କୁଆଁରୀ ମା’ ଅନ୍ୟ ହାତେ ଟେକିଦେଲା ନବଜାତକ

ନବଜାତକ

ପୁରୁଣା ଭୁବନେଶ୍ୱର: ଗତକାଲି ସ୍ଥାନୀୟ ବିଏମ୍‌ସି ହସ୍ପିଟାଲରେ ଜଣେ କୁଆଁରୀ ମା’ ନବଜାତ ଶିଶୁକୁ ଅନ୍ୟଜଣକ ହାତକୁ ଟେକି ଦେଇଥିବା ଖବରକୁ ନେଇ ଆଜି ନାନା ଆଲୋଚନା ହେଉଛି। କୁଆଁରୀ ମା’ଟି ଲୋକଲଜ୍ଜା ଓ ଅପବାଦରୁ ବଞ୍ଚିବା ପାଇଁ ଶିଶୁଟିକୁ ଫୋପାଡ଼ି ଦେବା ପୂର୍ବରୁ ଜଣେ ବ୍ୟକ୍ତି ତାକୁ କୋଳକୁ ନେଇଥିବା ଚର୍ଚ୍ଚା ହେଉଥିବା ବେଳେ କେହି କେହି ଶିଶୁଟିକୁ ବିକ୍ରି କରାଯାଇଛି ‌ବୋଲି କହୁଛନ୍ତି। ମାତ୍ର ଘଟଣାକୁ ହସ୍ପିଟାଲ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି। ଶିଶୁଟିକୁ ବିକାକିଣା ହେଲା ଭଳି କିଛି ଘଟିନାହିଁ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଏହି ହସ୍ପିଟାଲକୁ ଗର୍ଭ ଯନ୍ତ୍ରଣା ଭୋଗୁଥିବା ଜଣେ ଯୁବତୀ ଆସିଥିଲେ। ଯୁବତୀଙ୍କ ଅବସ୍ଥା ଦେଖି ସେଠାରେ ଥିବା କାର୍ଯ୍ୟରତ ନର୍ସ ତାଙ୍କୁ ଲେବର ୱାର୍ଡରେ ଭର୍ତି କରିଥିଲେ। କିଛି ସମୟ ପରେ ଯୁବତୀ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ବିନା ଅସ୍ତ୍ରୋପଚାରରେ ସ୍ବାଭାବିକ ଭାବେ ଶିଶୁଟି ଜନ୍ମ ନେଇଥିଲା। ତେଣୁ ମା’ ଓ ଶିଶୁ ଉଭୟ ସୁସ୍ଥ ଥିଲେ। କିନ୍ତୁ ବିଚାରୀ ମା’ଟି ଶିଶୁକୁ ନେବା ପାଇଁ ରାଜି ହୋଇନଥିଲେ। ଶିଶୁଟିକୁ କାହାକୁ ଦେଇଦେବା ପାଇଁ ପ୍ରସ୍ତାବ ଦେଇଥିଲେ। ମାତ୍ର ହସ୍ପିଟାଲରେ ଏଭଳି କିଛି ହୋଇପାରିବ ନାହିଁ ବୋଲି ଜାଣିବା ପରେ ସମ୍ପର୍କୀୟମାନେ ତାଙ୍କୁ ବାହାରକୁ ନେଇ ଚାଲି ଯାଇଥିଲେ। ତେବେ ଜଣେ ହସ୍ପିଟାଲ କର୍ମଚାରୀଙ୍କଠାରୁ ଏହି ଖବର ପାଇ ଶିଶୁଟିକୁ ନେବା ପାଇଁ ଜଣେ ବ୍ୟକ୍ତି ହସ୍ପିଟାଲ ବାହାରେ ଅପେକ୍ଷା କରିଥିଲେ। ମା’ଟି ଶିଶୁଟିକୁ ଫୋପାଡ଼ି ଦେବାକୁ ବସିଥିବା ବେଳେ ଉକ୍ତ ବ୍ୟକ୍ତି ତାଙ୍କଠାରୁ ନବଜାତକକୁ ନେଇ ଯାଇଥିଲେ। ତେବେ ଏଥିପାଇଁ ସେ ଟଙ୍କା ଦେଇଥିଲେ କି ନା ତାହା ସ୍ପଷ୍ଟ ହୋଇନାହିଁ।

Share Now:

Kalinga News Beuro

Next Post

ପ୍ରଥମ କରୋନା ଟୀକା ସ୍ପୋଟନିକ ‘ଭି’: ଟିକା ନେଲେ ପୁଟିନ୍‌ଙ୍କ ଝିଅ

Wed Aug 12 , 2020
ମସ୍କୋ: ବିଶ୍ବର ପ୍ରଥମ ଦେଶ ଭାବେ ରୁଷିଆ ଆଜିଠାରୁ କୋଭିଡ୍‌-୧୯ ପ୍ରତିଷେଧକ ଟିକାର ବ୍ୟାବହାରିକ ପଞ୍ଜୀକରଣ ଆରମ୍ଭ କରିଛି। କରୋନା ବିରୋଧରେ ଚାଲିଥିବା ଲଢ଼େଇରେ ଅନେକ ଦେଶ ପ୍ରତିଷେଧକ ଟିକା ବିକଶିତ କରିବା ପାଇଁ ଗବେଷଣା ଚଳାଇଥିବାବେଳେ ରୁଷିଆର ରା‌ଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜି ଏଭଳି ଘୋଷଣା କରି ସାରା ବିଶ୍ବକୁ ଚକିତ କରି ଦେଇଛନ୍ତି। ଏହି ଟିକାର ନାଁ ରଖାଯାଇଛି ସ୍ପୋଟନିକ‌ ‘ଭି’। ୧୯୫୭ ମସିହାରେ ବିଶ୍ବର ପ୍ରଥମ […]
ରୁଷିଆ ଆଣିଲା ପ୍ରଥମ ଟିକା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial