ଅଯୋୖଲ: ମିଜୋରାମର ଲେଙ୍ଗପୁଇ ବିମାନବନ୍ଦରରେ ଟର୍ମିନାଲରେ ପହଞ୍ଚିବା ପୂର୍ବରୁ ମିଆଁମାରର ଏକ ସାମରିକ ବିମାନ ରନୱେରୁ ଖସିଯିବା ପରେ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏହି ଦୁର୍ଘଟଣାରେ ଅତି କମରେ ଦୁଇ ଜଣ ଆହତ ହୋଇଛନ୍ତି। ଆଜି ସକାଳ ପ୍ରାୟ ୧୦.୧୯ ସମୟରେ ଏହି ଘଟଣା ଘଟିଛି। ସୂଚନାନୁସାରେ, ମିଆଁମାର ସେନା ଏବଂ ନାଗରିକ ସେନା ମଧ୍ୟରେ ସଂଘର୍ଷ ହେତୁ ଲଙ୍ଗଟଲାଇ ଜିଲ୍ଲାରୁ ପଳାୟନ କରିଥିବା ମିଆଁମାର ସୈନିକମାନଙ୍କୁ ଏହି […]

ସାଢ଼େ ୫ ବର୍ଷ ପରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲାନି, ବଢ଼ୁନି ଟ୍ରେନ୍‌ ସଂଖ୍ୟା ଚନ୍ଦ୍ରଶେଖରପୁର: ଜୁଲାଇ ୭, ୨୦୧୮। ‌ରେଳବାଇ କ୍ଷେତ୍ରରେ ଭୁବନେଶ୍ୱରବାସୀଙ୍କ ପାଇଁ ଐତିହାସିକ ଦିନ ଥିଲା। ସହରରେ ବଢ଼ୁଥିବା ଜନସଂଖ୍ୟାକୁ ଦୃଷ୍ଟିରେ ରଖି ମଞ୍ଚେଶ୍ୱର ଓ ବାରଙ୍ଗ ଷ୍ଟେସନ୍‌ ମଝିରେ ଭୁବନେଶ୍ୱର ନୂଆ ରେଳଷ୍ଟେସନ୍‌ ପ୍ରତିଷ୍ଠା ହୋଇଥିଲା। ମାଷ୍ଟରକ୍ୟାଣ୍ଟିନ୍‌ଠାରେ ଥିବା ଭୁବନେଶ୍ୱର ରେଳ ଷ୍ଟେସନଠାରୁ ୧୪ କିମି ଦୂରରେ ନିର୍ମାଣ ହୋଇଥିବା ଏହି ଷ୍ଟେସନ୍‌ ଉତ୍ତର ଭୁବନେଶ୍ୱର […]

ନିରାକାରପୁର: ପ୍ରାୟ ୮୦ଏକର ଜାଗା ପାଇଁ ତିଆରି ହୋଇଥିଲା ଅଧକୋଟିର ଉଠାଜଳସେଚନ ପ୍ରକଳ୍ପ। ଟାଙ୍ଗୀ ବ୍ଲକ୍‌ ରାମେଶ୍ୱର ପଞ୍ଚାୟତର ତାଳପଡ଼ା, ମିରିଗଦୟଣୀ, ଗୁଡ଼ବେଡ଼ିଆଦି ଗାଁ’ର ୨୦୦ ଅଧିକ ଚାଷୀ ଏଥିରୁ ଉପକୃତ ହେବେ ବୋଲି ସ୍ୱପ୍ନ ରହିଥିଲା। କିନ୍ତୁ, ବର୍ଷକ ପୂର୍ବରୁ ପ୍ରକଳ୍ପ ଠପ୍‌ ହୋଇଯାଇଛି। ଅଧକୋଟିର ସେଚ ପ୍ରକଳ୍ପରେ ଏବେ କଳଙ୍କି ଲାଗିଲାଣି। ପ୍ରକଳ୍ପର ଏମିତି ଅବସ୍ଥା ହେବାର କାରଣ ହେଉଛି, ବିଦ୍ୟୁତ୍‌ ବିଲ୍। ପ୍ରକଳ୍ପ କରିବା ପୂର୍ବରୁ […]

ଖଣ୍ଡଗିରି: ବିଶ୍ୱସ୍ତରୀୟ ବରମୁଣ୍ଡା ବସ୍‌ ଟର୍ମିନାଲ(ଆଇଏସ୍‌ବିଟି) ନିର୍ମାଣ ଚାଲିଛି। ଏଇ ମାସରେ ହିଁ ଲୋକାର୍ପିତ ହେବ। କିନ୍ତୁ ଏହା ଭିତରକୁ ପ୍ରବେଶ କିମ୍ବା ପ୍ରସ୍ଥାନ କରିବାକୁ ଥିବା ସର୍ଭିସ୍‌ ରୋଡ୍‌ର ଅବସ୍ଥା ଅତ୍ୟନ୍ତ ଖରାପ। ୧୬ ନମ୍ବର ଜାତୀୟ ରାଜପଥର ସର୍ଭିସ୍‌ ‌ରୋଡ ମଝିରେ ବସ୍‌ ଧୁଆ ହେଉଛି। ରାସ୍ତା କଡ଼ରେ ଅଳିଆ ଗଦା ହୋଇଛି। ସନ୍ଧ୍ୟା ହେଲେ ରାସ୍ତାକଡ଼ରେ ବସ୍‌ ପାର୍କିଂ ହେଉଛି। ଅଟୋ କଥା ନ କହିଲେ […]

ଭୁବନେଶ୍ୱର: ୨୦୨୩ ପାଇଁ ରାଜ୍ୟପାଳ ପୁଲିସ ପଦକ ଘୋଷଣା ହୋଇଛି। ୨୦ଜଣ ପୁଲିସ ଅଧିକାରୀଙ୍କୁ ଏହି ସମ୍ମାନଜନକ ପଦକ ମିଳିବ। ଏଥିରେ ୨ଜଣ ଆଇଜିଙ୍କୁ ରାଜ୍ୟପାଳ ପୁଲିସ ପଦକ ମିଳିବ। ଏହି କ୍ରମରେ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲଙ୍କୁ ଏବଂ କ୍ରାଇମବ୍ରାଞ୍ଚ ଆଇଜି ସଫିନ୍ ଅହମ୍ମଦଙ୍କୁ ଏହି ସମ୍ମାନଜନକ ପଦକ ମିଳିବ। ଗଞ୍ଜାମ ଓ ସମ୍ବଲପୁର ଏସପିଙ୍କୁ ମଧ୍ୟ ଏହି ସମ୍ମାନଜନକ ପଦକ ମିଳିବାର ସୂଚନା ରହିଛି।

ଭୁବନେଶ୍ୱର : କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ ଆଣି ଆଶୟୀମାନେ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ମହାଲମାଣ୍ଡା ପ୍ରସଙ୍ଗକୁ ନେଇ ରାଜନୀତି ତୀବ୍ର ହୋଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରେ ବିଜେପି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି। ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର କହିଛନ୍ତି, ଓଡ଼ିଶାର ନିଯୁକ୍ତି ଆଶାୟୀ ଯୁବକ-ଯୁବତୀ ଏହି ମହାଲମାଣ୍ଡା ସରକାର ଚାଲିଥିବାରୁ ଚାକିରି ପାଇବାରୁ ବଞ୍ଚିତ ହୋଇଛନ୍ତି। ରାଜ୍ୟ ସରକାର ଯେତେବେଳେ ଆବେଦନପତ୍ର ଗ୍ରହଣ […]

ଭୁବନେଶ୍ୱର: କେନ୍ଦ୍ର ଆୟୁଷ ଏବଂ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଆଜି ଭୁବନେଶ୍ୱରରେ ଭବିଷ୍ୟତର ଆୟୁଷ ପେସାଦାରଙ୍କ ମାନବ ସମ୍ବଳ ବିକାଶ ପାଇଁ ପ୍ରଥମ କେନ୍ଦ୍ର ‘ଆୟୁଷ ଦୀକ୍ଷା’ର ଶିଳାନ୍ୟାସ କରିଛନ୍ତି। ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଆୟୁର୍ବେଦ ଗବେଷଣା ପ୍ରତିଷ୍ଠାନ (ସିଏଆରଆଇ) ପରିସରରେ ଏହି ଅତ୍ୟାଧୁନିକ କେନ୍ଦ୍ର ନିର୍ମାଣ କରାଯିବ। ଏହି ଅବସରରେ ଶ୍ରୀ ସର୍ବାନନ୍ଦ ସୋନୋୱାଲ କହିଲେ ଯେ ଗତ ୧୦ ବର୍ଷ ମଧ୍ୟରେ […]

ଲେକ୍‌ ଜୋନ୍‌ ପାଇଁ ଅଧିଗ୍ରହଣ କଲେ, ସରକାରଙ୍କ ଖାତାକୁ ନେଲେନି ଭୁବନେଶ୍ୱର: ଲେକ୍‌ ଜୋନ୍‌ ପାଇଁ ଅଧିଗ୍ରହଣ କଲେ। ହେଲେ ସରକାରୀ ଖାତାକୁ ନେଲେ ନାହିଁ କିମ୍ବା ବ୍ୟବହାର ମଧ୍ୟ କଲେ ନାହିଁ। ବର୍ଷ ବର୍ଷ ପଡ଼ିବା ପରେ ଦଲାଲ ଲାଗିଗଲେ। ମୂଳ ମାଲିକଙ୍କ କାଗଜପତ୍ର ଜାଲ୍‌ କରି ସରକାରଙ୍କ ଜମିକୁ ବିକିଦେଲେ। ମୂଳ ମାଲିକ କ୍ଷତିପୂରଣ ‌ନେଇ ଚାଲିଗଲେ। ଦଲାଲ୍‌ କୋଟି କୋଟି ଟଙ୍କା ରୋଜଗାର କଲା। ଏହା […]

ଭୁବନେଶ୍ୱର: କୁଆଖାଇରେ‌ ବହୁ ପ୍ରତୀକ୍ଷିତ ବ୍ୟାରେଜ୍‌ ନିର୍ମାଣ ଆରମ୍ଭ ହୋଇଛି। ଭୂତଳ ଜଳସ୍ତର ବୃଦ୍ଧି ସହ ସହରକୁ ପାନୀୟ ଜଳ ଯୋଗାଣରେ ଏହା ପ୍ରମୁଖ ଭୁମିକା ନିର୍ବାହ କରିବାକୁ ଯାଉଛି। କିନ୍ତୁ ଯେଉଁ ବେଗରେ ଏହା ନିର୍ମାଣ ଚାଲିଛି ତାହା ଧାର୍ଯ୍ୟ ସମୟରେ ସରିବ କି ନାହିଁ ସେ ନେଇ ସନ୍ଦେହ ପ୍ରକାଶ ପାଇଛି। ୨୦୨୪ ମେ ମାସ ସୁଦ୍ଧା ବ୍ୟାରେଜ୍‌ କାମ ସାରିବାକୁ ଯୋଜନା ହୋଇଥିଲା। ଆଗକୁ ବର୍ଷା […]

ବସ୍ତା: ନଦୀରୁ ଉଦ୍ଧାର ହେଲା ଡଲଫିନ। ପୋଖରୀରେ ଛାଡ଼ିଲେ ଗାଁ ଲୋକ। ଡଲଫିନକୁ ନଦୀରୁ ଉଦ୍ଧାର କରିବା ପରେ କାନ୍ଧରେ ଧରି ଗାଁଦାଣ୍ଡରେ ବୁଲିଲେ। ପରେ ଗାଁ ଲୋକେ ନଳବାର ଗାଁ ମଠ ପୋଖରୀରେ ଡଲଫିନକୁ ଛାଡ଼ି ଦେଇଥିଲେ। ବାଲେଶ୍ୱର ଜିଲ୍ଲାର ବସ୍ତା ଅଞ୍ଚଳରେ ଦେଖିବାକୁ ମିଳିଛି ଏମିତି ଅଭାବନୀୟ ଦୃଶ୍ୟ।

Social media & sharing icons powered by UltimatelySocial