ଓଡ଼ିଆ ଝିଅ ସୁନନ୍ଦନା ‘ଲିଟିଲ୍‌ କୁଇନ୍‌ ଅଫ୍‌ ଇଣ୍ଡିଆ’

ଓଡ଼ିଆ ଝିଅ ସୁନନ୍ଦନା ‘ଲିଟିଲ୍‌ କୁଇନ୍‌ ଅଫ୍‌ ଇଣ୍ଡିଆ’

ଭୁବନେଶ୍ବର : ଓଡ଼ିଆ ଝିଅ ସୁନନ୍ଦନା ରାଉତରାୟ ‘ଲିଟିଲ୍‌ କୁଇନ୍‌ ଅଫ୍‌ ଇଣ୍ଡିଆ’ ବିବେଚିତ ହୋଇଛନ୍ତି। ଚଳିତ ବର୍ଷର ‘ଲିଟିଲ୍‌ କିଙ୍ଗ୍‌ ଆଣ୍ଡ୍‌ କୁଇନ୍‌ ଅଫ୍ ଇଣ୍ଡିଆ ବିୟୁଟି ପାଜେଣ୍ଟ’ରେ ଭାଗ ନେଇ ସେ ଏହି ମୁକୁଟ ଜିତିଛନ୍ତି। ଡି. ଫୋକସ୍‌ ଏଣ୍ଟରଟେନ୍‌ମେଣ୍ଟ୍‌ ଇଣ୍ଡିଆ ଅହମ୍ମଦାବାଦରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ଦେଶର ସମସ୍ତ ରାଜ୍ୟରୁ ଅନେକ କୁନି ମଡେଲ ଅଂଶଗ୍ରହଣ କରିଥିଲେ। ସୁନନ୍ଦନା ଏହି ପ୍ରତିଯୋଗିତା ଜିତିଥିବା ବେଳେ ଚଳିତ ବର୍ଷ ଇଣ୍ଟରନ୍ୟାସ୍‌ନାଲ୍‌ ପାଜେଣ୍ଟ୍‌ରେ ଭାରତର ପ୍ରତିନିଧିତ୍ବ କରିବେ। ୮ ବର୍ଷୀୟା ସୁନନ୍ଦନା ଏବେ ଭୁବନେଶ୍ବରସ୍ଥିତ ସାଇ ଇଣ୍ଟରନ୍ୟାସ୍‌ନାଲ୍‌ ସ୍କୁଲରେ ଅଧ୍ୟୟନ କରୁଛନ୍ତି। ସେ ଆଇନଜୀବୀ ସୁମନ ରାଉତରାୟ ଓ ଶ୍ରୀୟାସ୍ମିତା ରାଉତରାୟଙ୍କ ଏକମାତ୍ର କନ୍ୟା।

Share Now:

Kalinga News Beuro

Next Post

ବାଲି ମାଫିଆଙ୍କ ଭୂସ୍ବର୍ଗ ପାଲଟିଛି କୁଆଖାଇ, କୁଶଭଦ୍ରା ଓ ଭାର୍ଗବୀ

Sat Feb 6 , 2021
ଭ୍ୟାକ୍ୟୁମ୍ ମେସିନ୍ ପାଇଁ ଲୋପ ପାଉଛନ୍ତି ମାଛ, କଙ୍କଡ଼ା ବାଲିଅନ୍ତା : ରାଜଧାନୀ ଉପକଣ୍ଠରେ ପ୍ରବାହିତ କୁଆଖାଇ, ଭାର୍ଗବୀ ଓ କୁଶଭଦ୍ରା ନଦୀ ଏବେ ବାଲିମାଫିଆଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି। ପ୍ରତିଦିନ ଏହି ସବୁ ନଦୀରୁ ହଜାର ହଜାର ଟ୍ରିପ୍‌ ବାଲି ଚାଲାଣ ହେଉଛି। ନଦୀଶଯ୍ୟାକୁ ୩ ମିଟର ଗଭୀରତା ପର୍ଯ୍ୟନ୍ତ ଖୋଳିବା ନିୟମ ଥିଲେ ହେଁ ବାଲିମାଫିଆମାନେ ଏହି ଗାଇଡ୍‌ଲାଇନକୁ ମାନୁ ନାହାନ୍ତି। ନଦୀଶଯ୍ୟା ପ୍ରାୟ ୩୦ଫୁଟ୍‌ ଗଭୀର […]
କୁଆଖାଇ, କୁଶଭଦ୍ରା ଓ ଭାର୍ଗବୀ ବାଲି ମାଫିଆଙ୍କ ଭୂସ୍ବର୍ଗ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial