ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୭ ନକ୍ସଲ ନିପାତ

ମାଲକାନଗିରି: ଛତିଶଗଡ଼ର ବସ୍ତର ଅଞ୍ଚଳରେ ନକ୍ସଲମାନଙ୍କର ଆତଙ୍କ ଶେଷ ହେଉ ନାହିଁ। ନକ୍ସଲମାନେ ସବୁବେଳେ ଗ୍ରାମାଞ୍ଚଳରେ କ୍ଷତିକରିବାକୁ ଉଦ୍ୟମ କରୁଛନ୍ତି। ଏହାରି ମଧ୍ୟରେ ସୁରକ୍ଷାକର୍ମୀଙ୍କୁ ବଡ଼ଧରଣର ସଫଳତା ମିଳିଛି। ସୁରକ୍ଷାବଳଙ୍କ ଗୁଳିରେ ୭ ଜଣ ନକ୍ସଲ ନିପାତ ହୋଇଛନତି। ଦନ୍ତେୱାଡା ଏସ୍‌ପି ଗୌରବ ରାୟ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
ଗଣମାଧ୍ୟମକୁ ହସ୍ତଗତ ହୋଇଥିବା ଖବର ଅନୁସାରେ ନାରାୟଣପୁର-ଦନ୍ତେୱାଡା ସୀମାରେ ଏହି ଏନ୍‌କାଉଣ୍ଟର ହୋଇଛି। କୁହାଯାଉଛି ଯେ, ୧୦୦୦ରୁ ଅଧିକ ଯବାନ ନକ୍ସଲ ଅଞ୍ଚଳରେ ପ୍ରବେଶ କରିଥିଲେ। ଏହି ସମୟରେ ଯବାନଙ୍କୁ ଦେଖି ନକ୍ସଲମାନେ ବିଚଳିତ ହୋଇ ଉଠିଥିଲେ। ନକ୍ସଲମାନେ ପ୍ରଥମେ ଗୁଳି କରିଥିଲେ, ଯାହାର ଜବାବ ସେମାନେ ପାଇଥିଲେ। ଏହାପୂର୍ବରୁ ଖବର ଥିଲା ପୁଲିସ ଗୁଳିରେ ଜଣେ ଯବାନ ନିହତ ହୋଇଥିଲା ଏବଂ ୨ ଜଣ ଆହତ ହୋଇଥିଲେ। ଏବେ ଏସ୍‌ପି କହିଛନ୍ତି, ୭ ଜଣ ନକ୍ସଲ ନିପାତ ହୋଇଛନ୍ତି। ଏଥି ସହିତ ବିପୁଳ ପରିମାଣରେ ନକ୍ସଲ ସାମଗ୍ରୀ ଜବତ ହୋଇଛି।

Share Now:

Kalinga News Beuro

Next Post

ଚାଲାଣ ପୂର୍ବରୁ ଦୁଇ ହାତୀଦାନ୍ତ ଜବତ : ୧୧ ଅଭିଯୁକ୍ତ ଗିରଫ

Thu May 23 , 2024
ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ବନଖଣ୍ଡ ଅଧୀନ ବନଗାଁରୁ ଚାଲାଣ ପାଇଁ ରଖାଯାଇଥିବା ହାତୀଦାନ୍ତକୁ ବନ ବିଭାଗ ଜବତ କରିଛି। ହାତୀଦାନ୍ତ ଚେରାଚାଲାଣ ଅଭିଯୋଗରେ ବନ ବିଭାଗର କର୍ମଚାରୀମାନେ ୧୧ ଜଣଙ୍କୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ରାମେଶ୍ୱର ନାୟକ (୫୧), ବିରଜା ମୁଣ୍ଡା (୪୦), ପ୍ରକାଶ ଚନ୍ଦ୍ର ମହାକୁଡ଼ (୪୦), ସୁଗୁଡ଼ା ହେମ୍ବ୍ରମ (୩୪), ରାମଚନ୍ଦ୍ର ପାତ୍ର (୬୧), ପ୍ରୀତିକାନ୍ତ ମହନ୍ତ (୨୭), ରଞ୍ଜନ ମହାନ୍ତ (୪୮), […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial