୧୦ କ୍ୱିଂଟାଲ୍ ଗୋମାଂସ ଜବତ : ୩ ଅଟକ

୧୦ କ୍ୱିଂଟାଲ୍ ଗୋମାଂସ ଜବତ

ଖୋର୍ଦ୍ଧା: ସୋମବାର ରାତି ପ୍ରାୟ ୧୦ଟା ବେଳେ ଖୋର୍ଦ୍ଧା ବାଟମଙ୍ଗଳା ଛକଠାରେ ଗୋସୁରକ୍ଷା କମିଟି, ବଜରଙ୍ଗଦଳର କର୍ମୀମାନେ ଖୋର୍ଦ୍ଧାରୁ ଉତ୍ତର ପ୍ରଦେଶ ପ୍ରାୟ ୧୦ କ୍ୱିଂଟାଲ୍ ଗୋମାଂସ ନେଇ ଯାଉଥିବା ଏକ ଟ୍ରକକୁ ଧରି ପୁଲିସକୁ ହସ୍ତାନ୍ତର କରିଛନ୍ତି। ଏହି ମାମଲାରେ ପୁଲିସ ଟ୍ରକ ଚାଳକ ସହ ୩ଜଣଙ୍କୁ ଅଟକ ରଖି ପଚାରାଉଚୁରା ଚଳାଇଛି।
ସୂଚନାନୁସାରେ, ଆଜି ଜଟଣୀ ବେଣାପଂଜରୀ ଓ ଖୋର୍ଦ୍ଧା ଉପକଣ୍ଠରୁ ଗୋମାଂସ ଧରି ଏକ ଟ୍ରକ (ୟୁପି ୨୧ଡିଟି ୨୪୮୫) ୧୬ ନମ୍ବର ଜାତୀୟ ରାଜପଥର ବାଟମଙ୍ଗଳା ବାଇପାସ୍ ଦେଇ ଯାଉଥଲା। ଏନେଇ ସୂଚନା ପାଇ ବଜରଙ୍ଗଦଳ, ଗୋସୁରକ୍ଷା କମିଟି, ହିନ୍ଦୁ ସୁରକ୍ଷା ବାହିନୀର ସଦସ୍ୟମାନେ ଟ୍ରକ ଟିକୁ ଅଟକାଇବାକୁ ଚେଷ୍ଟା କରିଥିଲେ। ତେବେ ଗାଡ଼ିଚାଳକ ଯୁବକମାନଙ୍କୁ ଉପରେ ଚଢ଼ାଇଦେବାକୁ ଉଦ୍ୟମ କରିଥିବା ବେଳେ ଦୈବାତ୍ ନିର୍ମାଣାଧୀନ ରାସ୍ତାତଳକୁ ଖସିଯାଇଥିଲା। ଯୁବକମାନେ ଟ୍ରକ ଚାଳକ ସହ ଦୁଇଜଣ ସହଯୋଗୀଙ୍କୁ ଧରି ଖୋର୍ଦ୍ଧା ଟାଉନ ଥାନା ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଟ୍ରକ୍ ସହ ତିନିଜଣକୁ ଥାନାକୁ ଆଣି ଅଟକ ରଖିଛି। ଟ୍ରକ୍ରେ ପ୍ରାୟ ୧୦ କ୍ୱିଂଟାଲ୍ ଗୋ ମାଂସ ରହିଛି। ଖବର ଲେଖିବା ବେଳକୁ ଏନେଇ ଥାନାରେ କୌଣସି ଲିଖିତ ଅଭିଯୋଗ ଦାଖଲ ହୋଇନଥିବା ବେଳେ ଜବତ ମାଂସର ପରୀକ୍ଷଣ ଓ କାଗଜପତ୍ର ଯାଞ୍ଚପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଥାନା ପକ୍ଷରୁ ସୂଚନା ଦିଆଯାଇଛି।

Share Now:

Kalinga News Beuro

Next Post

ଚିତ୍ରକୋଣ୍ଡାରେ ଜବତ ହେଲା ଅଢ଼େଇ କୋଟିର ଗଞ୍ଜେଇ

Tue Apr 11 , 2023
ଚିତ୍ରକୋଣ୍ଡା: ଚିତ୍ରକୋଣ୍ଡାରେ ଅଢ଼େଇ କୋଟି ଟଙ୍କାର ଗଞ୍ଜେଇ ଜବତ କରାଯାଇଛି। ଚୋରା ଚାଲାଣ ନିମନ୍ତେ ରଖାଯାଇଥିବା ଗଞ୍ଜେଇକୁ ଗତକାଲି ରାତ୍ରିରେ ଜବତ କରିଛି ଚିତ୍ରକୋଣ୍ଡା ପୁଲିସ। ସୂଚନା ଅନୁଯାୟୀ କୌଣସି ବିଶ୍ବସ୍ତ ସୂଚନା ଆଧାରରେ ଚିତ୍ରକୋଣ୍ଡା ପୁଲିସ ଚିତ୍ରକୋଣ୍ଡା ବ୍ଲକ କପାତୁଟି ଅଞ୍ଚଳରୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ଖବର ମିଳିଥିଲା। ତୁରନ୍ତ ଚିତ୍ରକୋଣ୍ଡା ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍ କପାତୁଟି ପଞ୍ଚାୟତର ଭାଲୁଗୁଡ଼ା ଜଙ୍ଗଲରେ […]
ଅଢ଼େଇ କୋଟି ଟଙ୍କାର ଗଞ୍ଜେଇ ଜବତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial