ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଇଡ୍‌କୋ ସିଜିଏମ୍‌ ସରୋଜକାନ୍ତ ମହାନ୍ତି। ଆୟବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଇଡ୍‌କୋ ସିଜିଏମ୍‌ ସରୋଜକାନ୍ତ ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢ଼ଉ ଚାଲିଥିବା ଜଣାଯାଇଛି। ଆଜି ଏକକାଳୀନ ୩ଟି ସ୍ଥାନରେ ଚଢ଼ଉ ଜାରି ରହିଛି।ମଧ୍ୟାହ୍ନ ୧୨ଟାରୁ ୧୦ ଜଣ ଡିଏସ୍‌ପି, ୬ ଜଣ ଇନ୍ସପେକ୍ଟରଙ୍କ ସହ ଅନ୍ୟ କର୍ମଚାରୀମାନଙ୍କୁ ନେଇ ଗଠିତ ଟିମ୍ ଭୁବନେଶ୍ବର, କଟକ ଓ ଯାଜପୁରରେ ଏକକାଳୀନ ଚଢ଼ଉଆରମ୍ଭ କରିଛି। ତେବେ ଚଢ଼ଉ ବେଳେ […]

ସଇଁତଳା: ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ଭଦ୍ରା ପଞ୍ଚାୟତରେ ପିଡିଏସ୍‌ ଚାଉଳ ଦୁର୍ନୀତି ମାମଲାରେ ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟପ୍ରିୟ ସାହୁ ସଇଁତଳା ଥାନାରେ ଅଟକ ଅଛନ୍ତି। ପୁଲିସ ଶ୍ରୀ ସାହୁଙ୍କୁ ଥାନାରେ ପଚରାଉଚରା କରୁଛି। ସୂଚନାଯୋଗ୍ୟ ଯେ ଗତ ଅକ୍ଟୋବର-ନଭେମ୍ୱର ଓ ଚଳିତ ଡିସେମ୍ବର ମାସରେ ଭଦ୍ରା ପଞ୍ଚାୟତକୁ ଆସିଥିବା ପିଡିଏସ୍‌ ଚାଉଳ ହଡ଼ପ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଘଟଣା ଗଣମାଧ୍ୟରେରେ ଲଗାତାର ଭାବେ ପ୍ରକାଶ ପାଇବା […]

ନବରଙ୍ଗପୁର: ତେଲ ନଦୀ ପେଙ୍ଗୁସାଇରେ ବୀଭତ୍ସ ହତ୍ୟା। କଷାଗୁମୁଡ଼ା ବ୍ଳକ ଦମାପଲା ଗାଁର ରାମସିଂ ଜାନୀ ତାଙ୍କ ଶ୍ୱଶୁର ଘରକୁ ଆସିଥିବା ବେଳେ ନରେଶ ଧରୁଆ ନାମକ ଜଣେ ବ୍ୟକ୍ତି ତାଙ୍କୁ ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଜଗଦଲପୁର ନିଆମାର ଗାଁର ନରେଶ ଧରୁଆଙ୍କ ଶଶୁର ଘର ମଧ୍ୟ ସେହି ପେଙ୍ଗୁସାଇରେ। କିଛି ଦିନ ତଳେ ସେ ମଧ୍ୟ ତାଙ୍କ ପରିବାର ସହ ଶଶୁର ଘରକୁ ଆସିଥିଲେ। […]

ଭୁବନେଶ୍ୱର: ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କୁ ଭିଜିଲାନ୍ସ ଗିରଫ କରିଛି। ଗତକାଲି ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କ ସରକାରୀ ବାସଭବନ, ଘର ସମେତ ୮ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଥିଲା। ଭୁବନେଶ୍ୱର ଓ ଗଞ୍ଜାମରେ ଏକକାଳୀନ ଚଢ଼ଉ ହୋଇଥିଲା। ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟ ଓ ସରକାରୀ ବାସଭବନ, ଭୁବନେଶ୍ୱରର ପାଣ୍ଡରା, ଚନ୍ଦ୍ରଶେଖରପୁର, ଲକ୍ଷ୍ମୀସାଗରରେ ଥିବା ଘର ଓ […]

କଟକ: ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ଅବଧିକୁ ଆସନ୍ତା ଜାନୁଆରି ୧୭ ତାରିଖ ଯାଏଁ ବୃଦ୍ଧି କରିଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ। ପୂର୍ବରୁ ୧୯ ଡିସେମ୍ବର ଯାଏଁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିଲେ ହାଇକୋର୍ଟ। ଆସନ୍ତା ଜାନୁଆରି ୧୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ। ଆସନ୍ତା ଜାନୁଆରି ୧୭ ତାରିଖ ଯାଏ ବିଧାୟକଙ୍କ ବିରୁଦ୍ଧରେ ଏହି ମାମଲାରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ନାହିଁ ବୋଲି […]

ନୂଆଦିଲ୍ଲୀ: ପଳାତାକ ‘ଅଣ୍ଡର୍‌ୱାର୍ଲଡ୍‌ ଡନ୍‌’ ଦାଉଦ୍‌ ଇବ୍ରାହିମକୁ ପାକିସ୍ତାନରେ ବିଷ ଦିଆଯିବା ପରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିବା ଖବର ସାମ୍ନାକୁ ଆସିବା ପରେ ଚାଞ୍ଚଲ୍ୟ ଖେଳିଯାଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ପାକିସ୍ତାନ ସରକାର ଏହାକୁ ଲୁଚାଇବାକୁ ଚେଷ୍ଟା କରୁଥିବା ବେଳେ ସେଠାକାର ବରିଷ୍ଠ ସାମ୍ବାଦିକା ଆରଜୁ କାଜମି କିଛି ମନ୍ତବ୍ୟ ଦେଇଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଘଟଣାକୁ ନେଇ ଆରଜୁ କାଜମି […]

ଭୁବନେଶ୍ୱର: ଯାଜପୁରରୁ ଧରା ହେଲା କଶ୍ମୀର ପୁଲିସର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ। ଏନେଇ କ୍ରାଇମବ୍ରାଞ୍ଚ ଆଇଜି ଜୟ ନାରାୟଣ ପଙ୍କଜ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, କଶ୍ମୀର ପୁଲିସର ୱାଣ୍ଟେଡ ତାଲିକାରେ ଥିବା ସୟଦ ଇସାନ ବୁଖାରୀକୁ ଯାଜପୁର ଜିଲ୍ଲା ନେଉଳପୁର କ୍ରାଇମବ୍ରାଞ୍ଚ ଏସଟିଏଫ୍ ଗିରଫ କରିଛି। ତା ନିକଟରୁ ଅନେକଗୁଡ଼ିଏ ବିଦେଶୀ ନକଲି କାଜଗପତ୍ର ଜବତ କରାଯାଇଛି।ଜୟ ନାରାୟଣ ପଙ୍କଜଙ୍କ କହିବା ଅନୁଯାୟୀ ସୟଦ […]

ବେଙ୍ଗାଲୁରୁ: ଗୋଟାଏ ପୁରୁଣା ଖଟ ବିକ୍ରି କରିବାକୁ ‘ଅନ୍‌ଲାଇନ୍‌ ମାର୍କେଟ୍‌ ପ୍ଲେସ୍‌ ଓଏଲ୍‌ଏକ୍ସ’ରେ ବିଜ୍ଞାପନ ଦେଇ ଜଣେ ୩୯ ବର୍ଷିୟ ଇଞ୍ଜିନିୟର୍‌ ୩ ଦିନ ମଧ୍ୟରେ ‘ସାଇବର୍‌କ୍ରୁକ୍‌’ଙ୍କ ଦ୍ୱାରା ୬୮ ଲକ୍ଷ ଟଙ୍କା ହରାଇଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ, ‘ଏଚ୍‌ଏସ୍‌ଆର୍‌ ଲେଆଉଟ୍‌’ ନିବାସୀ ଉକ୍ତ ଇଞ୍ଜିନିୟର୍‌ଙ୍କ ଅଭିଯୋଗ ଆଧାରରେ ଡିସେମ୍ବର ୯ ତାରିଖ ଦିନ ପୁଲିସ ‘ଆଇଟି ଆକ୍ଟ୍‌’ ଓ ‘ଆଇପିସି’ ଧାରା ୪୧୯ ଓ ୪୨୦ ଅନୁଯାୟୀ ମାମଲା […]

ଭୁବନେଶ୍ୱର : ଟୁଇନ ସିଟିରେ ଜମି କିଣି ଖୋଲା ପକାଇଥିଲେ ସାବଧାନ। ମାତିଛନ୍ତି ଜମି ଠକେଇ ଗ୍ୟାଙ୍ଗ। ଆପଣଙ୍କ ଜମିର ନକଲ କାଗଜପତ୍ର ବାହାର କରି ଜାଲ ପାୱାର ଅଫ ଆର୍ଟନିଂ ଜରିଆରେ ଜମି ବିକ୍ରି କରି ଦେଉଛନ୍ତି ଠକ୍। ଏଭଳି ଏକ ଠକ୍ ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ବିକାଶ ପଣ୍ଡାକୁ ରିମାଣ୍ଡରେ ଆଣି ପଚରାଉଚରା ପରେ ତଥ୍ୟ ପାଇଛି କମିଶନରେଟ୍ ପୁଲିସର ସ୍ପେସାଲ କ୍ରାଇମ୍ ୟୁନିଟ। ୨୭ ଜଣଙ୍କୁ […]

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମନି ଲଣ୍ଡରିଂ ନିବାରଣ ଆଇନ, ୨୦୦୨ (ପିଏମ୍‌ଏଲ୍‌ଏ) ଆଇନ ଅଧୀନରେ ୬୯,୦୪୫.୮୯ କୋଟି ଟଙ୍କାର ଅପରାଧିକ ଆୟକୁ ଜବତ କରିଛି ବୋଲି କେନ୍ଦ୍ର ସରକାର ଗୁରୁବାର ରାଜ୍ୟସଭାରେ ସୂଚନା ଦେଇଛନ୍ତି। ଗତ ୪ ବର୍ଷ ମଧ୍ୟରେ ଅର୍ଥନୈତିକ ଅପରାଧୀ ଓ ପଳାତକଙ୍କ ଠାରୁ ସମ୍ପତ୍ତି ଆଦାୟ ସମ୍ପର୍କରେ ପଚାରିଥିବା ଜଣେ ସଦସ୍ୟଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର କାର୍ମିକ, ଜନଅଭିଯୋଗ ଓ ପେନସନ ରାଷ୍ଟ୍ରମନ୍ତ୍ରୀ […]

Social media & sharing icons powered by UltimatelySocial