ସେମାନଙ୍କ ଘର ରିଆମାଳ ଥାନା ଅନ୍ତର୍ଗତ କଂସର ଗ୍ରାମ ବୋଲି ଜଣାପଡ଼ିଛି। ଏହି ଘଟଣା ଗତକାଲି ବିଳମ୍ବିତ ରାତିରେ ଘଟିଛି। ସୂଚନା ଅନୁଯାୟୀ, ଚିଲାଣ୍ଡିଖୋଳ ଗ୍ରାମରେ ରଞ୍ଜିତ ଭୋଇ ଏଵଂ ସନ୍ତୋଷ ପଟା ସମ୍ପର୍କୀୟଙ୍କ […]

ନୂଆଦିଲ୍ଲୀ : ଆସନ୍ତାକାଲି ଏକ ବିରାଟ ଉଲ୍‌କାପିଣ୍ଡ ପୃଥିବୀର କକ୍ଷପଥ ଦେଇ ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି। ତେବେ ଏହା ଭୂପୃଷ୍ଠରେ ପତିତ ହେବନାହିଁ ବୋଲି ନାସା ସ୍ପଷ୍ଟ କରିଛି। ଇଜିପ୍ଟ ସ୍ଥିତ ପ୍ରଖ୍ୟାତ ଗିଜା ପିରାମିଡ୍‌ର ପ୍ରାୟ ଦୁଇଗୁଣା ଆୟତନ ବିଶିଷ୍ଟଏହି ଉଲ୍‌କାର ଗତିପଥକୁ ନାସା ପକ୍ଷରୁ ନିରନ୍ତର ଅନୁଧ୍ୟାନ କରାଯାଉଛି। ୨୦୧୦ ମାର୍ଚ୍ଚ ୧୮ରେ ଆବିଷ୍କୃତ ୪୬୫୮୨୪(୨୦୧୦ ଏଫ୍‌ଆର୍‌) ନାମକ ଏହି ମହାଜାଗତିକ ବସ୍ତୁଟିର ବ୍ୟାସ […]

ଭୁବନେଶ୍ୱର: ପ୍ରଥମେ ବର୍ଷା ଓ ତାଙ୍କ ପରେ ଅନୁଭବ। ବର୍ଷାଙ୍କ ପିଟିସନ ପରେ ଆଜି ଅନୁଭବଙ୍କ ପିଟିସନ ସାମ୍ନାକୁ ଆସିଛି। ଗତକାଲି ବର୍ଷାଙ୍କ ଅଭିଯୋଗ ପରେ ଛାଡପତ୍ର ନେଇ କୋର୍ଟରେ ୪୭ ପୃଷ୍ଠାର ପିଟିସନ ଦାଖଲ କରିଛନ୍ତି ଅନୁଭବ ମହାନ୍ତି। ପତ୍ନୀଙ୍କ ଆଚରଣ ତାଙ୍କୁ ମର୍ମାହତ କରିଥିବା ପିଟିସନରେ ଉଲ୍ଲେଖ କରିଛନ୍ତି ଅନୁଭବ ମହାନ୍ତି। ପିଟିସନରେ ଅନୁଭବ କହିଛନ୍ତି ଯେ ବର୍ଷା ପ୍ରିୟଦର୍ଶିନୀ ତାଙ୍କ ସହ ସମ୍ପର୍କ ରଖୁ ନଥିଲେ। […]

Social media & sharing icons powered by UltimatelySocial