ମୋଦୀଙ୍କ ସୁରକ୍ଷା ବିଭ୍ରାଟ : ଭଟିଣ୍ଡା ଏସଏସପିଙ୍କୁ କାରଣ ଦର୍ଶାଅ ନୋଟିସ୍

ମୋଦୀଙ୍କ ସୁରକ୍ଷା ବିଭ୍ରାଟ

ନୂଆଦିଲ୍ଲୀ : ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ବିଭ୍ରାଟର ଦୁଇଦିନ ପରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଭଟିଣ୍ଡାର ଏସଏସପି (ସିନିୟର ସୁପରିଟେଣ୍ଡେଣ୍ଟ ଅଫ ପୁଲିସ୍)ଙ୍କୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଆସନ୍ତା କାଲି ଅର୍ଥାତ ଶନିବାର ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛି। ଗୃହ ମନ୍ତ୍ରାଳୟର ଉପସଚିବ ଅର୍ଚ୍ଚନା ବର୍ମା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ତାଙ୍କ ସୁରକ୍ଷାରେ ବିଭ୍ରାଟ ଦେଖାଦେଇଥିବାରୁ ଭଟିଣ୍ଡା ଏସଏସପିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ସର୍ବ ଭାରତୀୟ ସେବା (ଶୃଙ୍ଖଳା ଓ ଆବେଦନ) ଆଇନ ୧୯୬୯ ଅନୁସାରେ ତାଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆନଯିବ ସେ ସମ୍ପର୍କରେ ଆସନ୍ତା କାଲି (ଶନିବାର) ସୁଦ୍ଧା ଲିଖିତ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବୁଧବାର ପଞ୍ଜାବ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥାରେ ଏକ ବଡ଼ ଧରଣର ବିଭ୍ରାଟ ଦେଖାଦେଇଥିଲା। ପାଗ ଖରାପ ହେବାରୁ ସଡ଼କପଥରେ ଫିରୋଜପୁର ଯାଉଥିବା ମୋଦୀଙ୍କ କ୍ୟାରିକେଡକୁ ଏକ ଫ୍ଲାଏଓଭର ଉପରେ ବିକ୍ଷୋଭକାରୀମାନେ ଅଟକାଇ ଦେଇଥିଲେ। ଏହା ଫଳରେ ମୋଦୀଙ୍କ ଗାଡ଼ି ପ୍ରାୟ ୧୫ ମିନିଟ ଅଟକି ରହିଥିଲା। ଏହା ପରେ ପ୍ରଧାନମନ୍ତ୍ରୀଙ୍କ ଫିରୋଜପୁର ଗସ୍ତ ରଦ୍ଦ କରାଯାଇ ତାଙ୍କୁ ଭଟିଣ୍ଡା ଏୟାରପୋର୍ଟ ଫେରାଇ ଅଣାଯାଇଥିଲା।

Share Now:

Kalinga News Beuro

Next Post

ବିଏସ୍‌ଏଫ୍‌ ଯବାନଙ୍କ ଦ୍ୱାରା ମାଟି ତଳୁ ୫ଟି ଲ୍ୟାଣ୍ଡମାଇନ୍‌ ଉଦ୍ଧାର

Fri Jan 7 , 2022
ମାଲକାନଗିରି: ସ୍ୱାଭିମାନ ଅଞ୍ଚଳରେ ନୂତନ ଭାବେ ଘନବେଡା ଠାରେ ଅବସ୍ଥାପିତ ହୋଇଥିବା ୯ ବିଏସଏଫ ବାଟାଲିୟନକୁ ମିଳିଛି ଏକ ବଡ ସଫଳତା। ବିଏସ୍ଏ‌ଫ ଯବାନ କମ୍ବିଂ ଅପରେସନରେ ବାହାରିଥିବା ବେଳେ ମାଓବାଦୀ ଲୁଚାଇ ରଖିଥିବା ଲ୍ୟାଣ୍ଡମାଇନକୁ ଉଦ୍ଧାର କରିଛି। ଆନ୍ଧ୍ରପ୍ରଦେଶ ସୀମାକୁ ଲାଗି ରହିଥିବା ଖୋରିଗନ୍ଦୀ ଗ୍ରାମ ନିକଟସ୍ଥ ଜଙ୍ଗଲରେ ନକ୍ସଲ ଏକ ବିରାଟ ଗାତ ଖୋଳି ବିପୁଳ ପରିମାଣର ବିସ୍ଫାରକ ସହ ମାଓ ସାମଗ୍ରୀ ଲୁଚାଇ ରଖିଥିଲେ।ବିଶେଷ ସୂତ୍ରରୁ […]
ମାଟି ତଳୁ ଉଦ୍ଧାର କଲେ ଲ୍ୟାଣ୍ଡମାଇନ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial