ମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଚାଲିଗଲା ନବଜାତର ଜୀବନ

ମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଚାଲିଗଲା ନବଜାତର ଜୀବନ

ଅମରାବତୀ: ମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଚାଲିଗଲା ନବଜାତର ଜୀବନ। ଆନ୍ଧ୍ରପ୍ରଦେଶର ଅନନ୍ତପୁରରେ ଏଭଳି ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ନବଜାତ ଶିଶୁର ଚିକିତ୍ସାରେ ବିଳମ୍ବ ହେବାରୁ ମୃତ୍ୟୁ ହୋଇଯାଇଥିବାର ଜଣାପଡିଛି। ଆଉ ଏହି ଘଟଣା ପାଇଁ ନବଜାତର ପିତାମାତା ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀଙ୍କୁ ଦାୟୀ କରିଛନ୍ତି। ମିଳିଥିବା ସୂଚନା ମୁତାବକ ଆନ୍ଧ୍ରପ୍ରଦେଶର ନବନିଯୁକ୍ତ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଉଷା ଶ୍ରୀଧରନ କଲ୍ୟାଣଦୁର୍ଗରୁ ଚେଲାପଲ୍ଲୀକୁ ଯାଉଥିବାବେଳେ ତାଙ୍କ ସୁରକ୍ଷାକୁ ନଜରରେ ରଖି ପୁଲିସ ରାସ୍ତାରେ ଯାଉଥିବା ଅନ୍ୟ ଗାଡ଼ିଗୁଡ଼ିକୁ ଅଟକାଇଦେଇଥିଲା। ପୁଲିସ ରାସ୍ତାରେ ବ୍ୟାରିକେଡ଼ କରି ମନ୍ତ୍ରୀଙ୍କ ଗାଡି ଯିବା ପାଇଁ ରାସ୍ତା ଖାଲି କରିଦେଇଥିଲା। ତେବେ ନବଜାତର ପିତାମାତାଙ୍କ ଅଭିଯୋଗ ଅନୁସାରେ ତାଙ୍କ ଶିଶୁର ଦେହ ଅସୁସ୍ଥ ଥିବାରୁ ସେମାନେ ଏକ ଅଟୋ ମାଧ୍ୟମରେ ଶିଶୁକୁ ନେଇ ଯାଉଥିଲେ। ମନ୍ତ୍ରୀ ଆସୁଥିବା କହି ପୁଲିସ ତାଙ୍କ ଗାଡିକୁ ଅଟକାଇଦେଇଥିଲା। ସେମାନେ ଯେତେ ନେହୁରା ହୋଇଥିଲେ ବି ପୁଲିସ ତାଙ୍କ କଥା ଶୁଣିନଥିଲା। ଆଉ ଅଟୋ ଭିତରେ ହିଁ ତାଙ୍କ ଶିଶୁର ପ୍ରାଣବାୟୁ ଉଡିଯାଇଥିଲା।
ସୂଚନା ଅନୁଯାୟୀ, ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଉଷାଙ୍କ ଗାଡି ଯିବା ପାଇଁ ପୁଲିସ ପକ୍ଷରୁ ବ୍ୟାରିକେଡିଂ କରାଯାଇଥିଲା। ଶୁକ୍ରବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଏହି ଘଟଣାରେ ଆନ୍ଧ୍ରପ୍ରଦେଶର ମୁଖ୍ୟ ବିରୋଧୀ ଦଳ ତେଲୁଗୁ ଦେଶମ ପାର୍ଟିର ନେତା କାଲାଭା ଶ୍ରୀନିବାସୁଲୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହାକୁ ଏକ ଅମାନବୀୟ ଘଟଣା ବୋଲି କହି ସେ ଏହାର ତଦନ୍ତ ଦାବି କରିଛନ୍ତି।

Share Now:

Kalinga News Beuro

Next Post

ଓୟୁଟିଆର୍‌ ବୁଲି ଦେଖିବା ସହ ବିକାଶମୂଳକ କାମର ତଦାରଖ କଲେ ୫ଟି ସଚିବ

Sat Apr 16 , 2022
ଭୁବନେଶ୍ବର: ଶନିବାର ୫ଟି ସଚିବ ଭି କେ ପାଣ୍ଡିଆନ ଓଡ଼ିଶା ୟୁନିଭରସିଟି ଅଫ ଟେକ୍ନୋଲୋଜି ଆଣ୍ଡ ରିସର୍ଚ କ୍ୟାମ୍ପସ ବୁଲି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବା ସହ ସମୀକ୍ଷା ବୈଠକ କରିଛନ୍ତି। ଏଠାରେ ୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ୨୬ ଟି ପିଜି ଓ ୧୧ଟି ବିଟେକ ବିଭାଗ ରହିଛି। ୩ରୁ ୫ ବର୍ଷ ମଧ୍ୟରେ ଏହାର ନିର୍ମାଣ କାମ ଶେଷ କରାଯିବାର ଯୋଜନା ରହିଛି। ଏଥିପାଇଁ […]
୫ଟି ସଚିବ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial