ଜାପାନ ସହିତ ମିଶି ଚନ୍ଦ୍ରର ଅପର ପାର୍ଶ୍ଵ ସର୍ଭେ କରିବାକୁ ଯୋଜନା କରୁଛି ‘ଇସ୍ରୋ’

ଚନ୍ଦ୍ରର ଅପର ପାର୍ଶ୍ବ ସର୍ଭେ କରିବ ‘ଇସ୍ରୋ’

ନୂଆଦିଲ୍ଲୀ: ଜାପାନର ମହାକାଶ ଏଜେନ୍‌ସି ‘ଜାକ୍ସା’ ସହିତ ମିଶି ‘ଲ୍ୟାଣ୍ଡର୍‌ ଓ ରୋଭର୍‌ କମ୍ବିନେସନ୍‌’ ପଠାଇ ଚନ୍ଦ୍ରର ଅପର ବା ଅନ୍ଧକାର ପାର୍ଶ୍ବ ସର୍ବେକ୍ଷଣ କରିବା ପାଇଁ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଯୋଜନା କରୁଛି। ଏଥିପାଇଁ ‘ଇସ୍ରୋ’ ‘ଜାକ୍ସା’ ସହିତ ଆଲୋଚନା ଚଳାଇଛି ବୋଲି ଡେରାଡୁନ୍‌ରେ ଅନୁଷ୍ଠିତ ‘ଆକାଶ ତତ୍ତ୍ଵ’ ସମ୍ମିଳନୀରେ ଅହମଦାବାଦର ‘ଫିଜିକାଲ୍‌ ରିସର୍ଚ ଲାବ୍ରଟରି’ର ନିର୍ଦ୍ଦେଶକ ଅନୀଲ ଭରଦ୍ଵାଜ କହିଛନ୍ତି।
ଚନ୍ଦ୍ରାଭିଯାନ ଆରମ୍ଭ କରିବା ପାଇଁ ‘ଇସ୍ରୋ’ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି। ‘ଦ୍ଵିତୀୟ ଚନ୍ଦ୍ରଯାନ’ ଉତ୍‌କ୍ଷେପଣ ଅନୁସାରେ ‘ତୃତୀୟ ଚନ୍ଦ୍ରଯାନ’ ଉତ୍‌କ୍ଷେପଣ କରାଯିବ ଏବଂ ତାହା ୨୦୨୩ରେ କରାଯିବ। ଏଥିରେ ‘ଇସ୍ରୋ’ ଚନ୍ଦ୍ର ପୃଷ୍ଠର ‘ପର୍‌ମାନେଣ୍ଟଲି ସ୍ୟାଡୋ ରିଜନ୍ସ୍‌’ (ସ୍ଥାୟୀ ଅନ୍ଧକାର ପାର୍ଶ୍ଵ) ଉପରେ ସର୍ଭେ କରିବାକୁ ଆଗ୍ରହୀ। ବିଶେଷଜ୍ଞମାନଙ୍କର ମନେହୁଏ ତାହା ହେଉଛି ଅସୁମାରି ଗୁପ୍ତ କଥା ଥିବା ‘ଟାଇମ୍‌ କ୍ୟାପ୍‌ସୁଲ୍‌’। ଭରଦ୍ଵାଜ କହିଛନ୍ତି, ପ୍ରାରମ୍ଭିକ ଯୋଜନା ଅନୁସାରେ ‘ଚନ୍ଦ୍ର ପୃଷ୍ଠର ‘ପର୍‌ମାନେଣ୍ଟଲି ସ୍ୟାଡୋ ରିଜନ୍ସ୍‌’କୁ ‘ଲୁନାର୍‌ ରୋଭର୍‌’ ପ୍ରେରଣ ନିମନ୍ତେ ‘ଇସ୍ରୋ’ ‘ଜାପାନିଜ୍‌ ଏରୋସ୍ପେସ୍‌ ଏକ୍ସପ୍ଲୋରେସନ୍‌ ଏଜେନ୍‌ସି’ (ଜାକ୍ସା) ସହିତ କଥାବାର୍ତ୍ତା ଚଳାଇଛି। କିନ୍ତୁ, ଏହି ଲୁନାର୍‌ ରୋଭର୍‌ ଓ ଲ୍ୟାଣ୍ଡର୍‌ ‘ଇସ୍ରୋ’ ନିର୍ମାଣ କରିବ। ଯୋଜନାମତେ, ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରାଇବା ନିମନ୍ତେ ସେଗୁଡ଼ିକୁ ଜାପାନୀ ରକେଟ୍‌ ମାଧ୍ୟମରେ କକ୍ଷପଥରେ ସ୍ଥାପନ କରାଯିବ। ଉଲ୍ଲେଖଯୋଗ୍ୟ, ମଙ୍ଗଳଯାନ ମିସନ୍‌ ଏବେ ଶେଷ ହୋଇ ନ ଥିଲେ ବି ‘ଇସ୍ରୋ’ ପୁଣି ଗୋଟାଏ ମଙ୍ଗଳ ଅଭିଯାନ ଆରମ୍ଭ କରିବ। କିନ୍ତୁ, ଏବେ ଶୁକ୍ର ଗ୍ରହ ଉପରେ ଅଧିକ ଧ୍ୟାନ ଦେବ। ଗ୍ରହ ମଣ୍ଡଳକୁ ଜଳବାୟୁ ପରିବର୍ତ୍ତନ କିଭଳି ପ୍ରଭାବିତ କରୁଛି ଶୁକ୍ର ଗ୍ରହ ଅଧ୍ୟୟନରୁ ଜଣାପଡ଼ିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି।

Share Now:

Kalinga News Beuro

Next Post

ପ୍ରଦୂଷଣ କମିବା ପ‌ରେ ଦିଲ୍ଲୀରେ ବୁଧବାରଠାରୁ ଖୋଲିବ ସ୍କୁଲ

Mon Nov 7 , 2022
ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ଟିକିଏ କମ ହେବା ପରେ ସ୍କୁଲ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର। ପରିବେଶ ମନ୍ତ୍ରୀ ଗୋପାଳ ରାୟ ଆଜି ଘୋଷଣା କରିଛନ୍ତି ଯେ, ବୁଧବାରଠାରୁ ଦିଲ୍ଲୀରେ ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ପୁଣି ଥରେ ଖୋଲାଯିବ। ଏହା ସହ ପ୍ରଦୂଷଣକୁ ଆଖି ଆଗରେ ରଖି ୫୦% ସରକାରୀ କର୍ମଚାରୀ ଘରୁ କାମ କରିବାର ନିୟମ ମଧ୍ୟ ହଟାଇ ଦିଆଯାଇଛି। ଆଜିଠାରୁ ସମସ୍ତ ସରକାରୀ କର୍ମଚାରୀ କାର୍ଯ୍ୟାଳୟକୁ […]
ଦିଲ୍ଲୀରେ ବୁଧବାରଠାରୁ ଖୋଲିବ ସ୍କୁଲ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial