ନାଲକୋନଗର: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ଗ୍ରାମର ଭାଲୁଧରି ସାହିରେ ପାରିବାରିକ କଲହରୁ ଧାରୁଆ ଅସ୍ତ୍ରରେ ମା’ର ବେକ କାଟିଛି ନିଜ ଜନ୍ମ କଲା ପୁଅ। ପରେ ପୁଅ ନିଜ ବେକରେ ରସି ଲଗେଇ ଆତ୍ମହତ୍ୟା କରିବା ଘଟଣା ଶନିବାର ଠାରୁ ଚର୍ଚ୍ଚାର ବିଷୟ ପାଲଟିଛି। ମୃତକ ହେଲେ ଦ୍ରୌପଦୀ ସାହୁ (୭୦) ଓ ତାଙ୍କର ପୁଅ ରଂଜିତ (୩୧)। ପୁଲିସ ସୂତ୍ରରୁ ପ୍ରକାଶ ବଅଁରପାଳ ବ୍ଲକ […]
ସୋର: ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ପାଖର ପଞ୍ଚାୟତ ବେଲପୁର ଗ୍ରାମର ଜଣେ ଶିଶୁକନ୍ୟା ଖେଳୁଥିବା ବେଳେ ପୋଖରୀରେ ପଡ଼ି ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ପାଖର ପଞ୍ଚାୟତ ମଲ୍ଲିପୁର ଗ୍ରାମର ସ୍ବର୍ଗତ ନରବୀର ରଣାଙ୍କ ସ୍ତ୍ରୀ ଓ ଝିଅ ତାଙ୍କ ମାମୁଁ ଘର ବେଲପୁରରେ ରହୁଥିଲେ। ଆଜି ସକାଳେ ଝିଅ ବଦ୍ରି ଖେଳୁଥିବା ବେଳେ ନିକଟସ୍ଥ ଗଡ଼ିଆରେ ପଡିଯାଇଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ ପରିବାର ଲୋକେ ବଦ୍ରିକୁ ବିଭିନ୍ନ […]
ପୁରୀ: ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରରେ ପୁଣି ଜଣେ ବିଦେଶୀ ନାଗରିକ ପ୍ରବେଶ କରିଛନ୍ତି। ଶନିବାର ଅପରାହ୍ଣରେ ବିଦେଶୀ ନାଗରିକ ଶ୍ରୀମନ୍ଦିର ଭିତରେ ବୁଲାବୁଲି କରୁଥିଲେ। ସଂପୃକ୍ତ ବିଦେଶୀ ନାଗରିକଙ୍କ ନାମ ଥୋମାସ ଓ ସେ ବ୍ରିଟେନ୍ ନିବାସୀ ଅଟନ୍ତି। ତାଙ୍କର ଡ୍ରାଇଭିଂ ଲାଇସେନ୍ସରୁ ଏହା ଜଣାପଡ଼ିଛି। ସିଂହଦ୍ୱାର ଥାନା ପୁଲିସ ଥୋମାସଙ୍କୁ ଅଟକ ରଖି ପଚରାଉଚରା କରୁଛି। ତେବେ ଶ୍ରୀମନ୍ଦିରରେ ବିଦେଶୀ ନାଗରିକ ଓ ଅଣହିନ୍ଦୁଙ୍କ ପ୍ରବେଶ ନୂଆ […]
ତିଆରି ହେଲା ୪ଚକର ମଝି ଅଂଶ ‘ଗୋଟା’ ଭୁବନେଶ୍ୱର: ଚୈତ୍ରମାସ ଶୁକ୍ଳପକ୍ଷ ଅଷ୍ଟମୀ ବା ‘ଅଶୋକାଷ୍ଟମୀ’ରେ ହେବ ପ୍ରଭୁ ଲିଙ୍ଗରାଜଙ୍କ ରଥାଯାତ୍ରା। ଏକାମ୍ର କ୍ଷେତ୍ରାଧିପତିଙ୍କ ପ୍ରସିଦ୍ଧ ଏହି ଯାତ୍ରାକୁ ଚାତକ ପରି ଚାହିଁ ରହିଛନ୍ତି ପୁରୁଣା ଭୁବନେଶ୍ବରବାସୀ। ଗତ ଶୁକ୍ରବାର ରଥକାଠ ଅନୁକୂଳ ପରେ ରଥଖଳାରେ ଚାଲିଛି ରଥା ନିର୍ମାଣ କାର୍ଯ୍ୟ। ରୁକୁଣା ରଥଯାତ୍ରାକୁ ଆଉ ମାତ୍ର ୧୮ ଦିନ ଥିବା ବେଳେ ଚଳଚଞ୍ଚଳ ହୋଇଛି ରଥ ଖଳା। ଅନୁକୂଳ […]
ନୂଆଦିଲ୍ଲୀ: କଂଗ୍ରେସକୁ ଲାଗୁଛି ଝଟକା ଉପରେ ଝଟକା। ଟିକସ ପୁନଃମୂଲ୍ୟାଙ୍କନ ପାଇଁ ଆୟକର ବିଭାଗ ପଠାଇଥିବା ନୋଟିସ ବିରୋଧରେ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲା ଦଳ। ହେଲେ ଆବେଦନକୁ ଖାରଜ କରିଥିଲେ ହାଇକୋର୍ଟ। ଏହାର କିଛି ଘଣ୍ଟା ପରେ ଆୟକର ବିଭାଗ ଦଳକୁ ୧୭୦୦କୋଟି ଟଙ୍କାର ନୋଟିସ ପ୍ରଦାନ କରିଛି। କଂଗ୍ରେସ ନେତା ବିବେକ ତନଖା ଏହି ସୂଚନା ଦେଇଛନ୍ତି। ସୂଚନାନୁସାରେ, ୨୦୧୭-୧୮ରୁ ୨୦୨୦-୨୧ ଆୟକର ମୂଲ୍ୟାଙ୍କନ ବର୍ଷ ପାଇଁ […]
ଭୁବନେଶ୍ୱର: ଦିନ ସହ ବଢ଼ୁଛି ରାତିର ତାପମାତ୍ରା। ରାଜ୍ୟରେ ସ୍ୱାଭାବିକ ଠାରୁ ୩ ରୁ ୪ ଡିଗ୍ରି ଉପରେ ପାରଦ। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାତିରୁ ମିଳିବନି ନିସ୍ତାର। ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆହୁରି ମଧ୍ୟ କୁହାଯାଇଛି ଯେ ଉପକୂଳ ଓଡ଼ିଶାରେ ତାତି ସହ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବ। ଲୋକେ ସନ୍ତୁଳି ହେବେ। ଦିନ ୧୦ ଟାରୁ ଅପରାହ୍ନ ୩ ଟାକୁ […]
ନୀଳଗିରି: ନୀଳଗିରି ବିଧାୟକ ସୁକାନ୍ତ ନାୟକ ବିଜେପିରୁ ଇସ୍ତଫା ଦେଇଛନ୍ତି। ରାଜ୍ୟ ବିଜେପି ସଭାପତିଙ୍କୁ ନିଜ ଇସ୍ତଫାପତ୍ର ପଠାଇ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ସୁକାନ୍ତ। ତେବେ ସେ କାହିଁକି ବିଜେପି ଛାଡ଼ିଲେ ସେନେଇ କୌଣସି ଟିପ୍ପଣୀ ଦେଇନାହାନ୍ତି। ଏହାପୂର୍ବରୁ ୨୦୧୯ରେ ବିଜେପି ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ସୁକାନ୍ତ। ଏହାପୂର୍ବରୁ ୨୦୧୪ରେ ବିଜେଡି ଟିକେଟରୁ ମଧ୍ୟ ବିଧାୟକ ହୋଇଥିଲେ ସେ। କିନ୍ତୁ ୨୦୧୯ରେ ଦଳ ଟିକେଟ […]
ଶ୍ରୀନଗର: ଗଭୀର ଖାତକୁ ଖସିଲା କ୍ୟାବ୍। ଭିତରେ ଥିବା ୧୦ଜଣ ଯାତ୍ରୀଙ୍କ ହେଲା ମୃତ୍ୟୁ। ଶୁକ୍ରବାର ଦିନ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଏକ ଯାତ୍ରୀବାହୀ କ୍ୟାବ ଗଭୀର ଖାତକୁ ଖସି ପଡ଼ିବାରୁ ୧୦ଜଣଙ୍କର ଜୀବନ ଯାଇଥିବା ଜଣାଯାଇଛି। ମିଳିଥିବା ସୂଚନା ମୁତାବକ, ଜମ୍ମୁ କଶ୍ମୀରର ରାମବନ୍ ଅଞ୍ଚଳର ବ୍ୟାଟେରୀ ଚଷମା ନିକଟରେ ଏହି ଦୁର୍ଘଟଣା ଘଟିଛି ଏବଂ ଗାଡିଟି ପ୍ରାୟ ୩୦୦ମିଟର ତଳକୁ ଖସିପଡିଥିବା […]
ଭୁବନେଶ୍ୱର: ୨୦୧୫ ମସିହାରେ ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀବିହାରରେ ଘଟିଥିବା ବହୁଚର୍ଚ୍ଚିତ ତଥା ଚାଞ୍ଚଲ୍ୟକର ଡାକ୍ତର ଦମ୍ପତି ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଭୁବନେଶ୍ୱର ଅତିରିକ୍ତ ସେସନ୍ସ କୋର୍ଟ(୨) ବିଚାରପତି ବନ୍ଦନା କର ୫ ଆସାମୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ଡକାୟତି କରିବାକୁ ଯାଇ ବୃଦ୍ଧ ଡାକ୍ତର ଦମ୍ପତିଙ୍କୁ ବଡ଼ ବୀଭତ୍ସ ଭାବେ ଚାପଡ଼ରେ ହାଣି ହତ୍ୟା କରିଥିବା ଆସାମୀମାନେ ହେଲେ କିଶୋର ଚନ୍ଦ୍ର ବେହେରା ଓରଫ୍ ଟିମ୍ଫା, ମହମ୍ମଦ […]
ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ନୂଆ ଲଢୁଆ ବିମାନ ତେଜସ୍ ମାକ୍-୧ଏ ଗୁରୁବାର ବେଙ୍ଗାଲୁରୁରେ ଏହାର ପ୍ରଥମ ଉଡ଼ାଣ ସଫଳତାର ଶେଷ କରିଛି। ବେଙ୍ଗାଲୁରୁସ୍ଥିତ ଡିଆରଡିଓ ଲ୍ୟାବରେ ଏରୋନଟିକାଲ ଡେଭଲପମେଣ୍ଟ ଏଜେନ୍ସି ଏହାକୁ ବିକଶିତ କରିଛି। ଗତ କିଛି ଦିନ ହେବ ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡର କାରଖାନାରେ ଏହାର ଟ୍ୟାକ୍ସି ଟ୍ରାଏଲ ଚାଲିଥିଲା। ତେଜସ୍ ମାର୍କ-୧ଏର ପ୍ରଥମ ଉଡ଼ାଣ ୧୮ ମିନିଟ୍ ଧରି ଚାଲିଥିଲା ଏବଂ ହାଲ୍ ର ମୁଖ୍ୟ ଟେଷ୍ଟ […]