ପୁରୁଣା ଭୁବନେଶ୍ୱର: ଗୋଟିଏ ‌ଟ୍ରାକ୍‌ରେ ମୁହାଁମୁହିଁ ହୋଇଥିଲେ ଦୁଇଟି ଯାତ୍ରୀବାହୀ ଟ୍ରେନ୍‌। ପରସ୍ପରଠାରୁ ପାଖାପାଖି ୧୦୦ ମିଟର ଦୂରତାକୁ ଆସି ଅଟକି ଯାଇଥିଲେ। ତେବେ ଏହା ଜାଣିବା କ୍ଷଣି ଉଭୟ ଟ୍ରେନ୍‌ରେ ଥିବା ଯାତ୍ରୀମାନେ ଦୁର୍ଘଟଣା ଆଶଙ୍କାରେ ଓହ୍ଲାଇ ପଡ଼ିଥିଲେ। ସମସ୍ତଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଥିଲା। କେବଳ ଯାତ୍ରୀ ନୁହନ୍ତି, ଖବର ପ୍ରଚାର ହେବାପରେ ଆଖପାଖ ଅଞ୍ଚଳର ଲୋକେ ମଧ୍ୟ ସେଠାକୁ ଧାଇଁଥିଲେ। ଯାତ୍ରୀମାନେ ଟ୍ରେନ୍‌ରୁ ତ […]

ଭୁବନେଶ୍ୱର: ଖଲ୍ଲିକୋଟ ରାଣୀ ତଥା ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକରେ ବିଶିଷ୍ଟ ବ୍ୟକ୍ତି ଶୋକ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ‘ଏକ୍ସ’ରେ ରାଜ୍ୟପାଳ ରଘୁବର ଦାସ ଗଭୀର ଶୋକ ପ୍ରକାଶ କରି ଶୋକସନ୍ତପ୍ତ ପରିବାରବର୍ଗ ଓ ଅନୁଗାମୀଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅତ୍ୟନ୍ତ ମର୍ମାହତ ହେବା ସହ ଗଭୀର ଦୁଃଖ ପ୍ରକାଶ କରି କହିଛନ୍ତି ଯେ ଓଡ଼ିଶାର […]

ଭୁବନେଶ୍ଵର: ବିଶିଷ୍ଟ ରାଜନୀତିଜ୍ଞ ତଥା ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଚେନ୍ନାଇ ଯାଇଛନ୍ତି। ତାଙ୍କ ସହିତ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ, ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି କାର୍ତ୍ତିକ ପାଣ୍ଡିଆନ ଏବଂ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ […]

ଶକ୍ତି କ୍ଷେତ୍ର ପାଇଁ ୪୩୫୨ କୋଟି ଭୁବନେଶ୍ୱର : ଅନ୍ତରୀଣ ବଜେଟରେ ସଡ଼କ, ସେତୁ, ବିମାନବନ୍ଦର ଏବଂ ରେଳବାଇ ବିକାଶ ପାଇଁ ୨୧,୦୦୪ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି। ଓଡ଼ିଶାରେ ମେଟ୍ରୋ ରେଳର ବିକାଶ ପାଇଁ ୧୦୦୦ କୋଟି ଟଙ୍କା ପ୍ରସ୍ତାବ ଦିଆଯାଇଛି। ସଡ଼କ ସୁରକ୍ଷା ପାଣ୍ଠିକୁ ୪୫ କୋଟି ଟଙ୍କା, ଓଡ଼ିଶାସଡ଼କ ସୁରକ୍ଷା ସୋସାଇଟିକୁ ଅନୁଦାନ ନିମନ୍ତେ ୪୫ କୋଟି ଟଙ୍କା, ଏବଂ ଦୁର୍ଘଟଣା ଜନିତ ଅନୁକମ୍ପା ପାଣ୍ଠିକୁ […]

୧୦୦ ବର୍ଷରୁ ଅଧିକ ସ୍କୁଲ-କଲେଜକୁ ମିଳିବ ୧ କୋଟି ଅନୁଦାନ ଭୁବନେଶ୍ୱର: ଆଗାମୀ ଦିନରେ ଅନ୍‌ଲାଇନ୍‌ରେ ଅନ୍ତର୍ଜାତୀୟ ଭାଷା ସମ୍ମିଳନୀର ଆୟୋଜନ କରାଯିବ। ଆୟୋଜନ ମାଧ୍ୟମରେ ବିଶେଷଜ୍ଞ ଓ ଭାଷାବିତ୍‌ମାନଙ୍କୁ ଏକାଠି କରାଯିବ। ଓଡ଼ିଆ ଭାଷାରେ ଅନ୍ତର୍ଜାତୀୟ ଓ ଜାତୀୟ ସ୍ତରରେ ଗବେଷଣା ନିମନ୍ତେ ୧୦ କୋଟି ଟଙ୍କା ଅନୁଦାନରେ ଏକ କର୍ପସ ପାଣ୍ଠି ଗଠନ କରାଯିବ। ସରକାର ଏଥି ପାଇଁ ପଦକ୍ଷେପ ନେଉଛନ୍ତି। ସତ୍ୟବାଦୀରେ ପ୍ରତିଷ୍ଠିତ ଓଡିଆ ବିଶ୍ୱ […]

ରାୟଗଡ଼ା: ସ୍ୱାସ୍ଥ୍ୟ କେନ୍ଦ୍ରରେ ଆମ୍ବୁଲାନ୍ସ ରହୁ ନାହିଁ। କିନ୍ତୁ ଜଙ୍ଗଲ ଭିତରେ ଆମ୍ବୁଲାନ୍ସ ରହୁଛି। ଏହା ଆଶ୍ଚର୍ଯ୍ୟ ଭଳି ଲାଗୁଥିଲେ ବି ସତ। ଏହାର କାରଣ ହେଉଛି ମୋବାଇଲ୍‌ ନେଟୱର୍କ। ରାୟଗଡ଼ା ଜିଲ୍ଲାର ଅର୍ଦ୍ଧାଧିକ ପଞ୍ଚାୟତରେ ମୋବାଇଲ ନେଟୱର୍କ ସୁବିଧା ନାହିଁ। କେବଳ ବ୍ଲକ ସଦର ମହକୁମା ସହ ଅନ୍ୟ କିଛି ହାତଗଣତି ଅଞ୍ଚଳକୁ ମୋବାଇଲ ନେଟୱର୍କ ସୁବିଧା ରହିଛି। ଫଳରେ ଲୋକେ ଅତ୍ୟାଧୁନିକ ଯୁଗରେ ହାତରେ ମୋବାଇଲ ଥାଇ […]

ପତାକା ଦେଖାଇ ଶୁଭାରମ୍ଭ କଲେ ବିଜେପି ରାଜ୍ୟ ସଭାପତି ଭୁବନେଶ୍ୱର: ଅଯୋଧ୍ୟାରେ ପ୍ରଭୁ ରାମଲାଲା ପ୍ରାଣ ପ୍ରତିଷ୍ଠା ପରେ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି ସେଠାକୁ ଟିକେ ଆଶିଷ ପାଇବା ପାଇଁ। ଏହି କ୍ରମରେ ଆଜି ଅଯୋଧ୍ୟା ସ୍ଥିତ ଶ୍ରୀ ରାମଲାଲାଙ୍କ ଦର୍ଶନାର୍ଥେ ଗଡ଼ିଛି ଭୁବନେଶ୍ୱର-ଅଯୋଧ୍ୟା ଆସ୍ଥା ସ୍ପେଶିଆଲ ଟ୍ରେନ”। ରାମଲାଲାଙ୍କ ଦର୍ଶନ ପାଇଁ ରେଳବାଇ ମନ୍ତ୍ରଣାଳୟ ପକ୍ଷରୁ ଭୁବନେଶ୍ୱରରୁ ଅଯୋଧ୍ୟାକୁ ଗଡ଼ିଛି ଆସ୍ଥା ସ୍ପେଶିଆଲ ଟ୍ରେନ। ଏକ ହଜାରରୁ ଅଧିକ […]

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଅଧିକାରୀଙ୍କ ମରୁଡ଼ି ପଡ଼ିଛି। ପଦବି ଖାଲି ଥାଇ ବି ସରକାର ଏହାକୁ ପୂରଣ କରୁନାହାନ୍ତି। ସରକାରୀ କାର୍ଯ୍ୟାଳୟରେ କେତେ ପଦବି ଖାଲି ପଡ଼ିଛି ସେନେଇ ବିଧାନସଭାର ବଜେଟ୍‌ ଅଧିବେଶନରେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କ ଲିଖିତ ପ୍ରଶ୍ନ କରିଛନ୍ତି। ବିଧାୟକଙ୍କ ପ୍ରଶ୍ନରେ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ମଙ୍ଗଳବାର କହିଛନ୍ତି, ରାଜ୍ୟ ସରକାରଙ୍କ ୪୧ ବିଭାଗରେ ୯୮ […]

ପୁରୀ: ସୁଆର ଓ ମହାସୁଆର ସେବାୟତଙ୍କ ମଧ୍ୟରେ ଥିବା ବିବାଦର ସମାଧାନ ହୋଇଛି। ଶେଷରେ ଶ୍ରୀମନ୍ଦିର ଭୋଗ ମଣ୍ଡପରୁ ବାହାରିଛି ଗତକାଲି ରାତିର ଶତାଧିକ ଅଭଡ଼ା କୁଡ଼ୁଆ। କିନ୍ତୁ ବିବାଦ ଯୋଗୁ ମହାପ୍ରଭୁଙ୍କ ନୀତିକାନ୍ତି ତିନି ଘଣ୍ଟା ବିଳମ୍ବରେ ଚାଲିଛି। ଉଲେ୍ଲଖଯୋଗ୍ୟ, ଗତକାଲି ଭିତର କାଠ ନିକଟରେ ରକ୍ତଛିଟା ପଡ଼ିବାରୁ ବଡ଼ ମହାସ୍ନାନ ହୋଇଥିଲା। ବଡ଼ସ୍ନାନ ପରେ ଦ୍ୱିତୀୟ ଭୋଗ ମଣ୍ଡପରେ ସନ୍ଧ୍ୟା ଆଳତି ହୋଇଥିଲା। କିନ୍ତୁ ଆଳତି ହେବାରେ […]

ଭୁବନେଶ୍ୱର: ପ୍ରଥମ ଥର ପାଇଁ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଭୁବନେଶ୍ୱରରେ ଆୟୋଜିତ ହୋଇଛି। ଓଡ଼ିଆ ଭାଷାର ମହତ୍ୱ ସାରା ବିଶ୍ୱ ବୁଝିବାର ସୁଯୋଗ ସୃଷ୍ଟି ହୋଇଛି। ପୂରା ଭୁବନେଶ୍ୱର ଓଡ଼ିଆ ଓଡ଼ିଆ ବାସ୍ନା ହେଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏଭଳି ଏକ ଉଦ୍ୟମ ପ୍ରତ୍ୟେକ ଓଡ଼ିଆ ପାଇଁ ଗର୍ବର ବିଷୟ। ତା’ ସହିତ ଏହି ସଙ୍ଗୀତର ମୂର୍ଚ୍ଛନା, ଆମ ବ୍ୟଞ୍ଜନ, ଭୁଫେଷ୍ଟୋ ଏକ ନିଆରା ଅନୁଭୂତି ଦେଇଛି। ଆମ […]

Social media & sharing icons powered by UltimatelySocial