ଓଡ଼ିଶାରୁ କୋଲକାତାକୁ ମାଗଣାରେ ବସ୍‌ ସେବା : ଯାତ୍ରୀଙ୍କୁ ଦେବାକୁ ପଡ଼ିବନି ଭଡ଼ା

ମାଗଣାରେ ବସ୍‌ ସେବା

ଭୁବନେଶ୍ୱର: ଓଡ଼ିଶାରୁ ପଶ୍ଚିମବଙ୍ଗକୁ ମାଗଣାରେ ବସ୍‌ ସେବା ଆରମ୍ଭ ହୋଇଛି। ଏହି ମାଗଣା ବସ୍‌ ସେବା ପୁରୀ, ଭୁବନେଶ୍ୱର ଓ କଟକରୁ କୋଲକାତା ପର୍ଯ୍ୟନ୍ତ ଉପଲବ୍ଧ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଏହି ଘୋଷଣା କରିଛନ୍ତି। ବାଲେଶ୍ୱର ଜିଲ୍ଲା ବାହାନଗା ରେଳ‌ଷ୍ଟେସନ ନିକଟରେ ଗତ ୨ ତାରିଖ ସନ୍ଧ୍ୟା ସମୟରେ ଶାଲିମାର-ଚେନ୍ନାଇ ଏକ୍ସପ୍ରେସ୍‌, ବେଙ୍ଗାଲୁରୁ-ହାୱଡ଼ା ଏକ୍ସପ୍ରେସ୍‌ ଏବଂ ଏକ ମାଲଗାଡ଼ି ଦୁର୍ଘଟଣା ଯୋଗୁଁ ଦେଖାଯାଇଥିବା ଅଭାବନୀୟ ପରିସ୍ଥିତି ଯୋଗୁଁ ରାଜ୍ୟ ସରକାର ୪୮ ଘଣ୍ଟା ପାଇଁ ମାଗଣା ବସ୍‌ ସେବା ଆରମ୍ଭ କରିଛନ୍ତି। ଏହି ଯାତାୟତରେ ଯେଉଁ ଖର୍ଚ୍ଚ ହେବ, ଏହା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦିଆଯିବ। ବାଲେଶ୍ୱର ଲାଇନ୍‌ରେ ଟ୍ରେନ୍‌ ସେବା ସ୍ୱାଭାବିକ ହେବା ପର୍ଯ୍ୟନ୍ତ ଏହି ସେବା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି।
ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଦ୍ୱାରା ପୁରୀ, ଭୁବନେଶ୍ୱର ଓ କଟକରୁ କୋଲକାତାକୁ ମାଗଣାରେ ବସ୍‌ ଚଳାଚଳ କରିବା ପାଇଁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆରଟିସି)କୁ ଅନୁମତି ଦିଆଯାଇଛି। ଯାତ୍ରୀମାନେ ଏହି ବସ୍‌ ମାଧ୍ୟମରେ କୋଲକାତାକୁ ମାଗଣାରେ ବସ୍‌ରେ ଯାତ୍ରା କରିପାରିବେ। ଯେଉଁ ଯାତ୍ରୀମାନେ କୋଲକାତା ଯିବା ପାଇଁ ପୂର୍ବରୁ ଟିକେଟ୍‌ କିଣି ସାରିଛନ୍ତି, ସେମାନେ ଏହାକୁ ବସ୍‌ଷ୍ଟାଣ୍ଡରେ ସେମାନଙ୍କର ଯାତ୍ରା ପୂର୍ବରୁ ଫେରାଇ ଦେଇ ପାରିବେ। ଯାତ୍ରୀମାନେ ହେଲ୍‌ପଲାଇନ୍‌ ଜରିଆରେ ବସ୍‌ ଯାତ୍ରା ସଂପର୍କିତ ତଥ୍ୟ ହାସଲ କରିପାରିବେ। ହେଲ୍‌ପଲାଇନ୍‌ ନମ୍ବରଗୁଡ଼ିକ ହେଲା ୮୮୯୫୭୫୪୨୬୨ (ଭୁବନେଶ୍ୱର ବସ୍‌ ସଂଘ), ୯୮୬୧୦୯୫୭୬୨ (ପୁରୀ ବସ୍‌ ସଂଘ), ୯୪୩୯୨୨୨୪୪୪ (ରାଜଧାନୀ ବସ୍‌ ମାଲିକ ସଂଘ) ଓ ୭୦୦୮୩୨୧୩୯୯ ଏବଂ ୯୪୩୭୦୦୦୭୪୯ (କଟକ ବସ୍‌ ସଂଘ) ଏତଦ୍‌ ବ୍ୟତୀତ ଯାତ୍ରୀମାନେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସହ ୯୪୩୭୯୪୦୩୯୯ (କଟକ), ୯୯୩୭୫୨୩୦୩୪ (ପୁରୀ), ୯୪୩୮୧୫୫୯୯୯ (ଭୁବନେଶ୍ୱର-୧) ଓ ୯୪୩୮୫୩୩୦୦୦ (ଭୁବନେଶ୍ୱର-୨) ସହିତ ଯୋଗାଯୋଗ କରିପାରିବେ।

Share Now:

Kalinga News Beuro

Next Post

ବାହାନଗା ରେଳ ଦୁର୍ଘଟଣା : କଟକ ବଡ଼ମେଡିକାଲରେ ଆହତମାନଙ୍କୁ ଭେଟିଲେ ୩ କେନ୍ଦ୍ରମନ୍ତ୍ରୀ

Sun Jun 4 , 2023
ରାଜ୍ୟ –କେନ୍ଦ୍ର ସରକାରଙ୍କ ସମନ୍ୱୟ ଯୋଗୁଁ ଲୋକଙ୍କ ଜୀବନ ବଞ୍ଚାଯାଇ ପାରିଛି: ମନସୁଖ ମାଣ୍ଡଭିୟ କଟକ : ବାଲେଶ୍ୱର ଜିଲ୍ଲା ବାହାନଗା ନିକଟରେ ଗତ ୨ ତାରିଖ ସନ୍ଧ୍ୟା ସମୟରେ ଟ୍ରେନ ଦୁର୍ଘଟଣାରେ ଆହତମାନଙ୍କୁ ଆଜି ଅପରାହ୍ନରେ ତିନି କେନ୍ଦ୍ରମନ୍ତ୍ରୀ ଭେଟିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ, ଶିକ୍ଷା, ଦକ୍ଷତା, ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳ ମନ୍ତ୍ରୀ ଅଶ୍ୱିନ ବୈଷ୍ଣବ କଟକ ବଡ଼ମେଡିକାଲରେ ଆହତମାନଙ୍କୁ ଭେଟି ସେମାନଙ୍କ […]
କେନ୍ଦ୍ର-ରାଜ୍ୟ ସରକାରଙ୍କ ସମନ୍ବୟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial