କୋରାପୁଟ: ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ବସ୍‌ ଶୁଭାରମ୍ଭ ବେଳେ ବ୍ରେକ୍ ଫେଲ୍ ହୋଇଛି। କୋରାପୁଟ ସହରରେ ଆଜି ସନ୍ଧ୍ୟାରେ ବସ୍‌ଟି ଭାରସାମ୍ୟ ହରାଇ ସ୍ଥାନୀୟ ବିଜୁ ପାଠାଗାରରେ ପଶିଛି। ଘଟଣାସ୍ଥଳରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସଂପୃକ୍ତ ବ୍ୟକ୍ତିଙ୍କର ପରିଚୟ ଜଣାପଡ଼ି ନାହିଁ। ସୂଚନା ଅନୁସାରେ ଆଜି କୋରାପୁଟ ଜ଼ିଲ୍ଲାର ବିଭିନ୍ନ ବ୍ଲକ୍‌ରୁ ୨୧୦ ଜଣ ବରିଷ୍ଠ ନାଗରିକମାନଙ୍କୁ ନେଇ ବିହାରର ଗୟା ଓ ଉତ୍ତରପ୍ରଦେଶର ବାରଣାସୀ ଯିବାର କାର୍ଯ୍ୟକ୍ରମ […]

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷ କୃତ୍ୟ ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଯୁବ ବୟସରେ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇ ସେ କାରାବରଣ କରିଥିଲେ। ଦେଶର ସ୍ୱାଧୀନତା ପାଇଁ ତାଙ୍କର ତ୍ୟାଗ ତାଙ୍କୁ ସ୍ମରଣୀୟ କରି ରଖିବ। ସ୍ୱାଧୀନତା ପରେ ମଧ୍ୟ ଜୀବନର ଶେଷ ସମୟ ପର୍ଯ୍ୟନ୍ତ […]

ଭୁବନେଶ୍ୱର: ରାଜଧାନୀର ମହାତ୍ମା ଗାନ୍ଧୀ ମାର୍ଗରେ ୭୫ତମ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ରଘୁବର ଦାସ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ରାଜ୍ୟପାଳ ରଘୁବର ଦାସ ଚିତ୍ତାକର୍ଷକ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି। ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଛନ୍ତି।ଏହି ଅବସରରେ ଆୟୋଜିତ ରଙ୍ଗାରଙ୍ଗ ପରେଡର ନେତୃତ୍ୱ ନେଉଛନ୍ତି ଆଇପିଏସ୍‌ ଅଫିସର […]

ଜଙ୍ଗଲଜାତ ଦ୍ରବ୍ୟ ଓ ଉତ୍ପାଦିତ ବିଭିନ୍ନ ସାମଗ୍ରୀ କିଣିପାରିବେ ଗ୍ରାହକ ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଆୟୋଜିତ ୧୧ଦିବସୀୟ ରାଜ୍ୟସ୍ତରୀୟ ଆଦିବାସୀ ମେଳା ଆଜି ଉଦ୍‌ଘାଟିତ ହୋଇଯାଇଛି। ସ୍ଥାନୀୟ ୟୁନିଟ-୧ ସ୍ଥିତ ଆଦିବାସୀ ପଡ଼ିଆରେ ଏହି ମେଳାର ଆୟୋଜନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏହାକୁ ଉଦ୍‌ଘାଟନ କରିଛନ୍ତି। ଏହି ମେଳା ଆଗାମୀ ଫେବୃଆରୀ ୫ […]

ଆଜି ଆସନ୍ତାବର୍ଷର ଆଲୋଚନା ‘କୋଉଠି ଖର୍ଚ୍ଚ କଲ, ଦେଖାଅ’ ଭୁବନେଶ୍ୱର : ଚଳିତ ବର୍ଷ ବିଏମ୍‌ସି ୭ଶହ କୋଟିର ବଜେଟ୍‌ ଉପସ୍ଥାପନ କରି ରେକର୍ଡ କରିଥିଲା। ଏହା ପରେ ଆର୍ଥିକ ବର୍ଷ ଶେଷ ଆଡ଼କୁ ଆଉ ୨୯୦ କୋଟିର ଅତିରିକ୍ତ ବଜେଟ୍‌ ଆଗତ କରିଥିଲା। ଅର୍ଥାତ୍‌ ପାଖାପାଖି ହଜାରେ କୋଟିର ବଜେଟ୍‌ ପ୍ରସ୍ତୁତ କରି ବିଏମ୍‌ସି ଅତୀତର ସବୁ ରେକର୍ଡ ଭାଙ୍ଗି ଦେଇଥିଲା। କୌତୁହଳପ୍ରଦ ହେଉଛି ୯ ମାସ ମଧ୍ୟରେ […]

ଭୁବନେଶ୍ୱର: ଓଜେଇଇ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି। ଚଳିତ ମେ’ ୬ରୁ ଏହା ଆରମ୍ଭ ହୋଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟ ଭିତରେ ୩୦ଟି ଓ ରାଜ୍ୟ ବାହାରେ ୩ଟି କେନ୍ଦ୍ରରେ ଓଜେଇଇ ପରୀକ୍ଷା ହେବ। ଏଥିପାଇଁ ଆଜିଠାରୁ ରେଜିଷ୍ଟ୍ରେସନ୍ ଆରମ୍ଭ ହୋଇଛି। ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ୍ ଚାଲିବ।

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ସରକାରୀ ବ୍ୟବସ୍ଥା ସଂପର୍କରେ ନାନା ତଥ୍ୟ ସାମ୍ନାକୁ ଆସୁଛି। ଏଥର ନିର୍ବାଚନ ପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନୂଆ ବ୍ୟବସ୍ଥା କରାଯାଇଛି। ଘରେ ରହି ବୟସ୍କ, ଦିବ୍ୟାଙ୍ଗ ଓ ଅସୁସ୍ଥ ଭୋଟର ଭୋଟ୍ ଦେବେ। ୮୦ ବର୍ଷରୁ ଅଧିକ ବୟସ୍କ, ୪୦ ବର୍ଷରୁ କମ୍ ବୟସ୍କ ଦିବ୍ୟାଙ୍ଗ ଓ ଅସୁସ୍ଥ ହୋଇ ଘରେ ରହିଥିଲେ, ସେମାନଙ୍କ ପାଇଁ ହୋମ୍ ଭୋଟିଂର ବ୍ୟବସ୍ଥା […]

ଭୁବନେଶ୍ୱର: ଆସନ୍ତା ୨୭ ତାରିଖରେ ସମଲେଇ ପ୍ରକଳ୍ପ ଉଦଘାଟିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଲୋକାର୍ପଣ କରିବେ। ମା’ଙ୍କ ପୀଠକୁ ନୂଆ ରୂପରେ ଦେଖିବାକୁ ପାଇବେ ଶ୍ରଦ୍ଧାଳୁ। ସମଲେଇ ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆସନ୍ତା୨୭ ତାରିଖକୁ ଛୁଟି ଘୋଷଣା କରିଛନ୍ତି। ଏହି ଦିନ ସାରା ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ (ସ୍କୁଲ ଓ କଲେଜ) ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। […]

ଭୁବନେଶ୍ୱର: ରାଜଧାନୀରେ ଏକ ମିନି ୱେଦର ଷ୍ଟେସନ ଖୋଲିଛି। ହାଇଦ୍ରାବାଦରେ ଅବସ୍ଥାପିତ ଆମେରିକା କନସୁଲେଟ ଜେନେରାଲଙ୍କ ସହଯୋଗ ଓ ନ୍ୟୁୟର୍କର ସିଟି ୟୁନିଭର୍ସିଟି ସହାୟତାରେ ବକୁଳ ଲାଇବ୍ରେରୀ ପରିସରରେ ଏହି ୱେଦର ଷ୍ଟେସନ ସ୍ଥାପନ କରାଯାଇଛି। ଏହି ମିନି ପାଣିପାଗ କେନ୍ଦ୍ର ଦ୍ୱାରା ପବନର ବେଗ, ଗତିବିଧି, ଗୁଳୁଗୁଳି ଆକଳନ କରିହେବ। ଏହାସହ ବର୍ଷାର ପରିମାଣ, ବାରୋମେଟ୍ରିକ ପ୍ରେସର ନେଇ ସୂଚନା ମିଳିପାରିବ।ସୌରଚାଳିତ ଏହି ମିନି ୱେଦର ଷ୍ଟେସନରେ ୱେରଲେସ୍ […]

ଭୁବନେଶ୍ୱର: ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଳକର ଦ୍ଵାରଶୁଣୀ ଘାଟି ପାଲଟିଛି ମରଣଯନ୍ତା। ବାଙ୍ଗିରିପୋଷି ଦ୍ଵାରଶୁଣୀ ଘାଟିରେ ୩ ରାତି ଯାତ୍ରା ପରିବେଷଣ କରି ଧଉଳି ଗଣନାଟ୍ୟର ଟ୍ରକ୍ ବାରିପଦା ଅଭିମୁଖେ ଯାଉଥିଲା ବେଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୬ ଜଣ ପ୍ରାଣ ହରାଇଥିବା ବେଳେ ୬ ଜଣ ଗୁରୁତର ହୋଇଛିନ୍ତି। ଏହି ଗାଡ଼ିରେ ମୁଖ୍ୟତଃ ଲାଇଟ୍ ଓ ସାଉଣ୍ଡ ସରଞ୍ଜାମ ଯାଉଥିଲା। ଟ୍ରକରେ ୧୩-୧୫ ଜଣ […]

Social media & sharing icons powered by UltimatelySocial