ଅଯୋଧ୍ୟା: ଆଜି ଅଯୋଧ୍ୟାରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଔପଚାରିକଭାବେ ‘ଦୀପୋତ୍ସବ’ ଭାବେ ସୁପରିଚିତ ଦୀପାବଳି ଉତ୍ସବ ଉଦ୍‌ଘାଟନ କରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କେତେଗୁଡ଼ିଏ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହ ପ୍ରାଚୀନ ସହର ଅଯୋଧ୍ୟାର ସାମଗ୍ରିକ ବିକାଶ ଆଧାରିତ ‘ଅଯୋଧ୍ୟା ଭିଜନ୍‌ ଡକ୍ୟୁମେଣ୍ଟ୍‌’ ରିଲିଜ୍‌ କରିବେ। ସୂଚନାଯୋଗ୍ୟ ସୋମବାର ସନ୍ଧ୍ୟାରୁ ପ୍ରାଚୀନ ନଗରୀ ଅଯୋଧ୍ୟାରେ ମହାଆଡ଼ମ୍ବରରେ ଦୀପୋତ୍ସବ ପାଳନ ଆରମ୍ଭ ହୋଇଛି। ଏହି ଅବସରରେ ‘ରାମ୍‌ […]

ଚୌଦ୍ବାର: ପ୍ରସିଦ୍ଧ ଚୌଦ୍ବାର ରୂପଯାତ୍ରା ଭସାଣି ଉତ୍ସବ ଆଜି ଶେଷ ହୋଇଛି। ମହାମାରୀ କରୋନା ପାଇଁ ଉତ୍ସବରେ ସରକାରଙ୍କ ପକ୍ଷରୁ କଟକଣା ଲାଗି ଥିବା ବେଳେ ପୁଲିସ ପ୍ରଶାସନ ପକ୍ଷରୁ ୪ ପ୍ଲାଟୁନରୁ ଅଧିକ ଫୋର୍ସ ମୁତୟନ କରାଯାଇଥିଲା। ଆଜି ସକାଳ ୯ ଟାରୁ ମଧ୍ୟାହ୍ନ ୨ଟା ମଧ୍ୟରେ ବିରୂପା ନଦୀ କୂଳ ଅସ୍ଥାୟୀ ପୋଖରୀରେ ମୂର୍ତ୍ତି ବିସର୍ଜନ କରାଯାଇଥିଲା। କ୍ରମାନ୍ବୟରେ ସମସ୍ତ ମେଢ ନିଜ ନିଜ ମଣ୍ତପରୁ ବାହାରି […]

ମୂର୍ତ୍ତି ବିସର୍ଜନରେ ମଧ୍ୟ ଜାରି ରିହବ କଟକଣା ଭୁବନେଶ୍ୱର: ଗତକାଲି ଦଶହରାର ଅନ୍ତିମ ଦିନରେ ଉଭୟ ଶକ୍ତିପୀଠ ଓ ମଣ୍ଡପରେ ମୃଣ୍ମୟୀ ମୂର୍ତ୍ତିଙ୍କ ପାଖରେ ଦଶହରା ପୂଜା କରାଯାଇଛି। କରୋନା ଯୋଗୁଁ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ମଧ୍ୟରେ ନିରାଡମ୍ବର ଭାବେ ରାଜ୍ୟର ବିଭିନ୍ନ ଭାଗରେ ଦଶମୀ ପୂଜା ଶେଷ ହୋଇଛି। ଆଜି ଭଷାଣୀ। ଧରାପୃଷ୍ଠରୁ ବିଦାୟ ନେବେ ମା’ ଦୁର୍ଗା। ଚଳିତ ବର୍ଷ ମହାମାରୀ ପାଇଁ ଲୋକଙ୍କ […]

ଭୁବନେଶ୍ୱର: ମହାମାରୀ କରୋନା କଟକଣା ପାଇଁ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପାର୍ବଣର ମାହୋଲ ‌ସାରା ରାଜ୍ୟରେ ଦେଖିବାକୁ ମିଳୁନାହିଁ। ମହାମାରୀ ନେଇ ପ୍ରଶାସନ ଜାରି କରିଥିବା ସମସ୍ତ କଟକଣା ସହକାରେ ପୂଜା କରାଯାଉଛି। କେବଳ ଦେବୀ ଦୁର୍ଗାଙ୍କ ନୀତିକାନ୍ତି କରାଯାଉଥିବା ବେଳେ, ସାଧାରଣ ଦର୍ଶନ ବନ୍ଦ। ସଂକ୍ରମଣ ଆଶଙ୍କା‌ରେ ପୂଜା ମଣ୍ଡପଗୁଡ଼ିକରେ ୭ ଜଣରୁ ଅଧିକ ରହି‌ବେ ନାହିଁ ବୋଲି ରାଜ୍ୟ ସରକାର ନିୟମ କରିଛନ୍ତି। […]

କୋଭିଡ ଗାଇଡଲାଇନ୍ ମଧ୍ୟରେ ଚାଲିଛି ମା’ଙ୍କ ପୂଜା ଭୁବନେଶ୍ୱର: ବେଦ, ମନ୍ତ୍ର ପାଠରେ କମ୍ପୁଛି ଚତୁର୍ଦ୍ଦିଗ। ଧୂପ, ଦୀପ, ନୈବେଦ୍ୟରେ ମହକି ଉଠୁଛି ପୂଜା ମଣ୍ଡପ। ମହାଅଷ୍ଟମୀରେ ମହାମାୟାଙ୍କ ଚାଲିଛି ପୂଜାର୍ଚ୍ଚନା। କୋଭିଡ କଟକଣାରେ ମଣ୍ଡପର ତିନିପଟ ଆବଦ୍ଧ କରାଯାଇ ସୀମିତ ସଂଖ୍ୟକ ପୂଜକ ଓ କର୍ମକର୍ତ୍ତାଙ୍କୁ ନେଇ ଚାଲିଛି ପୂଜାର୍ଚ୍ଚନା। ଜଗଜ୍ଜନନୀ ମା’ ଦୁର୍ଗାଙ୍କର ଆରାଧନା କୋଭିଡ୍ କଟକଣା ଭିତରେ ପାଳନ ହେଉଛି। ମା’ ଦଶଭୂଜାଙ୍କର ସମସ୍ତ ନୀତିକାନ୍ତି […]

ଘରେ ପହଞ୍ଚିବ ମା’ଙ୍କ ଖେଚୁଡ଼ି ଭୋଗ ଭୁବନେଶ୍ବର: ୨୧ ବର୍ଷରେ ପଦାର୍ପଣ କରିଛି ଚକେଇସିଆଣି ଦୁର୍ଗାପୂଜା। ଏଠାରେ ମା’ଙ୍କ ପୂଜା ବିଧି ପାରମ୍ପରିକ ରୀତିନୀତିରେ ଅନୁଷ୍ଠିତ ହେଉଥିଲେ ହେଁ କିଛି ସ୍ବତନ୍ତ୍ରତା ରହିଛି। ମହାଷ୍ଟମୀ ପୂଜାରେ ଅନ୍ୟ ପୂଜାମଣ୍ଡପ ଭଳି ଏଠାରେ ବି ମା’ଙ୍କ ପାଖରେ ପାଣିକଖାରୁ ବଳି ପଡ଼ିବା ବିଧି ରହିଛି। କିନ୍ତୁ ଏଠାରେ ଏହି ତିଥି ପୂଜାରେ ମା’ଙ୍କୁ ଡାଲା ଭୋଗ ଲାଗି ହେବା ଏକ ନିଆରା […]

ଭୁବନେଶ୍ବର : ପାରମ୍ପରିକ ଲୋକନୃତ୍ୟରେ ଚଳଚଞ୍ଚଳ ହୋଇଥିଲା ରବୀନ୍ଦ୍ର ମଣ୍ଡପ। ଅବସର ଥିଲା ଭାରତ ସ୍ବାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଲୋକକଳା ଗ୍ରାମ ମହୋତ୍ସବ-୨୦୨୧। ବଲାଙ୍ଗୀରର ଶବର ସଉରା ମାନଙ୍କର ପାରମ୍ପରିକ ନୃତ୍ୟରୁ ଆରମ୍ଭ ହୋଇଥିଲା ଆଜି ସଂଧ୍ୟାର କାର୍ଯ୍ୟକ୍ରମ। ଏହାକୁ ବଲାଙ୍ଗୀର ପୁଇଁତଳା ଗ୍ରାମର କୃଷ୍ଣପ୍ରିୟା କଳା ପରିଚୟର କଳାକାରମାନେ ପରିବେଷଣ […]

କୋଭିଡ୍‌ କଟକଣା ମାନିବା ଓ ଭସାଣି ଶୋଭାଯାତ୍ରା ନ ହେବା ଉପରେ ଗୁରୁତ୍ତ୍ଵ ଭୁବନେଶ୍ୱର : ଚଳିତ ବର୍ଷ ମଧ୍ୟ ଦୁର୍ଗାପୂଜା ଜାକଜମକରେ ପାଳନ କରାଯିବ ନାହିଁ। କୋଭିଡ୍‌ କଟକଣା ମଧ୍ୟରେ ପୂର୍ବଥର ଭଳି ନିରାଡ଼ମ୍ବରରେ ସହ ପାଳନ ହେବ। ଭସାଣି ଉତ୍ସବ ହେବନାହିଁ, କେବଳ ମୂର୍ତ୍ତି ବିସର୍ଜନ ହେବ। ଦୁର୍ଗାପୂଜାକୁ ନେଇ କମିସନରେଟ୍‌ ପୁଲିସ ମୁଖ୍ୟାଳୟରେ ଅନୁଷ୍ଠିତ ପୂଜା କମିଟି ଓ ସିପିଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏଭଳି […]

ପୁରୁଣା ଭୁବନେଶ୍ବର : ଆସନ୍ତା ୧୯ ତାରିଖ ରବିବାର ଦିନ ପବିତ୍ର ପର୍ବ ଅନନ୍ତ ବ୍ରତ ପାଳିତ ହେବ। କିନ୍ତୁ କରୋନା କଟକଣା ପାଇଁ ଚଳିତ ବର୍ଷ ବି ଭକ୍ତମାନେ ଏକାମ୍ର କ୍ଷେତ୍ରର ଶ୍ରୀଅନନ୍ତ ବାସୁଦେବ ମନ୍ଦିରକୁ ପ୍ରବେଶ କରିପାରିବେ ନାହିଁ। ବିଧି ଅନୁସାରେ ମନ୍ଦିରରେ ସମସ୍ତ ନୀତିକାନ୍ତି ପାଳିତ ହେବ ଓ ବରାଦ ଅନୁସାରେ ଅବଢ଼ା ବିକ୍ରି ହେବ ବୋଲି ବ୍ରାହ୍ମଣ ନିଯୋଗ ପକ୍ଷରୁ କୁହାଯାଇଛି। ବ୍ରାହ୍ମଣ ନିଯୋଗ […]

ତିରୁପତି : ଆନ୍ଧ୍ର ପ୍ରଦେଶ ସରକାର ତିରୁମାଲା ତିରୁପତି ଦେବସ୍ଥାନମ୍‌ (ଟିଟିଡି) ପାଇଁ ନୂଆ ଟ୍ରଷ୍ଟ ବୋର୍ଡ ଗଠନ କରିଛନ୍ତି। ୮୧ ସଦସ୍ୟ ବିଶିଷ୍ଟ ତିରୁପତି ମନ୍ଦିର ଟ୍ରଷ୍ଟ ବୋର୍ଡ କେନ୍ଦ୍ର ମନ୍ତ୍ରିମଣ୍ଡଳଠାରୁ ମଧ୍ୟ ବଡ଼। ଏହି ଟ୍ରଷ୍ଟ ବୋର୍ଡରେ ୨୯ ଜଣ ସଦସ୍ୟ ଏବଂ ୫୨ ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଅଛନ୍ତି। ଏହା ହେଉଛି ବିଶ୍ବର ସବୁଠାରୁ ଧନୀ ହିନ୍ଦୁ ଦେବୋତ୍ତର କମିଟି ଏବଂ ସବୁଠାରୁ ବଡ଼ ଟ୍ରଷ୍ଟ […]

Social media & sharing icons powered by UltimatelySocial