ଭୁବନେଶ୍ୱର : ଆଜି ବିଜେଡି ଆଉ ୨୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ହେଲେ ଏଥିରେ ଭୁବନେଶ୍ୱର ମଧ୍ୟ ଆସନ ନାହିଁ। ବଡ଼କଥା ହେଉଛି ଭୁବନେଶ୍ୱର ଏକାମ୍ର ଓ ଉତ୍ତର ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଥିବା‌ ବେଳେ ମଧ୍ୟ ଝୁଲି ରହିଛି। ଉଭୟ ଏକାମ୍ର ଓ ଉତ୍ତରରେ ପ୍ରାର୍ଥୀ ଅପରିବର୍ତ୍ତିତ ରହିଥିବାରୁ ମଧ୍ୟରେ ମଧ୍ୟ ଅପରିବର୍ତ୍ତିତ ରହିବା ଆଶାରେ ଅନନ୍ତ ନାରାୟଣ ଜେନା(ବୁନୁ) ଉଦ୍ୟମ […]

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର କୋରଚେଲି, ଲେଣ୍ଡ୍ରା ଜଙ୍ଗଲରେ ମାଓବାଦୀଙ୍କ ଗଙ୍ଗାଲୁର ଏରିଆ ମାଓ ସଂଗଠନ ଏବଂ ଯବାନଙ୍କ ମଧ୍ୟର ଗୁଳିବିନିମୟ ହୋଇଥିଲା। ଗତ ମଙ୍ଗଳବାର ଦିନ ଘଟିଥିବା ଏହି ଗୁଳିବିନିମୟରେ ୧୩ଜଣ ମାଓବାଦୀ ଯବାନଙ୍କ ଗୁଳିରେ ପ୍ରାଣ ହରାଇଥିଲେ। ସମସ୍ତ ମୃତ ମାଓବାଦୀଙ୍କ ପାଖରୁ ବହୁ ମାଓ ସାମଗ୍ରୀ ଅସ୍ତ୍ରଶସ୍ତ୍ର ଜବତ କରିଥିଲା ଯବାନ।ତେବେ ମୃତ ମାଓବାଦୀଙ୍କ ମଧ୍ୟରୁ ୫ ଜଣ ମାଓବାଦୀ ଚିହ୍ନଟ କରାଯାଇଥିଲା, ଯେଉଁଥିରେ […]

ନୂଆଦିଲ୍ଲୀ: ବୟାନ ରେକର୍ଡ ବେଳେ ଦୁଷ୍କର୍ମ ପୀଡ଼ିତାଙ୍କୁ ପୋଷାକ କାଢ଼ି କ୍ଷତ ଦେଖାଇବାକୁ କହିଲେ ମାଜିଷ୍ଟ୍ରେଟ୍। ରୁଜୁ ହେଲା ଏତଲା।ମାର୍ଚ୍ଚ ୩୦ରେ ରାଜସ୍ଥାନରେ ଏହି ଘଟଣା ଘଟିଥିଲା। ଗଣଦୁଷ୍କର୍ମର ଶିକାର ହେବା ପ‌ରେ ପୀଡ଼ିତା ବୟାନ ରେକର୍ଡ କରିବାକୁ ମାଜିଷ୍ଟ୍ରେଟଙ୍କ ପାଖକୁ ଯାଇଥିଲେ। ଏହି ସମୟରେ ତାଙ୍କ ସହ ଏଭଳି ଘଟଣା ଘଟିଥିବା ସେ ଏତଲାରେ ଉଲ୍ଲେଖ କରିଛନ୍ତି। ଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତା ଅଭିଯୋଗ କରିଛନ୍ତି ଯେ ଅଭିଯୁକ୍ତଜଣକ […]

ଭୁବନେଶ୍ୱର: ଫେସ୍‌ବୁକ, ଏକ୍ସ, ହ୍ବାଟ୍‌ସଆପ୍‌ ଅଥବା ଇନ୍‌ଷ୍ଟାଗ୍ରାମ୍‌ ଭଳି ସୋସିଆଲ୍‌ ମିଡିଆ ପ୍ଲାଟଫର୍ମରେ ନିର୍ବାଚନ ସଂକ୍ରାନ୍ତୀୟ କୌଣସି ମିଥ୍ୟା ଖବର ପୋଷ୍ଟ ଓ ସେୟାରକୁ ବରଦାସ୍ତ କରାଯିବ ନାହିଁ। ଏଥିସହିତ ଛାପା ଗଣମାଧ୍ୟମ କିମ୍ବା ବୈଦ୍ୟୁତିକ ଗଣମାଧ୍ୟମରେ ମଧ୍ୟ ନିର୍ବାଚନ ସମ୍ପର୍କିତ ମିଥ୍ୟା ଖବର, ଗୁଜବ ବା ନିର୍ବାଚନକୁ ପ୍ରଭାବିତ କଲାଭଳି ଖବର ପ୍ରସାରଣ ହୋଇପାରିବ ନାହିଁ। ଏହାକୁ ଗୁରୁତ୍ବର ସହ ନେଇଛି କ୍ରାଇମ୍‌ବ୍ରାଞ୍ଚ ସ୍ବତନ୍ତ୍ର ଆଇଟି ସେଲ୍‌। ମିଥ୍ୟା‌ […]

ଚନ୍ଦ୍ରଶେଖରପୁର: ଭୁବନେଶ୍ୱର ଲୋକସଭା ପାଇଁ ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟ ଆଜି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ଉତ୍ତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଏମ୍‌ସିର ୧୭ ନମ୍ବର ୱାର୍ଡର ପଥରବନ୍ଧ ପଡ଼ିଆଠାରେ ଏକ ନିର୍ବାଚନୀ ସଭା ତଥା କର୍ମୀ ସମ୍ମିଳନୀରେ ସାମିଲ ହୋଇ ଡବଲ ଶଙ୍ଖରେ ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବାକୁ ଉପସ୍ଥିତ ଜନସାଧାରଣଙ୍କୁ ନିବେଦନ କରିଥିଲେ। ଏହି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା […]

ସୋର: ବିଜୁ ଜନତା ଦଳ (ବିଜେଡି) ବୁଧବାର ଦିନ ସନ୍ଧ୍ୟାରେ ବିଧାନସଭା ନିର୍ବାଚନ ପାଇଁ ଦ୍ଵିତୀୟ ଦଫାରେ ପ୍ରାର୍ଥୀ ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରାର୍ଥୀ ଘୋଷଣା କରିବାର ଅଳ୍ପ ସମୟ ମଧ୍ୟରେ ଦଳରେ ବିଦ୍ରୋହ ଦେଖାଯାଇଛି। ବାଲେଶ୍ଵର ଜିଲ୍ଲା ସୋର ବିଧାୟକ ପର୍ଶୁରାମ ଧଡ଼ା ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫା ପତ୍ରକୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି। ଆଗାମୀ ଦିନରେ ସେ […]

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା କଲେ ବାବା ରାମଦେବ। ଯୋଗ ଗୁରୁ ବାବା ରାମଦେବ ଏବଂ ପତଞ୍ଜଳି ଆୟୁର୍ବେଦର ପରିଚାଳନା ନିର୍ଦ୍ଦେଶକ ତଥା ଯୋଗ ଗୁରୁ ରାମଦେବଙ୍କ ସହଯୋଗୀ ଆଚାର୍ଯ୍ୟ ବାଲକ୍ରିଷ୍ଣା ବିଭ୍ରାନ୍ତକାରୀ ବିଜ୍ଞାପନ ମାମଲାକୁ ନେଇ ଆଜି ସୁପ୍ରିମକୋର୍ଟରେ ହାଜର ହୋଇଥିଲେ। ମାମଲାର ଶୁଣାଣି ସମୟରେ ଦୁହେଁ ସୁପ୍ରିମକୋର୍ଟରେ ବିନା ସର୍ତ୍ତରେ କ୍ଷମା ମାଗିଥିବା ଜଣାପଡ଼ିଛି। ଏହି ମାମଲାର ଶୁଣାଣି କରି ଜଷ୍ଟିସ୍ ହିମା କୋହଲି […]

ଭୁବନେଶ୍ୱର: ମଧ୍ୟ ଭୁବନେଶ୍ୱର ନିର୍ବାଚନମଣ୍ଡଳୀରେ ବିଜେଡି ଟିକେଟ୍‌ କଳି ଏବେ ହାଟରେ ପଡ଼ି ଦାଣ୍ଡରେ ଗଡ଼ୁଛି। ବର୍ତ୍ତମାନର ବିଧାୟକ ଅନନ୍ତ ନାରାୟଣ ଜେନା(ବୁନୁ) ଓ କର୍ପୋରେଟର ଅମରେଶ ଜେନା(ବାଇଁଆ)ଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଏବେ ନୂଆ ରୂପ ନେଇଛି। ବିଧାୟକ ଶ୍ରୀ ଜେନାଙ୍କୁ ବିରୋଧ କରିବାକୁ ବାଇଁଆଙ୍କ ସହ ବିଜେଡିର ଅନ୍ୟତମ ଟିକେଟ୍‌ ଆଶାୟୀ ରୁଦ୍ର ସାମନ୍ତରାୟ ହାତ ମିଳାଇଛନ୍ତି। ଗତକାଲି ରାତିରେ ୟୁନିଟ୍‌-୪ସ୍ଥିତ ଏକ ହୋଟେଲରେ ବାଇଁଆ […]

ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦ ଓ ଅସରଫ ଅହମ୍ମଦଙ୍କୁ ଗୁଳି କରି ହତ୍ୟା କରିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଅତିକ ଓ ଅସରଫ ଫେରାର ଥିବା ବେଳେ ପୁଲିସ ତାଙ୍କ ଉପରେ ପୁରସ୍କାର ରାଶି ଘୋଷଣା କରିଥିଲା। ଏଥିସହିତ ଗତବର୍ଷ ପ୍ରୟାଗରାଜରେ ହୋଇଥିବା ଉମେଶ ପାଲ ହତ୍ୟା ଘଟଣାରେ ଅତିକର ଦୁଇଜଣ ପୁଅ ଅଲି ଓ ଉମର ଉପରେ ବି ପୁଲିସ ପୁରସ୍କାର ରାଶି ଘୋଷଣା କରିଥିଲା। ଅଲି […]

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ଓ ଭାରତୀୟ ଜନତା ଦଳ ପରେ କଂଗ୍ରେସ ଓଡ଼ିଶାରେ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ଦଫାରେ ନିଜର ତାଲିକା ଘୋଷଣା କରିଛି। କଂଗ୍ରେସ ପ୍ରଥମ ତାଲିକାରେ ୪୯ ଜଣଙ୍କର ନାମ ଘୋଷଣା କରିଛି। ଏହି ତାଲିକାରେ ସ୍ଥାନ ପାଇଥିବା ପ୍ରାର୍ଥୀମାନଙ୍କ ମଧ୍ୟରୁ ଚତୁର୍ଥ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ ୨୩ ଜଣ ଓ ପଞ୍ଚମ ପର୍ଯ୍ୟାୟର ନିର୍ବାଚନ ପାଇଁ ୨୯ ଜଣ […]

Social media & sharing icons powered by UltimatelySocial