ଜି-୨୦ ସମ୍ମିଳନୀ ପାଇଁ ଭାରତ ଆସିବେ ନାହିଁ ରୁଷ ରାଷ୍ଟ୍ରପତି ପୁଟିନ୍

ରୁଷ ରାଷ୍ଟ୍ରପତି ପୁଟିନ୍

ନୂଆଦିଲ୍ଲୀ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ସୋମବାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇଛନ୍ତି। ନିକଟରେ ବ୍ରିକ୍ସର ସମ୍ପ୍ରସାରଣ ସମେତ ଦକ୍ଷିଣ ଆଫ୍ରିକାରେ ବ୍ରିକ୍ସ ଶିଖର ସମ୍ମିଳନୀରେ ହୋଇଥିବା ବୁଝାମଣାର ଗୁରୁତ୍ୱ ଉପରେ ମଧ୍ୟ ଦୁଇ ନେତା ଆଲୋଚନା କରିଥିଲେ। ଏହି ଆଲୋଚନା ସମୟରେ ଭାରତରେ ହେବାକୁ ଥିବା ଜି-୨୦ ବୈଠକରେ ଯୋଗ ଦେବାକୁ ନିଜର ଅକ୍ଷମତା ପ୍ରକାଶ କରିଥିଲେ ପୁଟିନ। ତାଙ୍କ ବଦଳରେ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ରୁଷର ପ୍ରତିନିଧିତ୍ଵ କରିବେ ବୋଲି ପୁଟିନ ଜଣାଇଛନ୍ତି। ଭାରତର ଜି-୨୦ ସଭାପତିତ୍ୱ ସମୟରେ ନିଆଯାଉଥିବା ସବୁପ୍ରକାରର ପଦକ୍ଷେପକୁ ରୁଷ ସମର୍ଥନ କରୁଥିବାରୁ ମୋଦୀ ସେଥିପାଇଁ ପୁଟିନଙ୍କୁ ଧନ୍ୟବାଦ ଦେଇଛନ୍ତି।
କିଛିଦିନ ପୂର୍ବେ ରୁଷରାଷ୍ଟ୍ରପତିଙ୍କ ମୁଖପାତ୍ର ଦିମିତ୍ରୀ ପେସ୍କୋଭ କହିଥିଲେ ଯେ ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ପୁଟିନ୍ ବ୍ୟକ୍ତିଗତ ଭାବେ ନୂଆଦିଲ୍ଲୀ ଯିବେ ନାହିଁ। ୟୁକ୍ରେନରେ ଚାଲିଥିବା ସ୍ୱତନ୍ତ୍ର ସାମରିକ ଅପରେସନ ଉପରେ ନଜର ରଖିବାକୁ ସେ ଭାରତ ଆସିବେ ନାହିଁ ବୋଲି ପେସ୍କୋଭ କହିଥିଲେ। ଏହା ପୂର୍ବରୁ ପୁଟିନ ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ବ୍ରିକ୍ସ ଶିଖର ସମ୍ମିଳନୀକୁ ମଧ୍ୟ ଯାଇନଥିଲେ। ତାଙ୍କ ସ୍ଥାନରେ ବୈଦେଶିକ ମନ୍ତ୍ରୀ ସେର୍ଗେଇ ଲାଭରୋଭଙ୍କୁ ପଠାଯାଇଥିଲା। ତେବେ ପୁଟିନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ସମ୍ମିଳନୀକୁ ସମ୍ବୋଧିତ କରିଥିଲେ।

Share Now:

Kalinga News Beuro

Next Post

ହସ୍ପିଟାଲକୁ ନେବା ସମୟରେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ

Mon Aug 28 , 2023
ରାଇରଙ୍ଗପୁର: ସ୍ୱାସ୍ଥ୍ୟ ସେଵା ଯେତେ ଆଗେଇଲେ ବି ପରିସ୍ଥିତି ସୁଧୁରୁନାହିଁ। ଗର୍ଭବତୀ ମହିଳାଙ୍କ ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ କେଉଁଠି ନା କେଉଁଠି ଟିକେ ମଣିଷକୃତ ଦୋଷ ତ୍ରୁଟି ରହିଯାଉଛି ଯାହାଫଳରେ ଗର୍ଭବତୀ ମହିଳାଙ୍କ ଜୀବନ ପ୍ରଦୀପ ଲିଭି ଯାଉଛି। ଯଦିଓ ଗର୍ଭବତୀ ମହିଳା ମୃତ୍ୟୁ ସଂଖ୍ୟା ଓଡିଶାରେ ହ୍ରାସ ପାଇଛି। ଆଜି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ଅଧିନସ୍ଥ ଗୋରୁମହିଷାଣୀ ଅଞ୍ଚଳରେ। ଗୋରୁମହିଷାଣୀ ଅଞ୍ଚଳର କୁନୁ […]
ହସ୍ପିଟାଲକୁ ନେବା ସମୟରେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial