ଜମି ଦେବାକୁ କହି ୮ଜଣଙ୍କଠାରୁ ଲୁଟିନେଲା ୬୬ଲକ୍ଷ ଭୁବନେଶ୍ବର : ଜମି କିଣୁଥିଲେ ସାବଧାନ। ଜମିର ପଟ୍ଟା, କାଗଜ ଓ ଅନ୍ୟାନ୍ୟ ତଥ୍ୟ ଦେଖି ତଥା ପ୍ରକୃତ ମାଲିକ ସହ ଯୋଗାଯୋଗ କରି ଜମି କିଣନ୍ତୁ। ନଚେତ୍ ଜମି ନିଜର ବୋଲି କହି କିଛି ବିଲ୍ଡର୍ ଲୋକଙ୍କୁ ଠକୁଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ନୂଆପଲ୍ଲୀ ଅଞ୍ଚଳରେ। ନୂଆପଲ୍ଲୀ ଏକାମ୍ର ବିହାରର ଜୟଗୁରୁ କନଷ୍ଟ୍ରକ୍ସନ୍ ପ୍ରାଇଭେଟ୍ ଲିମିଟେଡ୍‌ର ପ୍ରବନ୍ଧ ନିର୍ଦ୍ଦେଶକ […]

ଜଗତସିଂହପୁର: ଚୋର ଧରିବାକୁ ଯାଇଥିବା ପୁଲିସକୁ ଗାଁ ଦାଣ୍ଡରେ ଗୋଡାଇ ଗୋଡାଇ ପିଟିଲା ଚୋର। ପୁଲିସ କନେଷ୍ଟବଳ ଗୁରୁତର ଆହତ। ଘଟଣାସ୍ଥଳରୁ ଚୋର ଫେରାର। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ସାଇଲୋ ପଞ୍ଚାୟତ ବାଲିସାହି ଗ୍ରାମରେ। ଘଟଣାକୁ ନେଇ ସମ୍ପୃକ୍ତ ଗ୍ରାମରେ ଉତ୍ତେଜନା ଦେଖିବାକୁ ମିଳିଛି। ସାଇଲୋ ପଞ୍ଚାୟତ ତୋଟାସାହି ଗ୍ରାମର ବୁଢୀ ଜାଗୁଳାଇ ମନ୍ଦିର ତାଲା ଭାଙ୍ଗି ଗତକାଲି ରାତିରେ […]

ମାଲକାନଗିରି: ସୀମାନ୍ତ ଛତିଶଗଡର ଦରଭା ଜଙ୍ଗଲରେ ପୁଲିସ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଗୁଳିବିନିମୟରେ ଜଣେ ନକ୍ସଲର ମୃତ୍ୟୁ ହୋଇଛି। ଏଥିସହ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରାଯାଇଛି। ଗୁଇନ୍ଦା ସୂତ୍ରରୁ ପକ୍କା ଖବର ମିଳିବା ପରେ ପୁଲିସ ଦରଭାର ଏଲେଙ୍ଗନାର ଜଙ୍ଗଲରେ ଚଢାଉ କରିଥିଲା। ଏଠାରେ ନକ୍ସଲ ପୂର୍ବରୁ କ୍ୟାମ୍ପ କରି ରହିଥିଲେ। ଯବାନ କ୍ୟାମ୍ପକୁ ଚାରି ପଟୁ ଘେରିବା ପରେ ନକ୍ସଲ ଯବାନଙ୍କ ଉପରେ […]

ଭୁବନେଶ୍ବର: ଭୁବନେଶ୍ବର ରେଳ ଷ୍ଟେସନରୁ ପୁଣି ଜବତ ହୋଇଛି ଗଞ୍ଜେଇ। ଗଞ୍ଜେଇ ଚୋରା ଚାଲାଣ ବେଳେ ପୁରୁଷ, ମହିଳା ବାରମ୍ବାର ଧରାପଡ଼ିବା ପରେ ଅନ୍ତଃରାଜ୍ୟ ବେପାରୀ ଏବେ କିନ୍ନରଙ୍କୁ ଟାର୍ଗେଟ କରିଛନ୍ତି। ଟ୍ରେନ୍‌ରେ ଗଞ୍ଜେଇ ନେଇ ଅହମ୍ମଦାବାଦ ବାହାରୁଥିବା ବେଳେ ଆରପିଏଫ୍‌ କ୍ରାଇମବ୍ରାଞ୍ଚ ଦୁଇଜଣ କିନ୍ନରଙ୍କୁ ଧରିଛି। ସେମାନଙ୍କ ପାଖରେ ଥିବା ହ୍ୟାଣ୍ଡବ୍ୟାଗ ଓ ସୁଟ୍‌କେସ୍‌ରୁ ୧୫ କେଜି ଗଞ୍ଜେଇ ଜବତ ହୋଇଛି। ପୁରୀ ଗୁଜରାଟ ଗାନ୍ଧୀଧାମ ଏକ୍ସପ୍ରେସରେ ସେମାନେ […]

ରାଜମହଲ ଓଭରବ୍ରିଜ୍ ତଳୁ ଲୁହାବାଡ଼ ଭାଙ୍ଗିନେଲା ଭୁବନେଶ୍ବର : ଥାନାର ଦୂରତା ମାତ୍ର ତିନି ଶହ ମିଟର। କୋଭିଡ କଟକଣା ଲାଗି ରାଜରାସ୍ତାରେ କୁଆଡ଼େ ପୁଲିସ ଗାଡ଼ି ପଇଁତରା ମାରୁଛି। କିନ୍ତୁ ସ୍ପଷ୍ଟ ଦିବାଲୋକରେ ସମସ୍ତଙ୍କ ସାମ୍ନାରେ ଦୁର୍ବୃତ୍ତ ଲୁଟି ଚାଲିଛି ସରକାରୀ ସମ୍ପତ୍ତି। ଏହି ଘଟଣା କେଉଁ ଉପାନ୍ତ ଅଞ୍ଚଳରେ ନୁହେଁ, ବରଂ ରାଜଧାନୀର କେନ୍ଦ୍ରସ୍ଥଳ ରାଜମହଲ ଛକରେ ଘଟିଛି। କ୍ୟାପିଟାଲ ଥାନା ଅଞ୍ଚଳର ଏହି ଅଭାବନୀୟ ଚିତ୍ର […]

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେଵାଡା ଜିଲ୍ଲାରେ ଆଜି ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଗୁଳିବିନିମୟରେ ଜଣେ ଦୁର୍ଦାନ୍ତ ନକ୍ସଲର ମୃତ୍ୟୁ ହୋଇଥିବା ଏସପି ଅଭିଷେକ ପଲ୍ଲବ କହିଛନ୍ତି। ବିଶେଷ ସୂତ୍ରରୁ ଖବର ପାଇ ଡିଆରଜି ଯବାନ ପୋରଦେମ ଜଂଗଲରେ ଚଢାଉ କରିଥିଲେ। ଏହି ଜଙ୍ଗଲରେ ପୂର୍ବରୁ ନକ୍ସଲ କ୍ୟାମ୍ପ କରି ରହିଥିଲେ। ଯବାନଙ୍କୁ ଦେଖି ନକ୍ସଲ ଅତର୍କିତ ଗୁଳି ଚଳାଇଥିଲେ। ଯବାନ ମଧ୍ୟ […]

ଝାରସୁଗୁଡ଼ା : ପୂର୍ବତନ କୁଳପତିଙ୍କୁ ହତ୍ୟା। ମାତ୍ର ୧୦୦ ଟଙ୍କା ପାଇଁ ଚାଲିଗଲା ଜୀବନ। ସମ୍ବଲପୁର ବିଶ୍ଵ ବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଧ୍ରୁବରାଜ ନାୟକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। କେହି ଜଣେ ଦୁର୍ବୃତ୍ତ ପ୍ରଫେସର ଧ୍ରୁବରାଜ ନାୟକଙ୍କ କୁଅରମାଲ ସ୍ଥିତ ବାସଭବନରେ ଥିବାବେଳେ ଆକ୍ରମଣ କରିଥିଲା। ଆକ୍ରମଣ ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଝାରସୁଗୁଡା ସମଲେଶ୍ଵରୀ ନର୍ସିଂ ହୋମରେ ଭର୍ତ୍ତି କରାଯାଇଥିଲା। ତେବେ ମେଡିକାଲରେ ଧ୍ରୁବରାଜଙ୍କୁ ମୃତ […]

ଭୁବନେଶ୍ୱର: ଏସଟିଏଫ ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳରୁ ୨ କିଲୋ ୦୧୨ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି। ଏହି ବେଆଇନ ବ୍ରାଉନ ସୁଗାର କାରବାର ଘଟଣାରେ ଜଣେ ବ୍ୟକ୍ତିକୁ ଅଟକ ରଖିଥିବା ଜଣାଯାଇଛି। ସୂଚନା ଅନୁସାରେ ଭୁବନେଶ୍ୱର ଏସ୍‌ଟିଏଫକୁ ବିଶ୍ୱସ୍ତ ସୂଚନା ମିଳିଥିଲା ଯେ, ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳରେ ଜଣେ ବ୍ୟକ୍ତି ବ୍ରାଉନ ସୁଗାର କାରବାର କରୁଛି। ଏହା ପରେ ଏସ୍‌ଟିଏଫ୍ ତରଫରୁ ଯୋଜନାମୂଳକ ଭାବେ ଚଢ଼ାଉ […]

ଭୁବନେଶ୍ବର : କରୋନା ପାଇଁରାଜଧାନୀରେ ଏବେ ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ଯୋଗୁଁ ଅଧିକାଂଶ ଦୋକାନବଜାର ବନ୍ଦ ଅଛି। ମାତ୍ର ବେଧଡ଼କ ଚାଲିଛି ଦେହ ବେପାର। ରବିବାର ଦିନ ଲକ୍ଷ୍ମୀସାଗର ଥାନା ଅଞ୍ଚଳରୁ ଏକ ସେକ୍ସ ରୢାକେଟ୍ ଧରାପଡ଼ିବା ପରେ ଏହା ସ୍ପଷ୍ଟ ହୋଇଛି। ବୁଦ୍ଧେଶ୍ବରୀ କଲୋନିରେ ଥିବା ଏନ୍‌.କେ. ଗେଷ୍ଟହାଉସ୍‌ରେ ଚାଲିଥିଲା ଦେହ ବେପାର। ରାଜଧାନୀ ଭିତରୁ ଓ ବାହାରୁ ଆସି ଗ୍ରାହକ ମଉଜ କରୁଥିଲେ। ଦେହଜୀବୀଙ୍କୁ ଲଗାଇ ଦଲାଲ […]

କଟକ: କଲିକତାରୁ ଆସୁଥିବା ଫୁଲ ଗାଡ଼ିରେ ଓଡ଼ିଶାରୁ ଚାଲାଣ ହେଉଥିଲା ୭ ଲକ୍ଷ ଟଙ୍କାର ଗଞ୍ଜେଇ। କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ମଙ୍ଗୁଳି ଟୋଲ୍ ଗେଟ୍ ନିକଟରେ ଏକ ଟ୍ରକକୁ ଧରିବା ପରେ ଗଞ୍ଜେଇ ଚାଲାଣ କାରବାର ପର୍ଦ୍ଦାଫାଶ ହୋଇଛି। ବିଭାଗ ଏହି ମାମଲାରେ ଦୁଇ ଗଞ୍ଜେଇ ମାଫିଆ ପଶ୍ଚିମବଙ୍ଗ ପୂର୍ବ ମେଦିନିପୁରର ସେକ୍ ମୁକତାର(୨୯) ଏବଂ ଭୁବନେଶ୍ବର ମାଳିସାହିର ମେହେରୁନ୍ ବିବି(୪୯)କୁ ଗିରଫ କରିଛି। ଏମାନଙ୍କ ନିକଟରୁ ମୋଟ […]

Social media & sharing icons powered by UltimatelySocial