ଭୁବନେଶ୍ୱର: ମମିତାଙ୍କୁ ଯେଭଳି ଭାବେ ହତ୍ୟା କରିଥିଲେ ତା’ର ‘ଡେମୋ’ ଗତ ରାତି ପାହାନ୍ତା ପ୍ରାୟ ୪ଟା ବେଳେ ଗୋବିନ୍ଦ ସାହୁ ମହାଲିଙ୍ଗ ଷ୍ଟାଡିୟମ୍‌ରେ ପୁଲିସ ଆଗରେ ପ୍ରଦର୍ଶନ କରିଥିଲେ। ଅପରାଧ ସ୍ଥଳରେ ଅପରାଧିକ ଘଟଣାର ପୁନଃସଂରଚନା ନିମନ୍ତେ ପୁଲିସ ତାଙ୍କୁ ମହାଲିଙ୍ଗ ଷ୍ଟାଡିୟମ୍‌କୁ ନେଇଥିଲା। ମମିତାଙ୍କୁ ହତ୍ୟା କରି କେମିତି ଗାତ ଖୋଳି ପୋତିଥିଲେ, ସେ ସମ୍ବନ୍ଧରେ ପ୍ରାୟ ୧୫ ମିନିଟ୍‌ ଧରି ଗୋବିନ୍ଦ ପୁଲିସକୁ କହିଥିଲେ। ସେ […]

ମୁମ୍ବାଇ: ପୁଅ ଆରୟନକୁ ଭେଟିବାକୁ ଜେଲରେ ପହଞ୍ଚିଲେ ଶାହାରୁଖ ଖାନ। ଗତକାଲି ଆରୟନଙ୍କ ଜାମିନ ଆବେଦନ ଖାରଜ ହେବା ପ‌ରେ ତାଙ୍କୁ ଏବେ ଆର୍ଥୁର ରୋଡ ଜେଲରେ ରଖାଯାଇଛି। ପୁଅ ଗିରଫ ହେବା ପରେ ଆଜି ପ୍ରଥମ ଥର ପାଇଁ ତାଙ୍କୁ ଭେଟିବାକୁ ଜେଲରେ ପହଞ୍ଚିଛନ୍ତି କିଙ୍ଗ ଖାନ ଶାହାରୁଖ। ଗତକାଲି ମୁମ୍ବାଇର ସ୍ବତନ୍ତ୍ର ଏନଡିପିଏସ କୋର୍ଟ ଆରୟନଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ଆରୟନଙ୍କ ସମେତ ଆଉ ଦୁଇଜଣଙ୍କ […]

ଜଗତସିଂହପୁର: ଗତ ରବିବାରଠାରୁ ନିଖୋଜ ଥିବା ଜଗତସିଂହପୁର ପୌରାଞ୍ଚଳ ଅନ୍ତର୍ଗତ ବଡ଼ବାଗ ଗାଁର ରମେଶ ସାହୁଙ୍କ ପୁଅ ରାମଚନ୍ଦ୍ର ସାହୁଙ୍କ ମୃତଦେହ ଆଜି କଲେଜ ଛକ ନିକଟ ମାଛଗାଁ କେନାଲରୁ ମିଳିଛି। ରବିବାର ଦିନ ବଡ଼ବାଗର କେଶବ ବେହେରାଙ୍କ ଘରେ ଭୋଜି ହୋଇଥିଲା। ସେଠାରେ କେଶବ ବେହେରା, କେଶବଙ୍କ ସ୍ତ୍ରୀ ରିନା ବେହେରା, ପ୍ରଶାନ୍ତ ବେହେରା ଓ ରାମଚନ୍ଦ୍ର ସାହୁ ଉପସ୍ଥିତ ଥିଲେ। ତେବେ ଉକ୍ତ ରାତିରେ କୌଣସି କାରଣ […]

ଭୁବନେଶ୍ୱର: ବହୁ ଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ବଡ ଖୁଲାସା ହୋଇଛି। ହତ୍ୟା ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଗୋବିନ୍ଦ ସାହୁ ଓ ତାଙ୍କ ସହଯୋଗୀ ଡ୍ରାଇଭର ହତ୍ୟାକାଣ୍ଡକୁ ନେଇ ପୁଲିସ ଆଗରେ ସବୁ ସତ ଓଗାଳିଥିବାର ସୂଚନା ମିଳିଛି। ଜେରାବେଳେ ପୁଲିସ ଆଗରେ ମମିତାଙ୍କୁ ହତ୍ୟା କରିଥିବାର ଗୋବିନ୍ଦ ସ୍ୱୀକାର କରିଛି ବୋଲି କୁହାଯାଉଛି। ସେମାନଙ୍କ […]

ଜଳେଶ୍ଵର: ବାଲେଶ୍ବର ଜିଲ୍ଲାର ଜଳେଶ୍ବର ଅଞ୍ଚଳରୁ ଅଢ଼େଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ କରାଯାଇଥିବାର ଖବର ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଜଳେଶ୍ୱର ପୁଲିସ ଓ ଅବକାରୀ ବିଭାଗ ଦ୍ଵାରା ଜଳେଶ୍ୱର ଷ୍ଟେସନ ବଜାର ସ୍ଥିତ ଡାଇମଣ୍ଡ ହୋଟେଲ ଉପରେ ଚଢ଼ାଉ କରାଯାଇଥିଲା। ଏଠାରୁ ଜବତ ୨.୪୦୦ କିଲୋଗ୍ରାମରୁ ଉର୍ଦ୍ଧ୍ବ ବ୍ରାଉନସୁଗାର ଜବତ କରାଯାଇଥିଲା। ଏହାର ବଜାର ଦର ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ହେବ ବୋଲି କୁହାଯାଉଛି। ଘଟଣାରେ […]

ପୁଲିସ ବାରାକ୍‌ରୁ ସ୍କୁଲ ମାଲିକ ଫେରାର,ସ୍କୁଲ୍‌ରେ ଚାଲିଥିଲା ଯୌନ କେଳେଙ୍କାରୀ! ବଲାଙ୍ଗୀର : ବହୁ ଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ୍‌ ପବ୍ଲିକ୍‌ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ମାମଲା ଏବେ ନୂଆ ମୋଡ଼ ନେଇଛି। ମୁଖ୍ୟ ଅଭିଯୁକ୍ତ ସ୍କୁଲ ମାଲିକ ଗୋବିନ୍ଦ ସାହୁ ପୁଲିସ ହାଜତରୁ ଗତକାଲି ରାତିରେ ଫେରାର ହୋଇଯାଇଛନ୍ତି। ତେବେ ଏହି ଘଟଣାରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ନେଇ ଅଭିଯୋଗ […]

ଭୁବନେଶ୍ୱର : ବହୁଚର୍ଚ୍ଚିତ ମନୀଷ ଅନୁରାଗ ହତ୍ୟା ମାମଲାରେ କମିସନରେଟ ପୁଲିସ ମୁଖ୍ୟ ଅଭିଯୁକ୍ତ ଅମ୍ରିତ ପ୍ରୀତମ ବିଶ୍ବାଳ ଏବଂ ତା’ର ୨ ସାଙ୍ଗ ଦିନେଶ ମହାପାତ୍ର ଓ ମୃତ୍ୟଞ୍ଜୟ ମିଶ୍ରଙ୍କୁ ରିମାଣ୍ଡରେ ଆଣିବ। ଆସନ୍ତାକାଲିଠାରୁ ୩ ଅଭିଯୁକ୍ତଙ୍କୁ ୪ଦିନିଆ ରିମାଣ୍ଡରେ ଆଣିବା ଲାଗି ଭୁବନେଶ୍ବର ଜେଏମ୍‌ଏଫ୍‌ସି ଅନୁମତି ଦେଇଛନ୍ତି। ଅଭିଯୁକ୍ତଙ୍କୁ ୫ଦିନିଆ ରିମାଣ୍ଡରେ ଆଣିବା ପାଇଁ ଇନ୍‌ଫୋସିଟି ପୁଲିସ ଭୁବନେଶ୍ବର ଜେଏମ୍‌ଏଫ୍‌ସିରେ ଆବେଦନ କରିଥିଲା। ଆଜି ଜେଏମ୍‌ଏଫ୍‌ସି ମାମଲାର […]

ଭୁବନେଶ୍ବର: ୨୩ ଘଣ୍ଟାର ମାରାଥନ୍ ଭିଜିଲାନ୍ସ ଚଢ଼ାଉ ପରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରୁ ୧୪୪୦ ଗ୍ରାମ ସୁନା ଜବତ ହୋଇଥିବାର ଖବର ମିଳିଛି। ଭାରତର ସବୁଠୁ ବଡ଼ ଡିଜାଇନର ସବ୍ୟସାଚୀ ବ୍ରାଣ୍ଡର ଏକ ହାର ଜବତ ହୋଇଛି, ଯାହାର ମୂଲ୍ୟ ୨୪ ଲକ୍ଷ ୨୫ ହଜାର ଟଙ୍କା। ଭିଜିଲାନ୍ସ ଅଧୀନରେ ଥିବା ଚାଟାର୍ଡ ଆକାଉଣ୍ଟାଣ୍ଟମାନେ ପ୍ରଦୀପଙ୍କ ଘରୁ ଜବତ ହୋଇଥିବା ଜରୁରୀକାଳୀନ ଦସ୍ତାବିଜ ଓ ବ୍ୟାଙ୍କ ଆକାଉଣ୍ଟର ଛାନଭିନ […]

ଆହୁରି ୩ ଅଭିଯୁକ୍ତ ଫେରାର୍ ଭୁବନେଶ୍ବର : ଗତ ୨୬ ସେପ୍ଟେମ୍ବରରେ ଫାୟାର୍‌ ଷ୍ଟେସନ୍‌ ନିକଟରେ ମହାବୀର ଫାଇନାନ୍ସର କିଛି କର୍ମଚାରୀ ଓ ସେମାନଙ୍କ ଭଡ଼ାଟିଆ ଗୁଣ୍ଡା ଭୁଲ୍ ବୁଝାମଣାକୁ କେନ୍ଦ୍ର କରି ସ୍ୱିଗି ବୟ ସୁପ୍ରଭାସ ଓ ବଡ଼ ଭାଇ ସୌମ୍ୟରଂଜନ ମାନ୍ଧାତାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ସେବେଠାରୁ ହସ୍ପିଟାଲରେ ମୃତ୍ୟୁ ସହ ସଂଘର୍ଷ କରୁଥିବା ସୌମ୍ୟରଞ୍ଜନ ଶେଷରେ ହାର୍‌ ମାନି ଯାଇଛନ୍ତି। ଗତକାଲି ସନ୍ଧ୍ୟା ପ୍ରାୟ ସାଢ଼େ […]

ବ୍ରହ୍ମପୁର: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଥିବା ଜଣାଯାଇଛି। ପ୍ରଦୀପଙ୍କ ସହ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ୧୫ଟି ଟିମ ଚଢ଼ାଉ କରୁଛି। ଆଜି ସକାଳ ୬ଟାରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ ଟିମ। ଜଣେ ଏସପି, ୨ ଜଣ ଅତିରିକ୍ତ ଏସପି ଓ ୧୭ ଜଣ ଡିଏସପି ଏହି ଚଢ଼ାଉ କରୁଛନ୍ତି। ପ୍ରଦୀପଙ୍କ ଘନିଷ୍ଠ […]

Social media & sharing icons powered by UltimatelySocial