ସଚିବ ଶାସନ ବ୍ୟବସ୍ଥାକୁ ବିରୋଧ: ବିଧାନସଭା ଭିତରକୁ ଧସେଇ ପଶିଲେ ମୋ ଦଳ କର୍ମୀ

ସଚିବ ଶାସନ ବ୍ୟବସ୍ଥାକୁ ବିରୋଧ

ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାର କିଛି ସମୟ ଆଗରୁ ରାଜ୍ୟରେ ସଚିବ ଶାସନ ବ୍ୟବସ୍ଥାକୁ ବିରୋଧ କରି ବିଧାନସଭା ଭିତରକୁ ଧସେଇ ପଶିଲା ମୋ ଦଳ। ମୋ ଦଳର ଶତାଧିକ କର୍ମୀ ୫-ଟି ସଚିବ ଭି କେ ପାଣ୍ଡିଆନଙ୍କ ବିରୁଦ୍ଧରେ ସ୍ଲୋଗାନ୍ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଧସେଇ ଉଦ୍ୟମ ବେଳେ ପୁଲିସ ସହ ମୋ ଦଳ କର୍ମୀମାନଙ୍କର ଧସ୍ତାଧସ୍ତି ହୋଇଛି।
ଦଳର ନେତା ଅକ୍ଷୟ କୁମାରଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସେ କହିଛନ୍ତି, ନେତା ମନ୍ତ୍ରୀ ଘରକୁ ଯାଅ, ପାଣ୍ଡିଆନ୍ ବିଧାନସଭା ଚଳାଅ। ତାମିଲ ଶାସନ ଚଳିବ ନାହିଁ ବୋଲି ସେ ନାରା ଦେଇଛନ୍ତି। ଯଦି ଜଣେ ସଚିବ ସବୁ କରିବେ, ତାହେଲେ ବିଧାନସଭା କାହିଁକି ଚାଲିବ ବୋଲି ସେ ପ୍ରଶ୍ନ କରିଛନ୍ତି। ରାଜ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ସଚିବ ଜିଲ୍ଲା ବୁଲି କାର୍ଯ୍ୟକ୍ରମ କରୁଛନ୍ତି, ହେଲେ ନେତା ମନ୍ତ୍ରୀଙ୍କ ଦେଖା ମିଳୁନି। ତେଣୁ ନିର୍ବାଚିତ ପ୍ରତିନିଧିମାନେ କାହିଁକି ବିଧାନସଭାରେ ବସିବେ ବୋଲି ପ୍ରଶ୍ନ କରିଛନ୍ତି ସେ। ୨୦୨୪ରେ ନବୀନ ସରକାର ହଟାଇବାକୁ ସେ ନିବେଦନ କରିଛନ୍ତି। ନବୀନ ସରକାର କୃଷକମାନଙ୍କୁ ପ୍ରତାରିତ କରିଛନ୍ତି। ଏଣୁ ୨୦୨୪ରେ ମୋ ଦଳ ସରକାର ଗଢିବ ବୋଲି ଅକ୍ଷୟ କୁମାର ଦୃଢୋକ୍ତି କରିଛନ୍ତି। ତେଣେ ପୁଲିସ କାଳ ବିଳମ୍ବ ନ କରି ମୋ ଦଳର ଶତାଧିକ କର୍ମୀମାନଙ୍କୁ ବଳପୂର୍ବକ ଜୋର ଜବରଦସ୍ତି କରି ଉଠାଇନେଇଥିବା ଦେଖିବାକୁ ମିଳିଛି। ଏପରି କର୍ମୀମାନେ ପୁଲିସ ବିରୁଦ୍ଧରେ ବି ବିଷୋଦଗାର କରିଛନ୍ତି।

Share Now:

Kalinga News Beuro

Next Post

ହକ୍ ପାଇଁ ଲଢେଇ : ରାଜଧାନୀରେ ଗର୍ଜିଲେ ଅଙ୍ଗନବାଡି କର୍ମୀ

Fri Sep 22 , 2023
ଭୁବନେଶ୍ୱର: ୧୦ ଦଫା ଦାବି ନେଇ ହଜାର ହଜାର ଅଙ୍ଗନବାଡି କର୍ମୀ ରାଜଧାନୀର ଲୋୟର୍ ପିଏମଜିରେ ଆନ୍ଦୋଳନ କରୁଛନ୍ତି। ଅଙ୍ଗନବାଡି କର୍ମୀଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ସହିତ ମାସିକ ଦରମା ୧୮ହଜାର ଟଙ୍କା ଦେବାକୁ ଦାବି କରାଯାଇଛି। ଅଙ୍ଗନବାଡି ସହାୟିକାଙ୍କୁ ୯ହଜାର ଟଙ୍କା ଦରମା ଦେବାକୁ ଦାବି ହୋଇଛି। ଖାଲି ସେତିକି ନୁହେଁ, ସୁପ୍ରିମକୋର୍ଟ ନିର୍ଦ୍ଦେଶ ଅନୁସାରେ ଗ୍ରାଚ୍ୟୁଇଟି ପ୍ରଦାନ କରିବାକୁ ବି ସଂଘ ପକ୍ଷରୁ ଦାବି ହୋଇଛି। ଗ୍ରୀଷ୍ମ […]
ରାଜଧାନୀରେ ଗର୍ଜିଲେ ଅଙ୍ଗନବାଡି କର୍ମୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial