ଭଦ୍ରକ: ଭଦ୍ରକ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ନକଲି ଡାକ୍ତର ଧରାପଡ଼ିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍ଓ) ଜଣେ ଯୁବକ ନିଜକୁ ଡାକ୍ତର ବେଶରେ ସଜେଇ ହୋଇ ଭଦ୍ରକ ମେଡ଼ିକାଲରେ ପ୍ରସୂତି ବିଭାଗରେ ରୋଗୀ ସେବା କରୁଥିବା ବେଳେ ତାଙ୍କ ଉପରେ ସନ୍ଦେହ କରି ତାଙ୍କୁ ଧରି ପୁଲିସକୁ ହସ୍ତାନ୍ତର କରିଛନ୍ତି। ନକଲି ଡାକ୍ତର ଜଣକ ଚଞ୍ଚକତା କରି ବେକରେ ଷ୍ଟେଥୋ ପକାଇ ମେଡିକାଲକୁ ଯାଉଥିବା ସମୟରେ ଧରାପଡ଼ିଛନ୍ତି।ସୂଚନା […]
ସ୍ୱାସ୍ଥ୍ୟ
ଭୁବନେଶ୍ୱର: କ୍ୟାପିଟାଲ୍ ହସ୍ପିଟାଲ୍ରେ ସ୍ୱତନ୍ତ୍ର ବିଶ୍ରାମାଗାର ନଥିବାରୁ ଦୂରଦୁରାନ୍ତରୁ ଆସୁଥିବା ରୋଗୀ ସମ୍ପର୍କୀୟମାନେ ବଡ଼ କଲବଲ ହେଉଛନ୍ତି। ରୋଗୀ ହସ୍ପିଟାଲ୍ ୱାର୍ଡରେ ରହୁଛି ସିନା, ସେମାନଙ୍କ ସହ ଆସିଥିବା ଆଟେଣ୍ଡାଣ୍ଟମାନେ ବର୍ଷା, ଶୀତ, କାକରରେ ହସ୍ପିଟାଲ ବାରଣ୍ଡାରେ ଜାକିଜୁକି ହୋଇ ରାତି କାଟୁଛନ୍ତି। ଏନେଇ ବାରମ୍ବାର ରୋଗୀ କଲ୍ୟାଣ ସମିତି ବୈଠକରେ ଆଲୋଚନା ହେଉଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରୁନାହିଁ। ଏଥିପାଇଁ ଜାଗା ଚିହ୍ନଟ ହୋଇଥିବା ବେଳେ ନିର୍ମାଣ […]
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଗ୍ବାଲିୟରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଶିଶୁ ୪ଟି ଗୋଡ଼ ନେଇ ଜନ୍ମ ନେଇଥିବା ଜଣାପଡ଼ିଛି। ଏଭଳି ଶିଶୁ ଜନ୍ମ ହେବା ଖବର ପ୍ରଘଟ ହେବା ପରେ ଲୋକେ ନବଜାତକୁ ଦେଖିବା ପାଇଁ ହସ୍ପିଟାଲରେ ଭିଡ ଜମାଇଛନ୍ତି। ସମ୍ପ୍ରତି ଶିଶୁ ଜଣକ ଡାକ୍ତରଙ୍କ ନିରୀକ୍ଷଣରେ ରହିଛି। ଏହି ଘଟଣା ଗ୍ବାଲିୟରର କମଳାରାଜା ହସ୍ପିଟାଲରୁ ସାମ୍ନାକୁ ଆସିଛି। ପ୍ରକାଶିତ ରିପୋର୍ଟ ମୁତାବକ, ଗତ ଗୁରୁବାର ବିଳମ୍ବିତ […]
ନୂଆଦିଲ୍ଲୀ: ଭାରତରେ ଏଯାବତ ଅନେକ ସହରରେ ଡେଙ୍ଗୁର ଭୟାବହ ଘଟଣା ସାମ୍ନାକୁ ଆସିଛି। ଡେଙ୍ଗୁ ଜ୍ୱରରେ ପୀଡିତ ହୋଇ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି। ମଶା କାମୁଡ଼ିବା ହେତୁ ଅନେକ ପ୍ରକାର ରୋଗର ଚିକିତ୍ସା କରାଯାଉଥିବା ନେଇ ଡାକ୍ତରଙ୍କ ପକ୍ଷରୁ ସୂଚନା ମିଳିଛି। ନିକଟରେ ଜର୍ମାନରୁ ଏକ ଘଟଣା ସାମ୍ନାକୁ ଆସିଛି। ଯାହାକୁ ଶୁଣି ଲୋକଙ୍କ ମନରେ କୋକୁଆଭୟ ଖେଳି ଯାଇଛି। ମଶା କାମୁଡ଼ିବା ହେତୁ ଜଣେ ବ୍ୟକ୍ତିଙ୍କର ଥରେ […]
କାନପୁର: ମୋତିଆବିନ୍ଦୁ ଅପରେସନ ପରେ ଦୃଷ୍ଟିଶକ୍ତି ହରାଇଲେ ୬ଜଣ ବ୍ୟକ୍ତି। ବୁଢ଼ା ବୟସରେ ଆଖିକୁ ଭଲ ଦିଶିବ ବୋଲି ଆଶା ରଖି ମୋତିଆବିନ୍ଦୁ ଅପରେସନ କରିଥିଲେ ଲୋକେ। ହେଲେ ଅପରେସନ ପରେ ସେମାନେ ସମ୍ପୂର୍ଣ୍ଣ ଦୃଷ୍ଟିଶକ୍ତି ହରାଇ ବସିବେ ଜାଣିନଥିଲେ। ସ୍ୱାସ୍ଥ୍ୟ ବିଭାଗର ଅବହେଳା ହେତୁ କାନପୁରରେ ଏଭଳି ଘଟଣା ଘଟିଥିବା ସାମ୍ନାକୁ ଆସିଛି। କାନପୁରର ଏକ ନର୍ସିଂହୋମର ଚକ୍ଷୁ ଶିବିରରେ, ମୋତିଆବିନ୍ଦୁ ଅସ୍ତ୍ରୋପଚାର କରିଥିବା ୬ଜଣ ରୋଗୀ ଦୃଷ୍ଟି […]
ନୂଆଦିଲ୍ଲୀ: ଦୁର୍ଘଟଣାରେ ସାଙ୍ଘାତିକ ମସ୍ତିଷ୍କ ଆଘାତ ପାଇ ୭ ମାସ ହେବ ‘ଏମ୍ସ୍’ର ‘ଟ୍ରମା ସେଣ୍ଟର୍’ରେ ‘କୋମା’ ଅବସ୍ଥାରେ ଥିବା ଜଣେ ମହିଳା ଗତ ସପ୍ତାହରେ ଗୋଟାଏ ସୁସ୍ଥ ସନ୍ତାନ ଜନ୍ମ କରିଛନ୍ତି। ଗତ ଏପ୍ରିଲ୍ ପହିଲାରେ ଉକ୍ତ ୨୩ ବର୍ଷୀୟ ମହିଳାଙ୍କୁ ‘ଏମ୍ସ୍’କୁ ଅଣାଯାଇଥିଲା। ଦୁର୍ଘଟଣା ସମୟରେ ସଫିନା ନାମ୍ନୀ ଉକ୍ତ ମହିଳା ୪୦ ଦିନର ଅନ୍ତଃସତ୍ତ୍ଵା ଥିଲେ। ବୁଲନ୍ଦସହର୍ରେ ପ୍ରାଥମିକ ଉପଚାର ପରେ ତାଙ୍କୁ ‘ଏମ୍ସ୍ ଟ୍ରମା […]
ଭୁବନେଶ୍ୱର: ଖାଦ୍ୟପେୟରେ ଅନିୟମିତତା, ଅସନ୍ତୁଳିତ ଆହାର, ମୋବାଇଲ୍ ମାୟାରେ ରାତିଅଧ ଯାଏ ଉଜାଗର ରହିବା, ଘଣ୍ଟାଘଣ୍ଟା ଧରି ଅଫିସ୍ରେ ବସି ରହିବା ଆଦି ବହୁ ଦୁରାରୋଗ୍ୟକୁ ଜନ୍ମ ଦେଇଥାଏ। ସ୍ବାସ୍ଥ୍ୟ ପ୍ରତି ଦିନଦିନ ଧରି ଅବହେଳା ମେଦବହୁଳତା, ମଧୁମେହ, ଅର୍ଶ, ମଳକଣ୍ଟକ, ଆଣ୍ଠୁଗଣ୍ଠିଜନିତ ଓ ବିଭିନ୍ନ ପ୍ରକାର ଚର୍ମରୋଗର କାରଣ ହୋଇଥାଏ। ଏଲୋପାଥି ଚିକିତ୍ସା ବିଜ୍ଞାନରେ ଏହି ସବୁ ରୋଗ ମଧ୍ୟରୁ କିଛି ରୋଗର ଅସ୍ତ୍ରୋପଚାର ଆବଶ୍ୟକ ପଡ଼ୁଥିବା ବେଳେ […]
ଭୁବନେଶ୍ୱର : ଆଜି ବମିଖାଲ ସ୍ଥିତ କଳିଙ୍ଗ ଆୟୁର ହେଲଥ କେୟାରରେ ସୁନାମଧନ୍ୟ ଔଷଧ କମ୍ପାନୀ ଡାବର ଓ ରୋଟାରି କ୍ଲବ ଅଫ ସ୍ମାର୍ଟ ସିଟି ଭୁବନେଶ୍ୱରର ମିଳିତ ସହଯୋଗରେ ଏକ ନିଃଶୁଳ୍କ ଶିଶୁ ସ୍ୱାସ୍ଥ୍ୟ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରୋଟାରିଆନ ଡିଜିଏନ ଯଜ୍ଞଶୀଷ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ପିଲାମାନଙ୍କୁ ସ୍ବର୍ଣ୍ଣପ୍ରାଶନ କରାଇଥିଲେ। ସେ କହିଥିଲେ ଯେ […]
ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ଜୀବନରେଖା ‘ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଏବଂ ହସ୍ପିଟାଲ’ରେ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ବ୍ରହ୍ମପୁରସ୍ଥିତ ଏହି ବଡ଼ଡାକ୍ତରଖାନା ବିଭିନ୍ନ ସମସ୍ୟାର କବଳିତ ହୋଇ ସ୍ବାସ୍ଥ୍ୟସେବାରେ ଅବହେଳା କରୁଥିବା ଅଭିଯୋଗ ହୋଇଛି। ଆଜି ଏହି ବୃହତ୍ ଡାକ୍ତରଖାନାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏମକେସିଜିର ଏସ୍ଏନ୍ସିୟୁ ୱାର୍ଡରେ ଗୋଟିଏ ସିଲିଣ୍ଡରରୁ ୩ ଜଣ ଶିଶୁଙ୍କୁ ଅକ୍ସିଜେନ ଦିଆଯାଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ଫଟୋଟି […]
କଟକ: କର୍କଟ ରୋଗ ଚିକିତ୍ସା ସେବାରେ ଯୋଡି ହେଲା ନୂତନ ଅଧ୍ୟାୟ। କଟକ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଚିକିତ୍ସା ପ୍ରତିଷ୍ଠାନରେ ଉଦଘାଟିତ ହେଲା ବହୁ ପ୍ରତୀକ୍ଷିତ ପେଟ୍ ସିଟି ସ୍କାନ ବ୍ୟବସ୍ଥା। ସମ୍ପୂର୍ଣ୍ଣ ମାଗଣାରେ ରୋଗୀ କରି ପାରିବେ ପରୀକ୍ଷା। ପୂର୍ବରୁ ଏଥିପାଇଁ ଘରୋଇ ପରୀକ୍ଷା କେନ୍ଦ୍ରରେ ୨୫ରୁ ୩୦ ହଜାର ଟଙ୍କା ଖର୍ଚ୍ଚ କରୁଥିଲେ ରୋଗୀ। ଏହାଛଡା ଅଧିକ ୨୦ଟି ନୂତନ ଆଇସିୟୁ ଉଦଘାଟନ ହୋଇଛି। […]