ଆସନ୍ତା ୨୩ରେ ବଙ୍ଗୋପସାଗରରେ ଲଘୁଚାପ

୨୩ରେ ବଙ୍ଗୋପସାଗରରେ ଲଘୁଚାପ

ଭୁବନେଶ୍ବର : ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆସନ୍ତା ୨୩ ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କହିଛି। ଦୁଇଦିନ ପୂର୍ବରୁ ବିଭାଗ ପକ୍ଷରୁ କୁହାଯାଇଥିଲା ଯେ, ୨୧ ତାରିଖରେ ଏହି ଲଘୁଚାପ ସୃଷ୍ଟି ହେବ। କିନ୍ତୁ ଆଜି ପ୍ରକାଶିତ ନୂଆ ପାଣିପାଗ ବୁଲେଟିନ ଅନୁସାରେ ଏହି ଲଘୁଚାପ ୨୩ ତାରିଖରେ ସୃଷ୍ଟି ହେବ। କିନ୍ତୁ ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ କହିଛି ଯେ ଏହି ଲଘୁଚାପ ଆସନ୍ତା ୨୨ ତାରିଖ ସୁଦ୍ଧା ସୃଷ୍ଟି ହୋଇଯିବ। କାରଣ ଆଜି ଅର୍ଥାତ ମଙ୍ଗଳବାରଦିନ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଏକ ସାଇକ୍ଲୋନିକ ସର୍କୁଲେସନ ସୃଷ୍ଟି ହୋଇଛି। ଏହା ଘନୀଭୂତ ହୋଇ ୨୨ରେ ଲଘୁଚାପରେ ପରିଣତ ହେବ। ଏହାର ପ୍ରଭାବରେ ପଶ୍ଚିମବଙ୍ଗ, ଓଡ଼ିଶା ଓ ଝାଡଖଣ୍ଡରେ ଜୁଲାଇ ୨୨ରୁ ୨୭ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ। ପରବର୍ତ୍ତୀ ଦୁଇଦିନରେ ଏହା ପଶ୍ଚିମ ଦିଗରେ ଗତି କରି ଛତିଶଗଡ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରେ ପ୍ରବଳ ବର୍ଷା କରାଇବ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ଲଘୁଚାପ ସୃଷ୍ଟି ହେବା ପରେ ଦେଶରେ ଦୁର୍ବଳ ହୋଇଯାଇଥିବା ମୌସୁମୀ ପୁଣି ସକ୍ରିୟ ହୋଇଯିବ। ଏହାର ପ୍ରଭାବରେ ଦିଲ୍ଲୀ, ଉତ୍ତରପ୍ରଦେଶ, ହରିୟାଣା ଆଦି ରାଜ୍ୟରେ ବର୍ଷା ହେବ ବୋଲି ସ୍କାଏମେଟ୍ କହିଛି।

Share Now:

Kalinga News Beuro

Next Post

ଫେରିଲେ ପ୍ରଭୁ : ସିଂହଦ୍ୱାର ସମୁଖରେ ତିନିରଥ

Tue Jul 20 , 2021
ପୁରୀ: ଆଜି ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡୁଛନ୍ତି ମହାବାହୁ। ନଅ ଦିବସୀୟ ଯାତ୍ରା ଶେଷ କରି ଶ୍ରୀଜିଉମାନେ ଫେରିଛନ୍ତି। ବାହୁଡା ଯାତ୍ରା ସମୟରେ ପୁରୀରେ ବର୍ଷା ହୋଇଛି। ତିନି ରଥଙ୍କୁ ଆନନ୍ଦରେ ଟାଣି ନେଇଛନ୍ତି ସେବାୟତମାନେ। ଏହି ସମୟରେ ବଡଦାଣ୍ଡରେ କୋଭିଡ କଟକଣା ଜାରି ରହିଛି। ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ଯଥାକ୍ରମେ ସିଂହଦ୍ୱାର ସମୁଖରେ ପହଞ୍ଚିଛି। ପ୍ରଥମେ ବଳଭଦ୍ର ତାଳଧ୍ୱଜରେ ସିଂହଦ୍ୱାର ସମୁଖରେ ପହଞ୍ଚିଥିଲେ। […]
ଫେରିଲେ ପ୍ରଭୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial